ପ୍ରଥମେ ପ୍ରେମ ପୁଣି ବାହାଘର, ଏହାପରେ ସ୍ବାମୀ କଲେ ଏମିତି ଯୋଜନା କି ସ୍ତ୍ରୀ ହେଇଗଲା ଫେରାର, ଜାଣନ୍ତୁ ପୂରା କାହାଣୀ…

କୁହାଯାଏ ପ୍ରେମର କୈାଣସି ଜିଭ ନଥାଏ କିନ୍ତୁ ପ୍ରେମ ଯେତେବେଳେ ହାରାମି ହୋଇଯିବ ତ ଏହାକୁ ଆପଣ କ’ଣ କହିବେ।ଗୋଣ୍ଡା ଜିଲ୍ଲାରୁ ହାରାମି ପ୍ରେମର ଗୋଟିଏ ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସିଛି। ଯେଉଁଠାରେ ପ୍ରେମ ପୁଣି ବାହାଘର ଏବଂ ପୁଣି ଏମିତି ଧୋକା ଦେଇଥିଲେ କି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଜିଲ୍ଲା ମହିଳା ଡାକ୍ତରଖାନାରେ ଜୀବନକୁ ନେଇ ଯୁଦ୍ଧ କରୁଥିବା ମହିଳା ଜଣଙ୍କ ନିଜ କାହାଣୀ ବ୍ୟାଖ୍ୟା କରିଛନ୍ତି। ବାସ୍ତବରେ ଅଯୋଧ୍ୟା ଜିଲ୍ଲାରେ ରହୁଥିବା ଯୁବକ ଜ୍ଞାନଚନ୍ଦ୍ର ଜଣେ ଯୁବତୀ ନେହାଙ୍କୁ ପ୍ର ଥମେ ଭଲ ପାଇଥିଲେ ଏବଂ ଘରୁ ଲୁଚି ପଳାଇ କୋର୍ଟ ମ୍ୟାରେଜ କରିଥିଲେ।

ଯୁବକଙ୍କ ମାଆଙ୍କୁ ଯେତେବେଳେ ଏହି କଥା ବିଷୟରେ ଜଣା ପଡିଥିଲା ତ ତାଙ୍କ କହିବା ଅନୁସାରେ ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କୁ ନେଇ ନିଜ ଘରେ ପହଞ୍ଚି ଥିଲେ ଏବଂ ଦୁଇ ପରିବାରଙ୍କ ସହିତ ରହିବାକୁ ଲାଗିଥିଲେ। ସେହି ସମୟରେ ସ୍ତ୍ରୀ ଏବଂ ମାଆଙ୍କ ମଧ୍ୟରେ ଛୋଟମୋଟ କଥାକୁ ନେଇ ବିବାଦ ହେବାକୁ ଲାଗିଲା ଯେଉଁଥିପାଇଁ ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କୁ ବହୁ ମାତ୍ରାରେ ମାଡ଼ ମାରିବାକୁ ଲାଗିଲେ। ଯେତେବେଳେ ତାଙ୍କ ସ୍ତ୍ରୀ ନିଜ ଘରକୁ ଯିବାପାଇଁ କହିଲେ ତ ତାଙ୍କ ସ୍ବାମୀ ଆହୁରି ମାଡ଼ ମାରିଲେ।

ଲଖନଞ୍ଜରେ ରହିବା ପାଇଁ ବାହାନା କରିଥିଲେ ଏବଂ…

ଯେତେବେଳେ ଘଟଣା ଅଧିକ ବଢି ଯାଇଥିଲା ତ ସ୍ତ୍ରୀଙ୍କୁ ଘରୁ ଲଖନଞ୍ଜରେ ରହିବାର ବାହାନା କରି ଯୁବକ ଜଣଙ୍କ ବାହାରି ଯାଇଥିଲେ ଏବଂ ଟ୍ରେନରେ ପ୍ରଥମେ ସେ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବରେ ମାଡ଼ ମାରି-ଲେ ଏବଂ ପୁଣି ଚଳନ୍ତା ଟ୍ରେନରୁ ଫିଙ୍ଗି ଫେରାର ହୋଇଯାଇଥିଲେ। ବର୍ତ୍ତମାନ ମହିଳା ଜଣଙ୍କ ଗମ୍ଭୀର ଅବସ୍ଥାରେ ଜିଲ୍ଲା ମହିଳା ଡାକ୍ତରଖାନାରେ ଭର୍ତ୍ତି ହୋଇ ଅଛନ୍ତି ଏବଂ ନ୍ୟାୟ ପାଇଁ ଗୁହାରି କରୁଛନ୍ତି। ପୋଲିସ ପିଡିତ ମହିଳାଙ୍କ ଅଭିଯୋଗ ଦରଖାସ୍ତ ଜମା କରି ନେଇଛନ୍ତି।

୯ମାସ ପୂର୍ବରୁ ହୋଇଥିଲା ବାହାଘର

ରାମଚନ୍ଦ୍ର ପାଖାପାଖି ୯ମାସ ପୂର୍ବରୁ ପଞ୍ଜାବର ଲକ୍ଷ୍ମୀନଗର ନିବାସୀ ନେହା କୌରଙ୍କୁ ବାହା ହୋଇ ଯାଇଥିଲେ ଏବଂ ଲୁଧିଆନା ସହରରେ ହିଁ ରହିବାକୁ ଲାଗିଥିଲେ। ରାମଚନ୍ଦ୍ର ଗୋଟିଏ ପ୍ରାଇଭେଟ କମ୍ପୁଟର ସେଣ୍ଟରରେ ପାଠ ପଢ଼ୁଥିଲେ ଏବଂ ଅନେକ ବର୍ଷ ପର୍ଯ୍ୟନ୍ତ ରାମଚନ୍ଦ୍ର ଏବଂ ନେହା ଦୁଇଜଣ ସାଥିହୋଇ ପଢୁଥିଲେ ଏବଂ ସେହି ସମୟରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା।

ଘରୁ ପଳେଇ ଦୁଇଜଣ ୯ମାସ ପୂର୍ବରୁ କୋର୍ଟରେ ବାହା ହୋଇ ଯାଇଥିଲେ।ବାହା ହେବାପରେ ଦୁଇଜଣ ରାଜସ୍ଥାନର ଭିଲବାଡା ସହରକୁ ଚାଲି ଯାଇଥିଲେ। ସେଠାରେ କିଛିଦିନରୁ ସାଥିହୋଇ ରହୁଥିଲେ। ଗତ ନଭେମ୍ବର ମାସରେ ଜ୍ଞାନ ପ୍ରକାଶ ନିଜ ଘର ଅଯୋଧ୍ୟା ବିକାପୁରକୁ ନେଇ ଚାଲି ଆସିଥିଲେ।ଆହତ ଅବସ୍ଥାରେ ନେହା କୌର କହିଛନ୍ତି କି ତାଙ୍କର ଛୋଟଛୋଟ କଥାକୁ ନେଇ ତାଙ୍କ ମାଆଙ୍କ ସହିତ ଝଗଡ଼ା ହେଉଥିଲା।

ଜ୍ଞାନଚନ୍ଦ୍ରଙ୍କ ଦ୍ଵାରା ନିଜ ସ୍ତ୍ରୀଙ୍କୁ ବିବାଦ ପରେ ବହୁ ମାତ୍ରାରେ ମାଡ଼ ମାରିଥିଲେ ଯେଉଁଥିରେ ଚିନ୍ତିତ ହୋଇ ନେହା ଘରର ଚଟାଣରେ ତେଲ ଢାଳି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ତାପରେ ଯୁବକଙ୍କ ଦ୍ବାରା ଲଖନଞ୍ଜରେ ସାଥିହୋଇ ରହିବାର କଥା କହି ରବିବାର ଦିନ ରାତିରେ ଅଯୋଧ୍ୟା ରେଲୱେ ଷ୍ଟେସନକୁ ନେଇ ଆସିଥିଲେ। ଦୁଇଜଣ ଯେତେବେଳେ ଟ୍ରେନରେ ବସିଥିଲେ ଏବଂ ଟ୍ରେନରେ ମଧ୍ୟ ମାଡପିଟ କରିଥିଲେ ତାପରେ ଯୁବକ ଜ୍ଞାନଚନ୍ଦ୍ର ଚଳନ୍ତା ଟ୍ରେନରୁ ନିଜ ସ୍ତ୍ରୀ ନେହା କୌରଙ୍କୁ ଫିଙ୍ଗି ଦେଇଥିଲେ।

ପୂରା ରାତି ମହିଳା ଜଣଙ୍କ ନବାବଗଞ୍ଜ ଥାନା କ୍ଷେତ୍ରରେ ନବାବଗଞ୍ଜ ଏବଂ ଅଯୋଧ୍ୟା ମଧ୍ୟରେ ବେହୋଶ ଅବସ୍ଥାରେ ପଡ଼ି ରହିଥିଲେ କିଛି ଲୋକ ଦେଖିଥିଲେ ତ ଚିକିତ୍ସା ପାଇଁ ଜିଲ୍ଲା ମହିଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେତେବେଳେ ଏହି ବିଷୟରେ ନେହାଙ୍କ ସହିତ କଥାବାର୍ତ୍ତା କରା ଯାଇଥିଲା ତ ସେ କହିଥିଲେ କି ନିଜ ଘରଲୋକଙ୍କ ସହିତ ବିରୋଧ କରି ବାହା ହୋଇଥିଲେ ତାଙ୍କ ବାପା ବାହାଘର ବିରୁଦ୍ଧରେ ଥିଲେ ବାହା ହେବାପରେ ଘରକୁ ଯାଇନଥିଲେ।ନେହା ବର୍ତ୍ତମାନ ଗର୍ଭବତୀ ମଧ୍ୟ ଅଛନ୍ତି ଏହା ପରେ ମଧ୍ୟ ତାଙ୍କ ସ୍ବାମୀ ତାଙ୍କ ଗଳାକୁ ଚିପି ମାରିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ଟ୍ରେନରୁ ଫିଙ୍ଗି ଦେଇଛନ୍ତି।ସେ ଚାହୁଁଛନ୍ତି କି ତାଙ୍କ ସ୍ବାମୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ।

Leave a Reply

Your email address will not be published. Required fields are marked *