ଗୁରୁବାର ଦିନ ହଳଦୀ ଏବଂ ଚାଉଳରେ କରନ୍ତୁ ଏହି କାମ , ଘରକୁ ଆସିବ ସୁଖ ସମୃଦ୍ଧି

ଜୀବନରେ ଅନେକ ସାରା ସମସ୍ୟା ଭରି ହୋଇ ରହିଥାଏ । ଅନେକ କଷ୍ଟ କରିବା ପରେ ମଧ୍ୟ ମଣିଷ ନିଜ ମନ ମୁତାବକ ଧନ ପ୍ରାପ୍ତ କରି ପାରେନାହିଁ । ଆଉ ଏତେ ସବୁ ପରେ ସେ ନିଜେ ଭାଙ୍ଗି ପଡ଼ିଥାଏ । ଆଉ କଣ କରିବ ବୋଲି ମଧ୍ୟ ଭାବି ପାରି ନଥାଏ । ତାକୁ ଦୁଃଖ ଗ୍ରାସ କରିଥାଏ ଆଉ ଜୀବନରେ ସେ ସୁଖ କଣ ଭୁଲି ଯାଇଥାଏ । ତେବେ ଏପରି ପରିସ୍ଥିତିରେ କିଛି ଉପାୟ ଆପଣାଇ ଆପଣ କୋଟିପତି ହୋଇ ଯାଇପାରିବେ ।

ତେବେ ଆସନ୍ତୁ ସେ ସବୁ ବିଷୟରେ ଜାଣି ନେବା । ବୃହସ୍ପତିକୁ ଏକ ଶୁଭ ଗ୍ରହ ଭାବରେ ବିବେଚନା କରା ଯାଇଥାଏ । ତାଙ୍କୁ ଖୁସି କରି ମଣିଷ ସୁଖ ଏବଂ ଧନ ଲାଭ କରି ପାରିବ । ତେବେ ବୃହସ୍ପତିଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ତେଣୁ ଆପଣ ହଳଦୀ ବ୍ୟବହାର କରି ତାଙ୍କୁ ଖୁସି କରିପାରିବେ । ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରିବା ସମୟରେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ହଳଦୀର ମଧ୍ୟ ବ୍ୟବହାର କରନ୍ତୁ । କେବଳ ବିଷ୍ଣୁଙ୍କ ନୁହେଁ ବରଂ ତାଙ୍କ ସହିତ ମାଆ ଲକ୍ଷ୍ମୀଙ୍କ ପୂଜା କରନ୍ତୁ ।

ଗୁରୁବାର ଦିନ ନିଜ ସ୍ନାନ ପାଣିରେ ଟିକିଏ ହଳଦୀ ପକାଇ ସ୍ନାନ କରନ୍ତୁ । ଏହାଦ୍ବାରା ସମସ୍ତ ସମସ୍ୟା ଦୁର ହେବା ସହିତ ଚାକିରୀ ଆଦିରେ ସମସ୍ୟା ଦୁର ହୋଇଥାଏ । ଗାଧୋଇ ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ପାଣି ଅର୍ପଣ କରନ୍ତୁ , ସେଥିରେ ଟିକିଏ ହଳଦୀ ମିଶାଇ ଦିଅନ୍ତୁ । ଭଗବାନ ବିଷ୍ଣୁଙ୍କ ପୂଜା ପରେ ମଥାରେ ଟିକେ ଚନ୍ଦନ ଏବଂ ହଳଦୀ ଲଗାଇ ଘରୁ ବାହାରନ୍ତି , ଶୁଭ ଫଳ ମିଳିବ । ଆର୍ଥିକ ସମସ୍ୟା ଦୁର କରିବା ପାଇଁ ହାତରେ ହଳଦୀ ଏବଂ ଅକ୍ଷତ ନେଇ ବିଷ୍ଣୁ ମନ୍ତ୍ର ପାଠ କରନ୍ତୁ ।

ଗୁରୁବାର ଦିନ ଘର ମୁଖ୍ୟ ଦ୍ଵାରରେ ହଳଦୀ ଏବଂ ଚାଉଳ ମିଶାଇ ଏକ ସ୍ଵସ୍ତିକ ବନାଇ ଦିଅନ୍ତୁ । ଏହାଦ୍ବାରା ନକାରାତ୍ମକ ଶକ୍ତି ଦୁର ହେବା ସହିତ ଘରେ ପ୍ରଗତି ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୁର ହୋଇଥାଏ । ତୁଳସୀ ପତ୍ରରେ ହଳଦୀ ଲଗାଇ ଭଗବାନ ବିଷ୍ଣୁଙ୍କ ପାଡ ତଳେ ରଖି ଦିଅନ୍ତୁ । ବିବାହ ସମସ୍ୟା ଦୁର ହୋଇଯିବ । ଗୁରୁବାର ଦିନ ଆଦୌ ଆମିଷ ଖାଇବେ ନାହିଁ । ଗୁରୁବାର ଦିନ ଧଳା କିମ୍ବା ଲାଲ ରଙ୍ଗର ପୋଷାକ ନ ପିନ୍ଧି କେବଳ ହଳଦିଆ ପୋଷାକ ପିନ୍ଧିବା ଉଚିତ୍ । ଗୁରୁବାର ଦିନ ଘିଅ ଦୀପ ଜଳାଇବା ଉଚିତ୍ ।

ଗୁରୁବାର ଦିନ ଅନ୍ୟ ମାନଙ୍କୁ ହଳଦୀ ଦାନ କରନ୍ତୁ । ଗୁରୁବାର ଦିନ ହଳଦୀ ଗଣ୍ଠି ପକାଇ ହାତରେ ବାନ୍ଧିବା ଉଚିତ୍ । ଏହାବ୍ୟତୀତ ଧନ ସମସ୍ୟା ଦୁର କରିବା ପାଇଁ ଗୋଟିଏ କପଡାରେ ହଳଦୀ ଗଣ୍ଠି ପକାଇ ଭଗବାନ ବିଷ୍ଣୁଙ୍କ ପାଦ ପଦ୍ମରେ ରଖି ଦିଅନ୍ତୁ , ଦେଖିବେ ସବୁ ସମସ୍ୟା ଧୀରେ ଧୀରେ ଦୁର ହୋଇଯିବ । ଏହାବ୍ୟତୀତ ଗୋଟିଏ କାଗଜରେ ହଳଦୀ ରଖି ଭଗବାନ ବିଷ୍ଣୁଙ୍କୁ ପୂଜା କରି ଘରର ଟଙ୍କା ରଖୁଥିବା ସ୍ଥାନରେ ରଖିଦେଲେ , ଧନ ସମ୍ବନ୍ଧିତ ସମସ୍ୟା ଦୁର ହୋଇ ଯାଇଥାଏ ।

Leave a Reply

Your email address will not be published. Required fields are marked *