ପୁଣି ଟ୍ରେନ ଅଘଟଣ, ଗଂଜାମ ପରେ ନୂଆପଡା ଷ୍ଟେସନରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରେନରେ ଜଳିଲା ନିଆଁ…

ବର୍ତ୍ତମାନ ସମୟରେ କ୍ରମାଗତ ଭାବରେ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ସତରେ ଯେମିତି ଟ୍ରେନ ଉପରେ କାହାର ଖରାପ ନଜର ପଡ଼ି ଯାଇଛି । କ୍ରମାଗତ ଭାବରେ ଏପରି ହେବାରୁ ଲୋକ ମାନେ ଟ୍ରେନରେ ଯିବା ପାଇଁ ଭୟଭୀତ ହୋଇ ଯାଉଛନ୍ତି ଆଉ ସତେ ଯେମିତି ଟ୍ରେନ କାଳ ସାଜି ଛିଡା ହୋଇଛି ।

ଗୋଟିଏ ପଟେ ଗୋଟିଏ ଅଘଟଣ ଘଟି ଚାଲିଛି ଆଉ ଲାଗୁଛି ଯେମିତି ରାହୁ ମାଡ଼ି ଆସିଛି । ଗତ କିଛି ଦିନ ଆଗରୁ ଘଟି ଯାଇଥିବା ଟ୍ରେନ ଦୁର୍ଘଟଣା ବିଶ୍ବକୁ ହଇଚଇ କରି ରଖି ଦେଇଥିଲା । ଲୋକଙ୍କ ମନରୁ ଆଜି ଯାଏଁ ସେହି ଭୟ ଦୂରେଇ ଯାଇ ନଥିବା ବେଳେ ଆହୁରି ଅନେକ ଅଘଟଣ ଘଟି ଚାଲିଛି ।

ସେହି ବାହାନଗା ରେଳ ଦୁର୍ଘଟଣା ଆଜି ବି ସତରେ ଏକ ଭୟାନକ ସ୍ବପ୍ନ ହୋଇ ଲୋକଙ୍କ ଆଖିରେ ରହିଛି । ଲୋକେ ଆଜି ବି ଭୟ କରୁଛନ୍ତି ଟ୍ରେନରେ ଯାତ୍ରା କରିବା ପାଇଁ ଆଉ ବିଶେଷ ଭାବରେ ସେହି ବାଟ ଦେଇ ଯିବା ପାଇଁ । ଅନେକ ଲୋକ ନିଜ ଆତ୍ମୀୟସ୍ୱଜନଙ୍କୁ ହରାଇ ସତରେ ଯେମିତି ଭାଙ୍ଗି ପଡିଛନ୍ତି । ଆଉ ଯେମିତି ତାଙ୍କ ପାଖରେ ସହିବାର କ୍ଷମତା ହିଁ ନାହିଁ । ସତରେ ସେଦିନର ଟ୍ରେନ ଦୁର୍ଘଟଣା ଚାରିଆଡ଼େ ଭୟଙ୍କର ପରିସ୍ଥିତି ସୃଷ୍ଟି କରି ଦେଇଥିଲା । ଆଜି ଯାଏଁ ବି ଲୋକଙ୍କ ଆଖିରେ ସେଥିପାଇଁ ନିଦ ନାହିଁ ।

ଆଉ ଯେଉଁ ମାନେ ଏଥିରୁ ବଞ୍ଚି କରି ଯାଇଛନ୍ତି , ସତେ ଯେମିତି ତାଙ୍କୁ ଲାଗୁଛି ମରଣ ମୁହଁରୁ ସେମାନେ ବଞ୍ଚି କରି ଫେରି ଯାଇଛନ୍ତି । ତେବେ ଏପରି ପରିସ୍ଥିତିରେ କ୍ରମାଗତ ଭାବରେ ହେଉଥିବା ରେଳ ଦୁର୍ଘଟଣା ପାଇଁ ଲୋକଙ୍କ ମନରେ ଭୟ ପଶି ଗଲାଣି ।

ଯେଉଁ ଦିନ ବାହାନଗାରେ ରେଳ ଦୁର୍ଘଟଣା ଘଟି ଯାଇଥିଲା ,ଠିକ୍ ତା ପର ଦିନ ହିଁ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଯାଇଥିଲା । ଯାହା ଲୋକଙ୍କ ମନରେ ଭୟ ଭର୍ତି କରି ଦେଇଥିଲା । ଅନ୍ୟ ପକ୍ଷରେ ଏଇ ଦୁଇ ଦିନ ପୂର୍ବରୁ ଆଉ ଏକ ଅଘଟଣ ଶୁଣିବାକୁ ମିଳିଥିଲା କି , ନୂଆପଡ଼ା ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗି ଯାଇଛି ।

ଏହାପରେ ବ୍ରହ୍ମପୁର ଷ୍ଟେସନରେ ମଧ୍ୟ ଏକ ଯାତ୍ରୀବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା । ତେବେ ଗତକାଲି ପୁଣିଥରେ ଘଟି ଯାଇଥିଲା ଦୁର୍ଘଟଣା । ବାଲୁଗାଁ ଷ୍ଟେସନରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା । ଆଉ ଯାହାକୁ ଦେଖିଥିଲେ ଭୁବନେଶ୍ୱର ବ୍ରହ୍ମପୁର ମେମୁ ଟ୍ରେନର ଲୋକ ପାଇଲଟ । ଯାହା ପରେ ସେ ଷ୍ଟେସନ ମାଷ୍ଟରଙ୍କୁ ଫୋନ୍ କରି ଜଣାଇ ଥିଲେ ଆଉ ନିକଟସ୍ଥ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇ ଥିଲେ ।

Leave a Reply

Your email address will not be published. Required fields are marked *