ଓଡ଼ିଶାର ଆଇଟମ୍ ଗାର୍ଲ ରାନୀ ପଣ୍ଡା କହିଲେ… ବଲିଉଡରେ ଏଣ୍ଟ୍ରି କରି ରାକ୍ଷୀ ସାବନ୍ତ ଓ ସନି ଲିଓନିକୁ ଦେବି ଟକ୍କର… ଦେଖନ୍ତୁ ଭିଡିଓ

ଓଡ଼ିଶାରେ ରାନୀ ପଣ୍ଡା ଆଇଟମ ଗାର୍ଲ ଭାବେ ବେଶ ପରିଚିତ। କିଛି ବର୍ଷ ତଳେ ରାନୀ ପଣ୍ଡା ଖଣ୍ଡଗିରି ଯାତ୍ରାରେ ଆପତ୍ତି ଜନକ ଡ୍ୟାନ୍ସ କରି ଚର୍ଚ୍ଚାରେ ଆସିଥିଲେ। ଆଉ କେତେବେଳେ ଏକ ବୃଦ୍ଧ ବ୍ୟକ୍ତିଙ୍କୁ ଇଲେକ୍ସନରେ ସମର୍ଥନ କରି ମଧ୍ୟ ବହୁତ ଚର୍ଚ୍ଚାରେ ଆସିଥିଲେ। କେବଳ ସେତିକି ନୁହେଁ ରାନୀ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି। ତେବେ ଆଇଟମ ଗାର୍ଲ ପୁଣିଥରେ ଲୋକମାନଙ୍କ ଚର୍ଚ୍ଚା କୁ ଆସିଛନ୍ତି।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ରାନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ରାନୀ ଙ୍କ ଏହି ଭାଇରାଲ ଭିଡ଼ିଓରେ ଆପଣ ରାନୀଙ୍କ ଏକ ନୂଆ ରୂପ ଦେଖିବାକୁ ପାଇବେ। ତେବେ ଏହି ଭିଡ଼ିଓଟି ରାନୀଙ୍କ ଇଣ୍ଟରଭିୟୁର ଭିଡ଼ିଓ ଭଳି ପ୍ରତୀତ ହେଉଛି। ତେବେ ଏହି ସାକ୍ଷାତକାର ଭିଡ଼ିଓରେ ଯାହା କହିଥିଲେ ବର୍ତ୍ତମାନ ସୋସିଆଲ ମିଡ଼ିଆ ସେଗୁଡିକ ଭାଇରାଲ ହେଉଛି। ତେବେ ଆସନ୍ତୁ ଦେଖିବା କଣ କହିଥିଲେ ସାକ୍ଷାତକାରରେ।

ରାନୀ ପଣ୍ଡା ସର୍ବଦା ବିବାଦ ଘେରରେ ରୁହନ୍ତି। ଯେଉଁ କାରଣରୁ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ସମୟରେ ସାକ୍ଷାତକାର ରେ ଦେଇ ଥିବା ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତେବେ ସେ କହିଛନ୍ତି, ‘୧୯ ବର୍ଷ ହେବ ମୁଁ ଏହି ଲାଇନରେ ବହୁତ କଷ୍ଟ କରିଛି କିନ୍ତୁ ସେତେବେଳେ ମୋତେ ଯେଉଁ ପବ୍ଲିସିଟି ମିଳି ନଥିଲା ତାହା ଏବେ ମିଳୁଛି।’ ସେ ନିଜ ବିବାଦକୁ ନେଇ ଏକଥା ମଧ୍ୟ କହିଥିଲେ ଯେ ମୁଁ ଆଇଟମ ଗାର୍ଲ ହୋଇଥିବାରୁ ମୋର ବେଶ ଓ ପୋଷାକ ଭିନ୍ନ ରହିବ। ଆଉ ମୋ ଡ୍ରେସ ଓ ଡ୍ୟାନ୍ସ ମୋର ନିଜସ୍ଵର ଇଚ୍ଛା।

ସେ ଆହୁରି ମଧ୍ୟ କହିଛନ୍ତି, ” ରାକ୍ଷୀ ସାବନ୍ତ, ବିଦ୍ୟା ବାଲନ ବଲିଉଡରେ ଆଇଟମ କରୁଛନ୍ତି। ମୁଁ ଖାଲି ଓଡିଶାରେ ଆଇଟମ କରୁଛି ଆଉ କେହି କରୁ ନାହାନ୍ତି। ମୁଁ କ୍ୟାମେରା ସାମ୍ନାରେ ଟିକେ ଖୁଲମ ଖୁଲା ଆଉ ଅନ୍ୟମାନେ ସମସ୍ତେ ଭିତରେ କରନ୍ତି। ସେଥିପାଇଁ ମୋତେ ଖରାପ ବୁଝନ୍ତି। କିନ୍ତୁ ଦର୍ଶକ ଓ ଲୋକମାନେ ମୋ ନାଚକୁ ବହୁତ ପସନ୍ଦ କରନ୍ତି।

ସେ ବଲିଉଡରେ ପ୍ରବେଶ କରିବା ନେଇ ମଧ୍ୟ କହିଛନ୍ତି। ସେ କହିଛନ୍ତି, ” ଆଗକୁ ମୁଁ ବଲିଉଡରେ ଏଣ୍ଟ୍ରି କରିବି ରାକ୍ଷୀ ସାବନ୍ତକୁ ଓ ସନି ଲିଓନିକୁ ଟକ୍କର ଦେବି। ତେବେ ଏହିଭଳି ଅନେକ ମନ କଥା ସାକ୍ଷାତକାରରେ କହିଛନ୍ତି। ତେବେ ତାଙ୍କର ଏହି କଥା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *