ପୋଲିସ ହେବ ତ ଏମିତି । ଯାହାକୁ ଦେଖି ବଡ଼ ବଡ଼ କ୍ରିମିନାଲ କ୍ରାଇମ କରିବା ପୂର୍ବରୁ ଭାବନ୍ତି ହଜାରେ ଥର ।

ଆପଣ ମାନେ ହୁଏତ ଏସିପି ରବି ତେଜାଙ୍କ ବିଷୟରେ ଜାଣି ନଥିବେ । କିନ୍ତୁ ଏହି ଏସିପିଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଏପରି ଜଣେ ପୋଲିସ ଅଫିସର ଯିଏକି ନିଜର କାମ ଏବଂ ଧର୍ମକୁ ଥିଲା ଭାବରେ ପରିଚାଳିତ କରି ଆସୁଛନ୍ତି । ତାଙ୍କ ଉପସ୍ଥିତି ଥିଲେ କ୍ରିମିନାଲଙ୍କ ଛୁଟି ହୋଇଯାଏ । ଏସିପି ରବି ତେଜାଙ୍କୁ କ୍ରିମିନାଲ ମାନେ ଖୁବ ଭୟ କରନ୍ତି । ଆଉ ତାଙ୍କ କାରଣରୁ ମହିଳାଙ୍କ ଜୀବନ ଖୁବ ସହଜ ହୋଇ ଯାଇଛି କହିଲେ ଚଳେ । ଝିଅକୁ ଯଦି କେହି ରୋଡ଼ ରୋମିୟବି କମେଣ୍ଟ କରନ୍ତି ତେବେ ସେ ତାର ଉଚିତ ଯବାବ ଦିଅନ୍ତି ।

ଏକ ଇଣ୍ଟରଭିଉରେ ଏସିପି ରବି ତେଜା କହିଛନ୍ତି ଯେ ଯଦି କେହି ରୋଡ଼ ରୋମିୟ କୌଣସି ଝିଅକୁ କମେଣ୍ଟ କରନ୍ତି କିମ୍ବା ଏଣୁତେଣୁ କୁହନ୍ତି ତେବେ କୁଆଡ଼େ ତାଙ୍କର ରକ୍ତ ଗରମ ହୋଇଯାଏ । ଏହା ସେ ଜାତୀୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ସେ ଏକଥା ମଧ୍ୟ କହିଥିଲେ ଯେ ଅପରାଧୀ ଯେତେ ଚାଲାକ ହେଲେବି ସେ ତାଙ୍କ ପିଛା ଛାଡ଼ିବେନି । ସେ କହନ୍ତି ଯେ ସେ ପାଠ ପଢି ଏହି ଚାକିରୀ କେବଳ ଲୋକଙ୍କ ସେବା ପାଇଁ କରିଛନ୍ତି । ତେବେ ରବି ତେଜା ଗୁଜରାଟର ଜୁନାଗଡ଼ର ଏସପି ଅଟନ୍ତି । ସେ ଜଣେ ଦକ୍ଷ ପୋଲିସ ଅଫିସର ଅଟନ୍ତି । ଯାହାଙ୍କ କାର୍ଯ୍ୟକଳାପ ଦେଖିଲେ କାହାକୁବୁ ଲାଗିବ ସେ ଜଣେ ତଳିଆ କର୍ମଚାରୀ ହୋଇଥିବେ ।

କିନ୍ତୁ ସେ ଜଣେ ବଡ ଅଫିସର ଅଟନ୍ତି । ଯେତେବେଳେ ଜଣେ ସଚୋଟ ପୋଲିସ ଅଫିସରଙ୍କର ବଦଳି ହୁଏ ତେବେ ସେତେବେଳେ ଏଭଳି ଭାବ ବିହ୍ଵଳ ପରିସ୍ଥିତି ସୃଷ୍ଟି ହୁଏ । ଆଉ ଏଥିରେ ଜଣେ ଦକ୍ଷ ପୋଲିସ ଅଫିସରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଉଛି । ସେଠାରେ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି । ତେବେ ସେ ଯେତିକି ଦିନ ଜୁନାଗଡ଼ରେ ଥିଲେ ସେତିକି ଦିନ ଶାନ୍ତି ବଜାୟ ରଖିଥିଲେ । ଏହାବ୍ୟତୀତ ଅପରାଧୀ ମାନଙ୍କୁ ଦମନ କରିବାର ମନ୍ତ୍ର ମଧ୍ୟ ଶିଖିଥିଲେ । ଗାନ୍ଧିନଗର ପୋଲିସ ଷ୍ଟେସନକୁ ବଦଳି ସମୟରେ ତାଙ୍କର ଏଭଳି ଭିଡ଼ିଓ ସାମ୍ନାକୁ ଆସିଛି । ତାଙ୍କୁ ବେଶ ସମ୍ମାନର ସହିତ ହାତ ମିଳାଇ ଲୋକେ ବିଦାୟ ଦେଉଥିବାର ଦେଖାଯାଇଛି । ତାଙ୍କ ପାଇଁ ପୁରା ଜୁନାଗଡ଼ ବାସୀ ଦୁଃଖ ପ୍ରକାଶ କରୁଛନ୍ତି ।

Leave a Reply

Your email address will not be published. Required fields are marked *