ପୁଣିଥରେ ଆଉ ଏକ ରେଳ ଦୁର୍ଘ-ଟଣା । ଭୟଭୀତ ହୋଇ ଟ୍ରେନରୁ ଓଲ୍ହାଇ ଗଲେ ସବୁ ଯାତ୍ରୀ ।

୨୦୨୩ ଜୁନ ୨ ତାରିଖ ସନ୍ଧ୍ୟାର ସେହି ଦୁଃଖଦ ଭୟଙ୍କର ଦୁର୍ଘଟଣାକୁ କେହିବି ଭୁଲିବାକୁ ଚାହୁଁ ନାହାଁନ୍ତି । ଏଣିକି ଟ୍ରେନରେ ସାମାନ୍ୟ ତ୍ରୁଟି ଥିବା ଖବର ଶୁଣିଲେବି ସୁଦ୍ଧା ଲୋକେ ଟ୍ରେନରୁ ଓଲ୍ହାଇ ପଡୁଛନ୍ତି । ଗତ ଦୁଇ ତିନି ଦିନ ତଳେ ପୁଣିଥରେ ଏକ ମାଲ ବାହି ଗାଡ଼ି ଲାଇନ ଚ୍ୟୁତ ହେବା , ଟ୍ରେନରେ ପୁଣି ୬ ଜଣ ପ୍ରାଣ ହରାଇବା ଏବଂ ନିଆଁ ଲାଗିବା ଭଳି ଘଟଣା ଶୁଣିବାକୁ ମିଳିଥିଲା । ଯାହାସବୁ ଓଡ଼ିଶାରେ ଘଟିଥିଲା । ତେବେ ବର୍ତ୍ତମାନ ସମୟରେ ଆଉ ଏକ ଘଟଣା ଶୁଣିବାକୁ ମିଳୁଛି । ସୂଚନା ଅନୁଯାୟୀ ଗତକାଲି ଅର୍ଥାତ ଗୁରୁବାର ଦିନ ସନ୍ଧ୍ୟା ସମୟରେ ନୂଆପଡ଼ା ଦୁର୍ଗ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ଘଟଣା ଶୁଣିବାକୁ ମିଳିଛି ।

କହି ରଖିବୁ ଯେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ଯାଇଥିଲା । ଯେଉଁ କାରଣରୁ ସବୁ ଯାତ୍ରୀ ଟ୍ରେନରୁ ଓଲ୍ହାଇ ଯାଇଥିଲେ ଏବଂ ଲୋକେ ଖୁଣ ଆତଙ୍କିତ ମଧ୍ୟ ହୋଇ ପଡ଼ିଥିଲେ । ତେବେ ଏହି ମାମଲା ଘଟିବାର ତୁରନ୍ତ ପରେ ରେଲୱେ କର୍ତ୍ତୃପକ୍ଷଙ୍କୁ ଏ ସମ୍ବନ୍ଧରେ ଅବଗତ କରାଯାଇଥିଲା ସତ କିନ୍ତୁ ତଥାପି ଲୋକେ ଟ୍ରେନରେ ଉଠିବାକୁ ଭୟ କରିଥିଲେ ।

ତେବେ ଘଟଣା ଅନୁଯାୟୀ ପ୍ରଥମେ ପୁରା ଟ୍ରେନ ଧୂଆଁ ହୋଇ ଯାଇଥିବାରୁ ଲୋକେ ଟ୍ରେନରେ ଅସହଜ ମନେ କରିଥିଲେ ଏବଂ ଟ୍ରେନରୁ ବାହାରି ଯାଇଥିଲେ । ଖବର ପାଇବା ପରେ ଅଗ୍ନିଶମ ହାତ ବିଭାଗ ଷ୍ଟେସନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

କହିରଖିବୁ ଯେ ଦୁର୍ଗ-ପୁରୀ ଟ୍ରେନ ସନ୍ଧ୍ୟା ୬ଟା ୫୩ ରେ ଖରିଆ ରୋଡ଼ ଷ୍ଟେସନରେ ପହଞ୍ଚିବାର ଥିଲା ମାତ୍ର ବିଳମ୍ବ ହେତୁ ୧୦.୫ ରେ ପହଞ୍ଚିଥିଲା । ମାତ୍ର ଏଭଳି ଅଗ୍ନିକାଣ୍ଡ ହଠାତ ଘଟିବାରୁ ଲୋକେ ଭୟଭୀତ ହୋଇ ଯାଇଥିଲେ । ଆଉ ପରେ ଅଗ୍ନିକାଣ୍ଡକୁ ଆୟତ୍ତ କରାଯିବା ପରେ ରାତି ପ୍ରାୟ ୧୧.୫ ରେ ଷ୍ଟେସନ ଛାଡ଼ିଥିଲା । ୧୦ ଦିନବି ପୁରି ନାହିଁ ବାହାନଗା ବଜାର ରେଳ ଷ୍ଟେସନର ସେହି ଦୁଃଖଦ ଘଟଣାକୁ । ଆଉ ଏଇ ମାତ୍ର କିଛିଦିନ ମଧ୍ୟରେ ଏଭଳି ଘଟଣା ସମସ୍ତଙ୍କୁ ଆହୁରି ଅଧିକ ଆତଙ୍କିତ କରୁଛି । କେହି କେହି କହିଛନ୍ତି ଯେ ଏଭଳି ଅସତର୍କତା ରେଲୱେ ପକ୍ଷରୁ ବହୁତ ଦେଖିବାକୁ ମିଳୁଛି ଯାହା ବାରମ୍ବାର ହେବା ନିନ୍ଦନୀୟ ଅଟେ ।

Leave a Reply

Your email address will not be published. Required fields are marked *