ମହିଳା ଥାନାରେ କେସ କଲେ ରାଣୀପଣ୍ଡା,ଧୋକା ଦେଇ ଆଉ ଜଣଙ୍କୁ ବାହା ହେଉଥିଲା ପ୍ରେମିକ ବିକ୍ରମ।

ଧୋକେବାଜ ପ୍ରେମିକ ନାଁରେ କଲେ ଅଭିଯୋଗ। ରାଣୀପଣ୍ଡାଙ୍କୁ ଧୋକା ଦେଇ ବାହା ହେଉଥିଲା ପ୍ରେମିକ। ଆଉ ଏଭଳି ଧୋକା ଦେଲା ପ୍ରେମିକ ସହି ପାରିଲେନି ରାଣୀପଣ୍ଡା।ଲୁଚି ଲୁଚି ବାହାହେଉଥିଲା ପ୍ରେମିକ ବିକ୍ରମ ଆଉ ଜାଣିଦେଲେ ରାଣୀପଣ୍ଡା। ଆଉ ଏବେ ସିଧା ଥାନାରେ। ସହିଲେ ସହିଲେ ଆଉ ସହି ପାରିଲେନି ରାଣୀପଣ୍ଡା। ଏବେ ମହିଳା ଥାନାରେ ପହଁଚି ଧୋକେବାଜ ପ୍ରେମିକ ନାଁ ରେ କରିଛନ୍ତି ଅଭିଯୋଗ। ରାଣୀପଣ୍ଡାଙ୍କୁ ପ୍ରେମ କରୁଥିଲା ବିକ୍ରମ। ହେଲେ ଠିକ ମୌକା ଦେଖି ଆଉ କାହାକୁ ବାହାହେବାକୁ ଚାହୁଁଥିଲା। ଆଉ ଏଇ କଥା ଜାଣିଦେଲେ ରାଣୀପଣ୍ଡା। ଆଉ ଜାଣିଲା ପରେ ସତର୍କ କରାଇଥିଲେ।

ଆଉ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଅପଲୋଡ଼ କରିଥିଲେ କହିଥିଲେ କି ସାବଧାନ ହୋଇଯାଅ ବିକ୍ରମ। ମୋ ସହିତ ଧୋକାବାଦ କାମ କରିଛୁ। ମୋ ବିଶ୍ୱାସ ସହିତ ଖେଳି ତୁ ଆଉ କାହାକୁ ବାହା ହେବୁ ମୁଁ କେମିତି ଶାନ୍ତିରେ ବଞ୍ଚିବେ। ହେଲେ ଶୁଣି ନଥିଲା ବିକ୍ରମ। ଆଉ ସେଥିପାଇଁ ଏବେ ମହିଳା ଥାନାରେ ପହଁଚିଛନ୍ତି ରାଣୀପଣ୍ଡା। କରିଛନ୍ତି ଧୋକେବାଜ ପ୍ରେମିକ ନାଁରେ ଅଭିଯୋଗ।

ହଁ ଆଜ୍ଞା ସୋସିଆଲ ମିଡିଆରେ କିଛିଦିନ ତଳେ ରାଣୀପଣ୍ଡା ଗୋଟିଏ ଭିଡିଓ ଛାଡିଥିଲେ ଯାହାକି ନିଜ ଷ୍ଟାସରେ ରଖିଥିଲେ। ଯେମିତି ରାଣୀପଣ୍ଡା ରାଗିକି କହୁଥିଲେ କିଭଳି ଭାବେ ତାଙ୍କ ସହ ଧୋକା ହୋଇଛି। ଆଉ ରାଣୀପଣ୍ଡା ଜାଣି ପାରିଥିଲେ ଯେ କେମିତି ଲୁଚି ଲୁଚି ତାଙ୍କ ଧୋକେବାଜ ପ୍ରେମିକ ଆଉ କାହାର ହାତ ଧରିବାକୁ ଯାଉଛି। କହୁଥିଲା ପ୍ରେମିକ ଯଦି ରାଣୀପଣ୍ଡାକୁ ମୁଁ ବାହା ହେବି ତାହେଲେ ମୋ ବାପା ମା’ ମରିଯିବେ ଆଉ ଏଭଳି ଭାବେ ଏବେ ଆଉ କେଉଁ ଝିଅଙ୍କୁ ବାହା ହେଉଛି ବିକ୍ରମ। ଯାହାକୁ ସହି ପାରିନାହାନ୍ତି ରାଣୀପଣ୍ଡା। ଆଉ ସିଧା ଥାନାକୁ ଯାଇ ଏଭଳି ଅଭିଯୋଗ କରିଛନ୍ତି।।

ତେବେ ଆପଣ ବି ବହୁତ ସମୟରୁ ଦେଖିଥିବେ ଜାଣିଥିବେ ଯେ ରାଣୀପଣ୍ଡା ତାଙ୍କର ଜୀବନକୁ ନେଇ ଯେତେବେଳେ ପଦିଏ କି ଦିପଦ କଥା କୁହନ୍ତି ନିଜ ପ୍ରେମ ବିଷୟରେ ମଧ୍ୟ କୁହନ୍ତି। କେମିତି ଧୋକେବାଜ ପ୍ରେମିକ ମାନେ ଠିକ ସମୟ ଆସିବା ବେଳକୁ ତାଙ୍କୁ ଧୋକା ଦେଇ ବା ଠକି ଦେଇ ଚାଲି ଯାଉଛନ୍ତି। ଯାହାକି ତାଙ୍କୁ ସବୁବେଳେ ବାଧୁଛି। ହେଲେ ସହି ସହି ରହୁଥିଲେ ସତ ନିଜ ଜୀବନକୁ କେମିତି ବର୍ବାଦ କରିଦେଇ ଅନୁତାପ କରିଛନ୍ତି ଆଉ ବହୁତ ଥର କାନ୍ଦିଛନ୍ତି। ହେଲେ କେବେବି ଗରିବର ଲୁହକୁ ଦେଖି ସହି ପାରନ୍ତି ନାହିଁ ରାଣୀପଣ୍ଡା। ଗରିବ ଲୋକଙ୍କୁ ଦେଖିଲେ ଦୌଡ଼ି ଯାଇ ସାହାର୍ଯ୍ୟର ହାତ ବଢାଇଥାନ୍ତି।

କିନ୍ତୁ ଯିଏ ରାଣୀପଣ୍ଡାଙ୍କୁ ଧୋକା ଦିଏ ଯିଏ ତାଙ୍କୁ ଠକିଦିଏ ତାକୁ କେବେବି ଛାଡିବେନି ରାଣୀପଣ୍ଡା। ସିଧା ସିଧା ଏଭଳି ଚେତାବନୀ ଦେଇଛନ୍ତି। ଆଉ ଆଜିବି ଠିକ ସେମିତି ଦେଖିବାକୁ ମିଳିଛି।ଏ ଧୋକେବାଜ ପ୍ରେମିକ ବିକ୍ରମ ନାଁରେ ଥାନାରେ ଯାଇ ରାଣୀପଣ୍ଡା ଏଭଳି କିଛି ଅଭିଯୋଗ କରିଛନ୍ତି। ଯାହା ଶୁଣିବାକୁ ମିଳୁଛି ବିକ୍ରମ ସହିତ କୁଆଡେ ୫ ବର୍ଷର ପ୍ରେମ ସମ୍ପର୍କ ରହିଥିଲା କିନ୍ତୁ ସେ ଧୋକା ଦେଇ ଏବେ ଆଉ କାହାକୁ ବାହାହେବାକୁ ଯାଉଥିବା କଥା ଜାଣିବା ପରେ ରାଣୀପଣ୍ଡା ତାକୁ ସୋସିଆଲ ମିଡିଆରେ ସତର୍କ ବାଣୀ ଶୁଣାଇ ଥିଲେ ହେଲେ ଶୁଣିନଥିଲା ପ୍ରେମିକ। ଆଉ ଏବେ ରାଣୀପଣ୍ଡା ସିଧା ମହିଳା ଥାନାରେ ଯାଇ ଅଭିଯୋଗ କରିଛନ୍ତି। ତେବେ ଜାଣିବାକୁ ବାକି ରହିଲା ଏ ଘଟଣା କେଉଁ ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *