ପ୍ରେମିକା କୁ ହ-ତ୍ୟା କରି ଫ୍ରିଜ ଭିତରେ ରଖିଲା ପ୍ରେମିକ, ଆଉ ଜଣେ ଝିଅକୁ ବାହା ହେବାପାଇଁ ….

ମଣିଷର ରାଗ ତାର ସବୁଠୁ ବଡ଼ ଶତ୍ରୁ। ଥରେ ମଣିଷ ରାଗି ଗଲାପରେ ସେ କଣ କରିଦିଅ ସେ କିଛି ଜାଣିପାରେନି। ଆଉ ତା ରାଗ ଶାନ୍ତ ହେଲା ବେଳକୁ ଆଉକିଛି ବାକି ନଥାଏ। କେତେବେଳେ ରାଗରେ ମଣିଷ କାହାକୁ ଗାଳି ଗୁଲଜ କରିଦିଏ ତ କେତେବେଳେ କାହାର ଜୀବନ ନେଇ ଯାଏ। ରାଗରେ ମଣିଷ ବେଳେବେଳେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ଲୋକକୁ ମଧ୍ୟ ମାରିଦିଏ। ହଁ ଆଜ୍ଞା ଦିଲ୍ଲୀର ନଜାଫଗଡ ଅଞ୍ଚଳର ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

୨୪ ବର୍ଷୀୟ ସାହିଲ ଗହଲୋଟ୍ ଉତ୍ତରାଖଣ୍ଡର ନାଗର ସ୍ଥିତ କ୍ୟାରିୟର ପଏଣ୍ଟ କୋଚିଂ ସେଣ୍ଟରରେ ଏସଏସସି ପରୀକ୍ଷାର ପ୍ରସ୍ତୁତି କରୁଥିବା ବେଳେ ସେ ନିକ୍କି ଯାଦବଙ୍କୁ ଭେଟିଥିଲେ। ନିକ୍କିଙ୍କ ଘର ହରିୟାଣାରେ। ସାହିଲ ଏବଂ ନିକ୍କି ସାଙ୍ଗ ହେଇ ଉତ୍କଳ ନାଗରକୁ ଏକାଠି ବସ୍‌ରେ ଯାଆନ୍ତି। କିଛି ଦିନ ଯିବା ଆସିବ ପରେ ଦୁହିଁଙ୍ଗ ଭିତରେ ପ୍ରେମ ସମ୍ପର୍କ ସୃଷ୍ଟି ହେଲା। ସେମାନେ ସବୁବେଳେ କୋଚିଂ କ୍ଲାସ୍ କୁ ଯିବା ପୂର୍ବରୁ ଏବଂ କ୍ଲାସ୍ ସାରିବା ପରେ ଦେଖା ହେଇ ଘରକୁ ଫେରନ୍ତି।

୨୦୧୮ ଫେବୃଆରୀ ରେ ଦୁଇ ଜଣ ଗ୍ରେଟର ନୋଏଡାର ଗାଲଗୋଟିଆ କଲେଜରେ ଆଡମିଶନ କରି ଦୁହେଁ ଗୋଟେ ଭଡା ଘରେ ଏକାଠି ରହିଲେ। ତାପରେ ସେମାନେ ଲିଭ୍ ଇନ୍ ରିଲେସନ ରେ ରହିଲେ। ସେମାନେ ଦୁହେଁ ମିଶି ବହୁତ୍ ଜାଗା ବୁଲିଲେ। କିନ୍ତୁ ନିକ୍କିଙ୍କ ମନରେ ସବୁବେଳେ ଟିକେ ଡର ରୁହେ କଲେ ସହିଲ୍ ତାଙ୍କୁ ଏକା କରି ଚାଲି ଯିବେ। ସେଥିପାଇଁ ଏଇ କଥାକୁ ନେଇ ଦୁହିଁଙ୍କ ଭିତରେ ଟିକେ ଟିକେ ଝଗଡା ହେଇଯାଏ।

ଏତେ ବର୍ଷ ପର୍ଯ୍ୟନ୍ତ ସେମାନେ ଏକାଠି ରହୁଥିଲେ କିନ୍ତୁ ସାହିଲ ତାଙ୍କ ଘରେ ନିକି ଏବଂ ନିଜ ସମ୍ପର୍କ ବିଷୟରେ କିଛିବି କହି ନଥିଲେ। ସେଥିପାଇଁ ସାହିଲଙ୍କ ଘର ଲୋକ ସାହିଲଙ୍କ ବାହାଘର ଆଉ ଗୋଟେ ଝିଅ ସହ ଠିକ୍ କରି ସହିଲଙ୍କୁ ବାହା ହେବା ପାଇଁ ପ୍ରେସର୍ ପକାଉଥିଲେ। ସହିଲ ଏ ବିଷୟରେ ନିକ୍କି ଙ୍କୁ କିଛି କହି ନଥିଲେ। ସେ ଜାଣିଥିଲେ ନିକ୍କି କେବେ ତାଙ୍କୁ ଆଉ କାହା ସହ ବାହା ହେବା ପାଇଁ ଦେବେ ନାହିଁ ସେଥିପାଇଁ ସେ ନିକିକୁ ମାରିବା ପାଇଁ ଚିନ୍ତା କଲେ।

ଫେବୃଆରୀ ୯ ତାରିଖ ଦିନ ସେ ନିକ୍କି କୁ କାର ରେ ବୁଲିବାକୁ ନେଇ ଏ ବିଷୟରେ କହିଲେ କିନ୍ତୁ ସେଠି ନିକ୍କିଙ୍କ ସହ ଝଗଡା ହେବାରୁ ସେ ରାଗରେ ଗୋଟେ ମୋବାଇଲ୍ ଫୋନର ଡାଟା କେବୁଲରେ ତାଙ୍କ ତଣ୍ଟି ହ-ତ୍ୟା କରିଦେଲେ। ତାପରେ ସେ ନିକିଙ୍କ ମୃତ ଦେହକୁ ବହୁ ସମୟ କରରେ ଧରି ବୁଲିଲେ। ନିଜ ଢାବା ପାଖ ମିତ୍ରାନ ଗ୍ରାମ ଉପକଣ୍ଠରେ ଥିବା ଏକ ଖାଲି ପ୍ଲଟରେ ଗୋଟେ ପ୍ରିଜ୍ ଭିତରେ ତାଙ୍କୁ ରଖି ନିଜ ରୁମ୍ କୁ ପଳେଇ ଆସିଲେ।

ପୋଲିସ୍ ସିସି ଟିଭି ରେ ସବୁ ଦେଖି ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହ ଫ୍ରିଜରୁ ଉଦ୍ଧାର କଲେ ଏବଂ ବାବା ହରିଦାସ ନାଗର ପୋଲିସ ଷ୍ଟେସନରେ ଏକ ହତ୍ୟା ମାମଲା ରୁଜୁ କଲେ। ଏବେ କ୍ରାଇମ ବ୍ରାଞ୍ଚ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *