ଓଡ଼ିଶାରେ ଆଉ ଜଣେ ଅର୍ଚ୍ଚନା ନାଗ, ବୟସ ୪୨ ସେ-କ୍ସ ରେ ଏକ୍ସପର୍ଟ

ରାଜଧାନୀରେ ଅର୍ଚ୍ଚନା ନାଗଙ୍କ ମାମଲାର ଏବେ ସୁଦ୍ଧାବି ସମାଧାନ ହୋଇନାହିଁ ଯେ ଆଉ ଏକ ଖବର ଶୁଣିବାକୁ ମିଳିଛି । ଆଉ ଏହି ମାମଲା ବି ଠିକ ସେହିଭଳି । ଭୁବନେଶ୍ୱରରେ ଆଉ ଜଣେ ମହିଳା ଧରା ପଡ଼ିଛନ୍ତି ଯାହାଙ୍କୁ ମହିଳା ବ୍ଲାକମେଲର କୁହାଯାଉଛି । ଅର୍ଚ୍ଚନାଙ୍କ ଭଳି ସେ ମଧ୍ୟ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିବା ଶୁଣିବାକୁ ମିଳିଛି । ଏହି ମହିଳାଙ୍କୁ ନେଇ ଯେଉଁ ସବୁ ତଥ୍ୟ ଆସିଛି ତାହା ଆହୁରି ଆଶ୍ଚର୍ଯ୍ୟ ଜନକ ଅଟେ । ତେବେ ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ଆପଣ ମାନେ ତ ସୁନ୍ଦରୀ ଅର୍ଚ୍ଚନାଙ୍କ କଳା କାରନାମା ବେଶ ଭଲ ଭାବରେ ଜାଣିଥିବେ । କିନ୍ତୁ ଏ ହେଉଛନ୍ତି ଆଉ ଜଣେ ଲେଡି ବ୍ଲାକମେଲର ଯିଏକି ଅର୍ଚ୍ଚନା ଠାରୁ ବି ଟପିଯିବ । ଯାହାଙ୍କ ନାମ ହେଉଛି ପ୍ରୀତି ଦେଶାଇ । ଆଉ ଶୁଣିବାକୁ ମିଳିଛି ଯେ ଏହି ମହିଳାଙ୍କ ଅତ୍ୟାଚାରରେ ଜଣେ ବ୍ୟବସାୟୀ ନିଜର ଜୀବନ ହାରି ଦେଇଛନ୍ତି । ବହୁ ଚର୍ଚ୍ଚିତ ମାମଲା ଅର୍ଚ୍ଚନା ନାଗଙ୍କ ଭଳି ଏହି ଲେଡି ବ୍ଲାକମେଲର ହେଉଛନ୍ତି ପ୍ରୀତି ଦେଶାଇ ଯାହାକୁ ଭୁବନେଶ୍ୱରରୁ ରାଜସ୍ଥାନ ପୋଲିସ ଧରିଛି ।

ତେବେ ସେ ଓଡ଼ିଶାରେ ନୁହେଁ , ରାଜସ୍ଥାନ , କର୍ଣ୍ଣାଟକ ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ନିଜର ମାୟା ଜାଲ ବିଛାଇ କୋଟି କୋଟି ଟଙ୍କା ଲୁଟି ନେଉଥିଲା । ଆଉ ସବୁଠାରୁ ବଡ଼ କଥା ହେଉଛି ଯେ ଏହି ମହିଳାଙ୍କ ମାୟା ଜାଲରେ ଛନ୍ଦି ହୋଇ କର୍ଣ୍ଣାଟକର ଜଣେ କପଡ଼ା ବ୍ୟବସାୟୀ ନିଜର ଜୀବନ ହାରି ଦେଇଛନ୍ତି । ରାଜସ୍ଥାନ ପୋଲିସରେ ଅଭିଯୋଗ ପରେ ସେଠାକାର ପୋଲିସ ଶନିବାର ଦିନ ଭୁବନେଶ୍ୱରରେ ପହଞ୍ଚିଥିଲା । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପ୍ରୀତିକୁ ପୋଲିସ ଗିରଫ କରିଛି । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେ ଏହି ବିଦେଶୀ ସୁନ୍ଦରୀ ଚନ୍ଦ୍ରଶେଖରପୁରର ଜଣେ ବ୍ୟବସାୟୀଙ୍କୁ ବି ନିଜ ପ୍ରେମ ଜାଲରେ ଫସାଇ ଥିଲେ ।

ତାଙ୍କ ଠାରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହି ମହିଳାଙ୍କ ଘର ହେଉଛି କର୍ଣ୍ଣାଟକରେ । ଶିକ୍ଷାଗତ ଯୋଗ୍ୟତା ବି.ଟେକ ପାସ । କିନ୍ତୁ ସେ ନିଜକୁ ସବୁଠି ଆଇଟି ପ୍ରଫେସନଲ ବୋଲି ପରିଚୟ ଦିଅନ୍ତି । ସେ ସୁନ୍ଦରୀ ଅର୍ଚ୍ଚନା ଠାରୁ ବି ଆହୁରି ଦ୍ରୁତ । ସମାନ ଉପାୟରେ ଫେସବୁକ ଏବଂ ଇନଷ୍ଟା ଜରିଆରେ ଲୋକଙ୍କୁ ଫସାଇଥାନ୍ତି । ଏମିତିକି ରାଜ୍ୟର ବଡ଼ ବଡ଼ ପ୍ରତିଷ୍ଠିତ ଏବଂ ଧନୀ ବ୍ୟବସାୟୀ ତାଙ୍କର ଶିକାର ପାଲଟି ଥାଆନ୍ତି । ତାପରେ ବନ୍ଧୁତା , ପରେ ଶାରୀରିକ ସମ୍ପର୍କ ଏବଂ ତାପରେ ଆରମ୍ଭ ହୋଇଯାଏ ବ୍ଲାକମେଲ କରି ଟଙ୍କା ଲୋଟିବା । ତେବେ ପୋଲିସ ଅଭିଯୋଗ ଆଧାରରେ ତାକୁ ଗିରଫ କରିଛି ଏବଂ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ପ୍ରୀତି ଦେଶାଇ କୁଆଡ଼େ ଅର୍ଚ୍ଚନା ନାଗର ବଡ଼ ବାପା ।

Leave a Reply

Your email address will not be published. Required fields are marked *