ଅକ୍ଟୋବରରେ ୨୫ ତାରିଖ ସୂର୍ଯ୍ୟପରାଗ , ଜାଣନ୍ତୁ ଶୁଭ ଖବର , ଏହିଦିନ ୬ଟି ରାଶି ହେବେ କୋଟିପତି

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଗୁରୁତ୍ଵପୂର୍ଣ୍ଣ ଖବର ନେଇ ଆସିଛୁ , ଯାହା ଆପଣଙ୍କ ଜାଣିବା ନିହାତି ଦରକାର । ତେବେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସୂର୍ଯ୍ୟପରାଗ କେବେ ପଡୁଛି ଆପଣ ସେ କଥା ଜାଣିବା ପାଇଁ ନିହାତି ଇଚ୍ଛୁକ ଥିବେ । ତେବେ ଏଥରର ସୂର୍ଯ୍ୟପରାଗ ଅକ୍ଟୋବରରେ ୨୫ ତାରିଖରେ ପଡୁଛି । ଦୀପାବଳିର ଆଖପାଖରେ ଏହା ପଡ଼ିଥିବାରୁ ଏହାକୁ ଅତ୍ୟନ୍ତ ଶୁଭ ଭାବରେ ବିବେଚନା କରାଯାଉଛି ।

ଏହାର ପ୍ରଭାବ କେତେକ ବିଶେଷ ରାଶି ମାନଙ୍କ ଉପରେ ପଡ଼ିବ । ତେବେ ଏହି ସୂର୍ଯ୍ୟପରାଗ ସମୟରେ ଶୁଭ କାମ କରିବା ଉଚିତ୍ ନୁହେଁ ବୋଲି କୁହାଯାଏ । ଏଥିପାଇଁ କିଛି କାମ ଏହି ସମୟରେ କରା ଯାଏନାହିଁ । ଆପଣ ସମସ୍ତେ ଜାଣିଥିବେ କି , ସୂର୍ଯ୍ୟପରାଗର ୧୨ ଘଣ୍ଟା ଆଗରୁ ସୂତକ କାଳ ଆରମ୍ଭ ହୋଇଥାଏ । ଏହି ସମୟରେ ମଙ୍ଗଳ କାମ କରିବା ଉଚିତ୍ ନୁହେଁ । ଗର୍ଭବତୀ ମହିଳା ମାନଙ୍କୁ ଏହି ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ୍ ।

ଏହି ସମୟରେ ଖାଇବା ଉଚିତ୍ ନୁହେଁ । ଖାଇବାରେ ତୁଳସୀ ପତ୍ର ପକାଇ ରଖିବା ଉଚିତ୍ । ଦେବାଦେବୀଙ୍କ ମୂର୍ତ୍ତି ଛୁଇଁବା ଅନୁଚିତ୍ । ଘରେ ଗଙ୍ଗା ଜଳ ସିଞ୍ଚନ କରିବା ଉଚିତ୍ । ତେବେ ଏହାର ପ୍ରଭାବ ୧୨ ରାଶି ଉପରେ ପଡ଼ିଥାଏ । ତେବେ ଏଥର ବିଶେଷ ଭାବରେ ୬ ରାଶି ଉପରେ ଏହାର ଶୁଭ ପ୍ରଭାବ ପଡୁଛି , ଏମାନେ ରାତାରାତି କୋଟିପତି ହୋଇ ଯାଇପାରିବେ । ଆସନ୍ତୁ ସେମାନଙ୍କ ବିଷୟରେ ଜାଣିନେବା ।

ମେଷ ରାଶି:- ଏଥରର ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଚାକିରୀ ଆଦି ହୋଇ ଯାଇପାରେ । ସମ୍ପତ୍ତି ପ୍ରାପ୍ତ ହୋଇପାରେ । ବିବାହ ପ୍ରସ୍ତାବ ଆସିପାରେ । କାର୍ଯ୍ୟରେ ବିନିଯୋଗ କରିଥିବା ଟଙ୍କା ମିଳିପାରେ ।

କୁମ୍ଭ ରାଶି:- ଆପଣଙ୍କୁ ଧନ ପ୍ରାପ୍ତ ହେବାର ସୁବର୍ଣ୍ଣ ସୁଯୋଗ ରହିଛି । ପରିବାରର ପୁରା ସହାୟତା ମିଳିବ । କାମ ଆଦିରେ ଟିକିଏ ବିଶ୍ରାମ ମିଳିବ । ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ହେବେ ।

କନ୍ୟା ରାଶି:- କନ୍ୟା ରାଶି ପାଇଁ ଏଥରର ସୂର୍ଯ୍ୟପରାଗ ମଧ୍ୟ ଅତ୍ୟନ୍ତ ଲାଭକାରୀ ହେବ । ବିନିଯୋଗ କରିଥିବା ଟଙ୍କା ମିଳିପାରେ । ଚାକିରୀ ଆଦିରୁ ଲାଭ ମିଳିବ । ବ୍ୟସ୍ତ ହୋଇ ଜୀବନରେ କିଛି ବି ନିଷ୍ପତି ନିଅନ୍ତୁ ନାହିଁ ।

ମକର ରାଶି:- ଏହି ରାଶିର ଲୋକମାନଙ୍କୁ ବ୍ୟବସାୟରେ ଲାଭ ମିଳିବାର ସୁଯୋଗ ରହିଛି । ମାର୍କେଟରେ ଆପଣଙ୍କ ବାବଦରେ ଆଲୋଚନା ହୋଇପାରେ । ସେ କଥା ଶୁଣନ୍ତୁ ନାହିଁ ଆଗକୁ ବଢ଼ି ଚାଲନ୍ତୁ ।

ମୀନ ରାଶି:- ଜୀବନରେ ମାନ ସମ୍ମାନରେ ବାଧା ଆସିପାରେ କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଟଙ୍କା ଆଦି ପ୍ରାପ୍ତ ହୋଇପାରେ । ବ୍ୟବସାୟରେ ବହୁତ ନାମ କମାଇବେ ।

ସିଂହ ରାଶି:- ଆର୍ଥିକ ଦୃଷ୍ଟିରୁ ଏହି ରାଶି ପାଇଁ ମଧ୍ୟ ସୂର୍ଯ୍ୟପରାଗ ଅତ୍ୟନ୍ତ ଶୁଭଦାୟକ ହୋଇପାରେ । ବ୍ୟବସାୟରେ ଲାଭ ହୋଇପାରେ । କିନ୍ତୁ ବିନିଯୋଗ କରିବା ଆଗରୁ ଭାବି ଚିନ୍ତି କରନ୍ତୁ ।

Leave a Reply

Your email address will not be published. Required fields are marked *