ଦୀପାବଳି ରାତିରେ ଶୋଇବା ପୁର୍ବରୁ କରି ଦିଅନ୍ତୁ ଏହି କାମ , ବଦଳି ଯିବ ଆପଣଙ୍କ ଭାଗ୍ୟ , ହୋଇଯିବେ କୋଟିପତି

ଶାସ୍ତ୍ରରେ ଦୀପାବଳିର ଅନେକ ମହତ୍ତ୍ଵ ରହିଛି । ଏହିଦିନ କରା ଯାଇଥିବା କାମ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏହିଦିନ ମାଆ ଲକ୍ଷ୍ମୀଙ୍କୁ ପୂଜା କରା ଯାଇଥାଏ । ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରି ଘରକୁ ଧନର ଆଗମନ ପାଇଁ ପ୍ରାର୍ଥନା କରା ଯାଇଥାଏ । ଦୀପାବଳି ଦିନ ଏପରି କିଛି କାମ କରି ଆପଣ ପୁରା ବର୍ଷ ଲାଭ ପାଇ ପାରିବେ । ଆପଣଙ୍କୁ ଆଉ ଧନର ଅଭାବ ଭୋଗିବାକୁ ପଡ଼ିବ ନାହିଁ ।

ଅନେକ ଥର ମଣିଷ କଷ୍ଟ କରିବା ପରେ ମଧ୍ୟ ଧନ ପ୍ରାପ୍ତ କରି ପାରିନଥାଏ । ତେବେ ଆଜି ଆମେ ଆସନ୍ତୁ ଏହି ଉପାୟ ବିଷୟରେ ଜାଣି ନେବା , ଯାହା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଦୀପାବଳିରେ ଯଦି ଅଷ୍ଟଲକ୍ଷ୍ମୀ ପୂଜା କରାଯାଏ ,ତେବେ ଧନର ଅଭାବ ଆଉ କେବେ ହୋଇନଥାଏ । ଦୀପାବଳିରେ ସ୍ଥିର ଲଗ୍ନରେ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ମାଆ ଲକ୍ଷ୍ମୀଙ୍କ ସହିତ ଗଣେଷଙ୍କୁ ମଧ୍ୟ ପୂଜା କରିବା ଉଚିତ୍ , ନଚେତ୍ ପୂଜା ଅଧୁରା ରହି ଯାଇଥାଏ ।

ଦୀପାବଳିରେ ଘର ଆଗରେ ମାଆଙ୍କର ପାଦ ଚିହ୍ନ ଘର ଆଗରେ ଆଙ୍କନ୍ତୁ , ଏହାଦ୍ବାରା ମାଆ ସେଦିନ ଘରକୁ ଆଗମନ କରିଥାନ୍ତି । କୁହାଯାଏ ଦୀପାବଳି ରାତିରେ ରାତି ଯାକ ଅନିଦ୍ରା ରହିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ଧନରେ ଭରପୁର କରି ଦେଇଥାନ୍ତି । ଏହି ରାତିରେ ମାଆ ଲକ୍ଷ୍ମୀଙ୍କ ଆରାଧନା କରନ୍ତୁ । ଏହାଦ୍ବାରା ମାଆ ଆପଣଙ୍କ ଘରକୁ ଆସି ନିଜ କୃପା ବର୍ଷା କରିବେ ବୋଲି କୁହାଯାଏ ।

ଆଉ ଗୋଟିଏ କଥା ମନେ ରଖନ୍ତୁ କି , ଆପଣ ଘରର ମୁଖ୍ୟ ଦ୍ଵାରରେ ଏବଂ ମାଆ ଲକ୍ଷ୍ମୀଙ୍କ ଆଗରେ ଜଳୁଥିବା ଦୀପ ରାତି ସାରା ଜଳିବା ଉଚିତ୍ । ମାଆ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହି ରାତିରେ ଧଳା କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ପୂର୍ବ ଦିଗ ଆଡ଼କୁ ମୁହଁ କରି ଏକ ବଡ ଦୀପ ଲଗାଇ ଦିଅନ୍ତୁ । ଏବଂ ମାଆ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ । କନକ ଧାରା ସ୍ତୋତ୍ର ପାଠ କରିବା ଉଚିତ୍ । ଏହାଦ୍ବାରା ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି ।

କୁହାଯାଏ ଯେ ଦୀପାବଳି ଦିନ ଲକ୍ଷ୍ମୀ ଏବଂ ତାଙ୍କ ଭଉଣୀ ମଧ୍ୟ ବିଚରଣ କରିଥାନ୍ତି । ଯେଉଁ ଘରେ ସଫା ସୁତୁରା ରହିଥାଏ , ସେଠାରେ ମାଆ ଲକ୍ଷ୍ମୀ ଆଉ ଯେଉଁ ଘର ଅଳିଆ ହୋଇଥାଏ , ସେ ଘରେ ତାଙ୍କ ଭଉଣୀ ଦରିଦ୍ରା ବାସ କରିଥାନ୍ତି । ତେଣୁ ଏପରି ପରିସ୍ଥିତିରେ ଦୁଇ ଭଉଣୀ କେବେ ମଧ୍ୟ ଗୋଟିଏ ଘରେ ଏକାଠି ରହି ପାରନ୍ତି ନାହିଁ । ତେଣୁ ଅନେକ ମହିଳା ଦରିଦ୍ରାଙ୍କୁ ଘରୁ ବାହାର କରିବା ପାଇଁ ଘର ସଫା କରିଥାନ୍ତି । ତେବେ ଆପଣ ମଧ୍ୟ ଏହି ଉପାୟ ଆପଣେଇ ଆପଣଙ୍କ ଘରକୁ ଧନ ଧାନ୍ୟରେ ଭରପୁର କରିପାରିବେ ।

Leave a Reply

Your email address will not be published. Required fields are marked *