ମୁଁ ଅସୁନ୍ଦର ବୋଲି ମତେ ଛାଡ଼ି ଅନ୍ୟ ମହିଳାଙ୍କୁ ବାହା ହେଇଗଲେ ମୋ ସ୍ୱାମୀ….

ସମାଜ ଯେତେ ଆଧୁନିକତା ଆଡ଼କୁ ଗତି କଲେବି ସୁଦ୍ଧା ଲୋକଙ୍କ ଚିନ୍ତାଧାରାରେ କିଛି ପରିବର୍ତ୍ତନ ହୋଇନାହିଁ । ଲୋକେ ଅତ୍ୟନ୍ତ ଛୋଟ ଚିନ୍ତାଧାରାକୁ ନେଇ ରହିଛନ୍ତି । କିନ୍ତୁ ବାସ୍ତବରେ ହିଁ ଆଜିକାଲି କଳା ଗୋରା ଭେଦଭାବ ରହିଛି । ସ୍ୱାମୀ ନିଜ ସ୍ତ୍ରୀର ରଙ୍ଗ କଳା ହେଲେ ତାକୁ ଘୃଣା କରୁଛି । ନିଜ ସ୍ତ୍ରୀକୁ ଛାଡ଼ି ପର ସ୍ତ୍ରୀ ପାଖକୁ ଯାଉଛି ।

ଆଉ ଏହାଦ୍ବାରା ଅଧିକ ମାତ୍ରାରେ ପ୍ରଭାବିତ ହେଉଛି ସମାଜ ଏବଂ ତାର ସ୍ତ୍ରୀ । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବୁ । ଯେଉଁଠି ଜଣେ ସ୍ତ୍ରୀ ନିଜେ କହିଛନ୍ତି ଯେ ତାଙ୍କର ରଙ୍ଗ କଳା ହେବାରୁ କିଭଳି ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଦେଇଛନ୍ତି । ତେଣୁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସ୍ତ୍ରୀ ନିଜେ କହିଛି ଯେ ତାର ସ୍ୱାମୀ କୁଆଡ଼େ ସ୍କୁଲରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି । ସେ କହିଛନ୍ତି ଯେ ସେ ଅସୁନ୍ଦର ବୋଲି ତାଙ୍କ ସ୍ୱାମୀ ଏହିଭଳି ତାଙ୍କୁ ଛାଡ଼ି ଜଣେ ଅସୁନ୍ଦର ମହିଳାଙ୍କୁ ବିବାହ କରିଛନ୍ତି । ତାଙ୍କ ସ୍ୱାମୀ କୁଆଡ଼େ ତାଙ୍କ ସହିତ ରହିବାକୁ ଚାହୁଁ ନାହାଁନ୍ତି । ତାଙ୍କ ସ୍ୱାମୀ ସ୍କୁଲରେ ରହି , ସ୍କୁଲର ଜଣେ ମହିଳା ଅଧିକାରୀଙ୍କୁ ବିବାହ କରିଛନ୍ତି । ଏଭଳି କିଛି ଅଭିଯୋଗ ଜଣେ ସ୍ତ୍ରୀ ଆଣିଛି ନିଜ ସ୍ୱାମୀ ନାଁ ରେ । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଦାରିଙ୍ଗବାଡି ବ୍ଲକ ସୁଜାମକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ।

ତେବେ ଉକ୍ତ ମହିଳାଙ୍କ ସ୍ୱାମୀଙ୍କର କିଛି ଫୋଟ ସାମ୍ନାକୁ ଆସିଛି ଯେଉଁଥିରେ ମହିଳାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହିତ ଦେଖା ଯାଇଛନ୍ତି । ଉଭୟେ ଫୁଲ ମାଳ ପିନ୍ଧାପିନ୍ଧି ହୋଇ କେକ ଖୁଆଉଛନ୍ତି । ଜଣେ ଶିକ୍ଷକ ଏବଂ ଅନ୍ୟ ଜଣେ ହେଉଛନ୍ତି ଶିକ୍ଷୟିତ୍ରୀ । ଏହାସହିତ ପାଖରେ ସହପାଠୀ ମାନେ ଛିଡ଼ା ହୋଇଛନ୍ତି । ସମସ୍ତେ ଉଭୟଙ୍କୁ ତାଳି ମାରି ଅଭିବାଦନ ଜଣାଉଛନ୍ତି । ଏହାକୁ ନେଇ ଶିକ୍ଷକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କୁ ସ୍କୁଲରେ ବିବାହ କରିଛନ୍ତି ବୋଲି । ସ୍କୁଲରେ ବିବାହ କରିବା ପରେ କେକ ଖୁଆଖୁଇ ହେଉଛନ୍ତି । ସ୍ତ୍ରୀ କହିଛନ୍ତି ଯେ ସ୍କୁଲର ଗୋଦାମ ଘରେ ଉଭୟ କିଛିଦିନ ହେବ ସାଥି ହୋଇ ରହୁଥିଲେ ।

ସେଥିପାଇଁ ଶିକ୍ଷକ ଜଣକ କୁଆଡ଼େ ଘରକୁ ଆଉ ଯାଉ ନଥିଲେ । ଆଉ ଏହାକୁ ନେଇ ସ୍ତ୍ରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ଉକ୍ତ ଶିକ୍ଷକ ଜଣକୁ ପଚାରିବାରୁ , ସେ କହିଛନ୍ତି ଯେ ଏସବୁ ମିଛକଥା ଏବଂ ସେଭଳି କିଛିବି ହୋଇନାହିଁ । ତେବେ ସ୍କୁଲ ପରିଧାନରେ ପାର୍ଟି ହୋଇଛି କୁ ନାହିଁ ତାହାର ଅନୁଧ୍ୟାନ କରାଯିବ ବୋଲି ଦାରିଙ୍ଗବାବି ବିଇଓ ରସାନନ୍ଦ କର କହିଛନ୍ତି ।

ଅଭିଯୋଗ ଅନୁଯାୟୀ ଶିକ୍ଷକଙ୍କ ଘର ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଦଣ୍ଡିମାହା ଗ୍ରାମରେ ଅଟେ । ୨୦୦୩ ରେ ବାଲିଗୁଡ଼ା ନୂଆସାହିରେ ଉଭୟେ ବିବାହ କରିଥିଲେ । ତିନି ବର୍ଷ ପରେ ଏକ ଝିଅ ଜନ୍ମ ହୋଇଥିଲା । ଏହାପରେ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *