ୟୁକ୍ରେନରେ ଧରାପଡିଥିବା ଋଷର ସୈନିକମାନେ ଆଶ୍ଚର୍ଯ୍ୟଜନକ ବୟାନ, ଆମେ ଆଉ ଫେରିବୁନି….

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଋଷର ସେନା ୟୁକ୍ରେନର ରାଜଧାନୀ କିବର ସୀମାରେ ପହଞ୍ଚି ଗଲେଣି। ଏଭଳି ପରିସ୍ଥିତିରେ ଯେକ କୌଣସି ସମୟରେ ଏକ ନିର୍ଣ୍ଣାୟକ ପରିସ୍ଥିତି ଆସିପାରେ। ଏହି ସମୟରେ, ୟୁକ୍ରେନ ସେନା ଅନେକ ଋଷର ସେନଙ୍କୁ ଧରି ପଚରାଉଚରା କଲାବେଳେ ସେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପାଇଛନ୍ତି।

ୟୁକ୍ରେନର ସୈନ୍ୟବାହିନୀ ଦ୍ୱାରା କଏଦ ହୋଇଥିବା ଋଷର ସୈନିକମାନେ କହିଛନ୍ତି ଯଦି ସେ ନିଜ ଦେଶକୁ ଫେରନ୍ତି ସେ ଗୁଳି ଚାଲିଥିବା ଲୋକାଙ୍କୁ ଭୟ କରନ୍ତି। ଡେଲି ଟେଲିଗ୍ରାଫ ରିପୋର୍ଟ ଅନୁସାରେ କିବର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଦ୍ୱିତୀୟ ମୋଟର ରାଇଫଲ ଡିଭିଜନର ଜଣେ ସୈନିକ କହିଛନ୍ତି ଯେ ଋଷକୁ ଫେରିବା ପରେ ତାଙ୍କୁ ହତ୍ୟା କରାଯିବାର ଭୟ ରହିଛି।

ସେ କହିଛନ୍ତି ଯେ ଋଷରେ ଆମକୁ ମୃତ ବୋଲି ମାନି ନେଇଛନ୍ତି। ଧରାଯାଇଥିବା ସୈନିକମାନଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ମୋତେ ମୋ ପିତାମାତାଙ୍କୁ ଫୋନ୍ ରେ କତଃ ହେବା ପାଇ ଗୋଟେ ଥର ସୁଯୋଗ ଦେଇଛନ୍ତି ଏବଂ ସେମାନେ ମୋତେ କହିଥିଲେ ଯେ ମୋ ପାଇଁ ଅନ୍ତିମ ସଂସ୍କାର ବ୍ୟବସ୍ଥା ଆଗରୁ ହେଇଯାଇଛି। ଯଦି କିଛି ଅଦଳବଦଳ ହୁଏ, ତେବେ ଆମ ନିଜ ଲୋକ ଆମ ଉପରେ ଗୁଳି ଚଳାଇବେ।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ଅନ୍ୟ ଜଣେ କଏଦ ହୋଇଥିବା ଋଷୀୟ ସୈନିକ ୟୁକ୍ରେନର ନାଗରିକମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ କିପରି ତାଙ୍କ ସୈନିକମାନେ ଗୁଳି ମାରିଥିଲେ ସେ କହିଛନ୍ତି। ଫେବୃଆରୀ ୨୪ ରେ, ଖାର୍କିଭରେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯିବା ପରେ ଜଣେ ମହିଳା ଏବଂ ତାଙ୍କ ମାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ତାଙ୍କ ସେଥି ଲେଫ୍ଟନାଣ୍ଟଙ୍କୁ ଜଣେ ସହକର୍ମୀ ଗୁଳିମାରି ହତ୍ୟା କରିଥିଲେ।

ଧରାଯାଇଥିବା ସୈନିକ ଦାବି କରିଛନ୍ତି ଯେ ତାଙ୍କ ଗୋଡରେ ଗୁଳି ବାଜିଛି ଏବଂ ଅନ୍ୟ ସୈନିକମାନେ ଅନୁଭବ କରିଛନ୍ତି ଯେ ଏହି ସୈନିକ ଦଳ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଉ ନାହିଁ। ବ୍ରିଟିଶ ଗୁପ୍ତଚର କମ୍ପାନୀ ଦ୍ୱାରା ପ୍ରାପ୍ତ ଭଏସ୍ ରେକର୍ଡିଂ ଅନୁଯାୟୀ, ପୂର୍ବରୁ ଧରାଯାଇଥିବା ଋଷର ସୈନିକମାନେ କହିଥିଲେ ଯେ ୟୁକ୍ରେନ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଅସଂଗଠିତ ଥିଲା।

Leave a Reply

Your email address will not be published. Required fields are marked *