ପ୍ରେମରେ ଧୋକା ପାଇ ବୈତରଣୀରେ ଜୀବନ ଦେଲେ ସିମରନ, ‘ତୁମେ ମୋ ସହ ଯାହା କିଛି କରିଛ, କଣ ସେଇଟା ବି ମିଛ ଥିଲା’

ଆତ୍ମ-ହ-ତ୍ୟା ପୂର୍ବରୁ ସିମରନ ଚିଠିରେ ଲେଖିଗଲେ ନିଜ ମନର କଥା – ତୁମେ ମୋ ସହ ଯାହା କିଛି କରିଛ , କଣ ସେଇଟା ବି ମିଛ ଥିଲା , ସତରେ କଣ ତୁମେ ମୋତେ ଭଲ ପାଉନ , ମୁଁ ତୁମର ଖୁସି ନୁହେଁ , ନିଜ ଉପରେ ଆଜି ମୋର ଭରସା ଭାଙ୍ଗିଗଲା ….ମୋ ଜୀବନକୁ ଆସି ପ୍ରେମର ମାନେ ଜଣାଇଲ , ହେଲେ ପ୍ରେମର ମୂଲ୍ୟ ରହିଲାନି …..ତୁମେ ସବୁବେଳେ ମୋ ଗୁଲୁ ହୋଇକି ରହିବ ……ହେଲେ ତୁମ ଜୀବନକୁ କେବେ ବି ଏହି ଫିଜା ଆସିବେନି । ‘ ଏମିତି କଥା ଲେଖି ବୈତରଣୀରେ ନିଜ ଭଲ ପାଇବାକୁ ଜଳାଞ୍ଜଳି ଦେଇଛନ୍ତି ସିମରନ । ପ୍ରେମିକ ରଞ୍ଜିତ ଠାରୁ ଦୂରେଇ ଯିବା ପୂର୍ବରୁ ଲେଖିଛନ୍ତି ଯୁବତୀ ।

ସୂଚନା ଅନୁଯାୟୀ +୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସିମରନ ଗତ ୩ ଦିନ ତଳେ ବୈତରଣୀ ନଦୀ ପୋଲରୁ ଡେଇଁ ପ୍ରାଣ ହରାଇଛନ୍ତି । ଯାହାକି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାକୁ ସଂଯୋଗ କରିଥାଏ । ତେବେ ମୃ-ତ ସିମରନଙ୍କ ମା କଳ୍ପନା ଜେନା ଙ୍କ କହିବା ଅନୁଯାୟୀ ତାଙ୍କ ଆ-ତ୍ମ-ହ-ତ୍ୟା ପାଇଁ ପ୍ରେମିକ ରଞ୍ଜିତ ଦାୟୀ ଯିଏକି ସିମରନଙ୍କୁ ପ୍ରେମରେ ଧୋ-କା ଦେଇଥିବା କହିଛନ୍ତି ।

ପୁଣି ସିମରନଙ୍କ ବଡ଼ ଭଉଣୀଙ୍କ ଅନୁଯାୟୀ ସାମିଲ୍ଲୀ ଜେନାଙ୍କ ଅନୁଯାୟୀ ସିମରନ ନିଜ ପୂର୍ବତନ ପ୍ରେମିକ ରଞ୍ଜିତ ଠାରୁ ପ୍ରେମରେ ଧୋ-କା ପାଇଥିବା କଥା କହିଛନ୍ତି ଏବଂ ତାଙ୍କ ଦ୍ୱାରା ମାନସିକ ଭାବରେ ନିର୍ଯାତିତ ହେଉଥିବା କଥା କହିଛନ୍ତି । ଏହି କାରଣରୁ ସେ ଆ-ତ୍ମ-ହ-ତ୍ୟା କରିଥିବା କହିଛନ୍ତି ।

ତେବେ ଗତ ତିନି ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାକୁ ସଂଯୋଗ କରୁଥିବା ବୈତରଣୀ ପୋଲରୁ ଡେଇଁ ପଡ଼ିଥିବା ଛାତ୍ରୀ ସିମରନ ଘରୁ କମ୍ପ୍ୟୁଟର କ୍ଲାସ କହି ବାହାରି ଥିଲେ ମାତ୍ର ଆଉ ଫେରି ନଥିଲେ । ବୈତରଣୀ ପୋଲରେ ସାଇକେଲ ରଖି ନଦୀକୁ ଡେଇଁ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେବେ ଖବର ପହଞ୍ଚିବା ମାତ୍ରେ ଚାନ୍ଦବାଲି ଏବଂ ରାଜକନିକା ଦମକଳ ବାହିନୀ ଅନେକ ଖୋଜାଖୋଜି ପରେ ବି ସେ ମିଳି ନଥିଲେ ଏବଂ ଦୀର୍ଘ ୩୦ ଘଣ୍ଟା ପରେ ପୋଲ ଠାରୁ କିଛି ଦୂରରେ ତାଙ୍କ ଶବ ମିଳିଥିଲା ।

ତେବେ ସିମରନ ଜଣେ ମେଧାବୀ ଛାତ୍ରୀ ଏବଂ ସେ ମେଡିକାଲ ପାଇଁ ମଧ୍ୟ ପ୍ରସ୍ତୁତି କରୁଥିଲେ । ତେବେ ଏପରି କଣ ସମସ୍ୟା ହେଲା ଯାହାକି ପ୍ରେମ ପାଇଁ ଏତେ ବଡ଼ ପଦକ୍ଷେପ ନେଇଗଲେ । ତାଙ୍କ ମୃତ୍ୟୁରେ ପୁରା ପରିବାର ଶୋକରେ ଥିବା ବେଳେ ଅଭିଯୁକ୍ତ ପ୍ରେମିକ ରଞ୍ଜିତ ଫେରାର ହୋଇଛି । ପୋଲିସ ଅନୁଯାୟୀ ଏହି ମାମଲାରେ ତଦନ୍ତ ପରେ ବି କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *