୭ ବର୍ଷର ପ୍ରେମ ସମ୍ପର୍କ ପରେ ରାଣୀ ପଣ୍ଡାଙ୍କୁ କହିଲା ପ୍ରେମିକ ବିକ୍ରମ, ତୋତେ ସ୍ତ୍ରୀ ନୁହେଁ ରକ୍ଷିତା କରିବି।

ସ୍ତ୍ରୀ ଆଉ ଜଣଙ୍କୁ କରିବି ତୁ ହେବୁ ରକ୍ଷିତା। ତୋର ଯତ୍ନ ନେବି ହେଲେ ବାହା ହେବିନି। ସବୁ ସମ୍ପର୍କ ରହିବ କିନ୍ତୁ ସିନ୍ଦୁର ଦେବିନି। ତୁ ରାଣୀ ପଣ୍ଡା ମୁଁ ବିକ୍ରମ ହେବନି ବାହାଘର।ମୁହଁ ଖୋଲିଲେ ରାଣୀ ପଣ୍ଡା ଆଉ କହିଲେ କେମିତି ଧୋକା ଦେଇଛି ପ୍ରେମିକ। ୭ ବର୍ଷ କାଳ ପ୍ରେମ ସମ୍ପର୍କ ରଖି ଧୋକା ଦେଲା ଶେଷରେ। ମିଛ କହୁଥିଲା ରାତିଦିନ କିନ୍ତୁ ବୁଝି ପାରୁନଥିଲେ ରାଣୀପଣ୍ଡା। ଆଉ ଶେଷରେ ଆଜି କାନ୍ଦି କାନ୍ଦି ଆସି ରାଣୀ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି।ଲୁଚି ଲୁଚି ବାହା ହେବା ପାଇଁ ପୁରା ପ୍ଲାନ କରିଥିଲା ବିକ୍ରମ କିନ୍ତୁ ଜାଣିନେଲେ ରାଣୀ ପଣ୍ଡା ଆଉ ତାପରେ ରାଣୀ ପଣ୍ଡାଙ୍କୁ ବିକ୍ରମ କହିଲା ତୋତେ ବାହା ହେବିନି ତୋତେ ବାହା ହେଲେ ମୋ ବାପା ମା’ ଜୀବନ ହାରିଦେବେ। ମୋର ଇଜ୍ଜତ ଚାଲିଯିବ। ତୁ ମୋର ରକ୍ଷିତା ହୋଇ ରହ କିନ୍ତୁ ମୁଁ ତୋ ଭଳି ଝିଅକୁ ବାହା ହେବିନି।

ତେବେ ରାଣୀ ପଣ୍ଡା ଆହୁରି ଅଭିଯୋଗ କରିଛନ୍ତି ସବୁଆଡେ ନେଲା ସବୁକିଛି କଲା ମୋର ଟଙ୍କା ସାରିଲା ମୋଠାରୁ ସବୁ ଲୁଟି ନେଲା ହେଲେ ମୋତେ ଶେଷରେ ବର୍ବାଦ କରି ନିଜ ଖୁସି ପାଇଁ ଆଉ କାହାକୁ ବାହା ହେଉଛି। ମୁଁ କେମିତି ସହିବି ମୋ ଚରିତ୍ର ଉପରେ ଆଙ୍ଗୁଠି ଉଥାଇଛି। ମୁଁ ଯେମିତି ବି ହେଉ ଜବାବ ଦେବି। ତା ମା’ବାପାଙ୍କୁ ଡାକିବି ଥାନାକୁ। ଏଇ ଥାନାରେ ବସି ପଚାରିବି ଯେ ମୋ ଚରିତ୍ର କେମିତି ଖରାପ ହେଲା। ମୋତେ ବାହା ହେଲେ ତାର ଇଜ୍ଜତ କେମିତି ଚାଲିଯିବ।

ହଁ ଆଜ୍ଞା ଆଜି ଦେଖିଵାକୁ ମିଳିଥିଲା ଏଭଳି କିଛି ରାଣୀ ପଣ୍ଡା ଯାଇ ଥାନାରେ ଅଭିଯୋଗ କରିଛନ୍ତି। ଯେତେବେଳେ ବିକ୍ରମ ତାଙ୍କ ସହିତ ୫ ରୁ ୭ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ତାଙ୍କୁ ଠକିଥିଲା। ତେବେ ଆଜି ରାଣୀ ପଣ୍ଡା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସେଥିରୁ ଜଣା ପଡୁଥିଲା ରାଣୀ ପଣ୍ଡା ଲେଖିଥିଲେ ଯେ ମୁଁ ଭଲରେ ଖାଉନଥିଲି ତୋ ପାଇଁ ପାଗଳ ପରି କାନ୍ଦୁଥିଲି ହେଲେ ତୁ ମୋ ସହ ଖେଳୁଥିଲୁ ମୁଁ ବୁଝି ପାରୁନଥିଲି। ଆଉ ଏପଟେ ମଧ୍ୟ ବିକ୍ରମ ଲେଖୁଥିଲେ ତୁ ଦେବୀ ପରି ତୋର ଯତ୍ନ ନେବା ପାଇଁ ତୋର ଟିକେ ସେବା କରିବା ପାଇଁ ମୋତେ ଟିକେ ସୁଯୋଗ ଦେ।

ହେଲେ ଏ କ’ଣ ଥିଲା ସୁଯୋଗ ରାଣୀପଣ୍ଡାଙ୍କୁ ଛାଡି ଆଉ କାହାକୁ ବାହା ହେବାକୁ ଯାଉଛନ୍ତି ଆଉ ସେଥିପାଇଁ ରାଣୀପଣ୍ଡା ଏସବୁ ପରେ ଚାଟ ଗୁଡିକୁ ଦେଖାଇ କହୁଛନ୍ତି କିଭଳି ତଳ ଦିନେ ତୁ ମୋତେ ଧୋକା ଦେଉଥିଲା ବିକ୍ରମ ମୋ ଜୀବନ ସହିତ ଖେଳୁଥିଲା ବିକ୍ରମ ଯାହାକି ଆଜି ରାଣୀପଣ୍ଡା ବୁଝିପାରିଲେ। ହେଲେ ରାଣୀପଣ୍ଡା କହୁଛନ୍ତି ବହୁତ ଡେରି ହୋଇଗଲା। ମୋତେ ପ୍ରଥମରୁ ଚିନ୍ହି ନେବାର ଥିଲା ଏଇ ମଣିଷଟିକୁ। ମୁଁ କେବେ ହେଲେବି ଭାବି ନଥିଲି ସେ ଏମିତି ମୋ ସହିତ ଖେଳିବ ବୋଲି କିନ୍ତୁ ମୁଁ ତାକୁ କେବେବି ଛାଡିବିନି। ଏଭଳି କହି ରାଣୀପଣ୍ଡା ଥାନାରେ ଅପେକ୍ଷା କରିଛନ୍ତି। ବିକ୍ରମ ଆଉ ତା ପରିବାର ଥାନାକୁ ଆସିବେ ଆଉ ମୁହାଁ ମୁହିଁ ପ୍ରଶ୍ନର ଉତ୍ତର ଦେବେ।

କେମିତି ରାଣୀପଣ୍ଡାଙ୍କୁ ବାହା ହେଲେ ତାଙ୍କର କେମିତି ସମ୍ମାନ ଚାଲିଯାଉଛି। ଆଉ ଯଦି ସମ୍ମାନ ଚାଲି ଯାଉଛି ତେବେ କାହିଁକି ୫ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିଥିଲା କାହିଁକି ମିଛ ଗପ ଗାଉଥିଲା ଆଉ ଗେଲ୍ହ କରୁଥିଲା। ଅଭିନୟ କରିଥିଲା ଆଉ ଠିକ ସମୟ ଆସିବା ବେଳକୁ ନିଜେ ଲୁଚି ଯାଇ ବାହା ହେବାକୁ ଚାହୁଁଛି ଆଉ ଗୋଟିଏ ଝିଅକୁ। ଆଉ ରାଣୀପଣ୍ଡା ବାହା ହେବା କଥା କହିଲେ କହୁଛି ତୁ ରକ୍ଷିତା ହୋଇ ରହିବୁ ଯଦି ରହ

Leave a Reply

Your email address will not be published. Required fields are marked *