ନର୍ସଙ୍କୁ ହଜାରେ ଟଙ୍କା ଲାଞ୍ଚ ଦେଇନ ପାରିବାରୁ ରାସ୍ତା ଉପରେ ପ୍ରସବ କଲେ ମହିଳା….

ରାସ୍ତା ଘାଟ , ବାଟ ବଜାରରେ ପ୍ରସବ ହେଉଥିବା କଥା କିଛି ନୂଆ ନୁହେଁ । ଆଗରୁ ଏଭଳି ଘଟଣା ବିଷୟରେ ଆପଣ ଅନେକ ଥର ଶୁଣିଥିବେ । କିଏ ହସ୍ପିଟାଲ ପହଞ୍ଚି ପାରିଲା ନାହିଁ ତ ଆଉ କାହାର ଜରୁରୀକାଳୀନ ପରିସ୍ଥିତିରେ ରାସ୍ତା ଉପରେ ପ୍ରସବ ହୋଇଗଲା । ତେବେ ଏହାରି ମଧ୍ୟରେ ଆମେ ଫିଲ୍ମ୍ ଏବଂ ଟେଲିଭିଜନରେ ମଧ୍ୟ ଏପରି ଘଟଣା ବିଷୟରେ ଦେଖିବାକୁ ପାଇଥାଉ ଆଉ ଯାହା ବାସ୍ତବ ଜୀବନରେ ମଧ୍ୟ ଘଟି ଯାଇଥାଏ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ମାନବିକତା ଉପରେ ଶକ୍ତ ଝଟକା ଦେବା ଭଳି ଲାଗିବ । ଆପଣଙ୍କୁ ଲାଗିବ ନାଇଁ ଏ ଦୁନିଆଁରେ ସତରେ ଆଉ ମାନବିକତା ଶବ୍ଦ ନାହିଁ ବାସ୍ ସ୍ୱାର୍ଥପର ହିଁ ଅଛି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଘଟଣା ସମସ୍ତଙ୍କୁ ଚମକେଇ ଦେଇଛି । ଜଣେ ମଣିଷ କିପରି ଟଙ୍କା କିଛି ଟା ପାଇଁ ଆଉ କାହାର ଜୀବନକୁ ବାଜି ଲଗାଇ ଦେଇ ପାରିଲେ , ତାହାକୁ ନେଇ ଲୋକ ମାନେ ଛି ଛି କରିବାରେ ଲାଗିଛନ୍ତି ।

ସୂଚନା ଅନୁଯାୟୀ , ଏପରି ଏକ ଘଟଣା ଦେଖିବାକୁ ମିଳିଛି , ଆଗ୍ରାର ଆଲିଗଡ ଜିଲ୍ଲାରେ । ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିବା କାରଣରୁ ତାଙ୍କୁ ତାଙ୍କ ସ୍ବାମୀ ନିକଟରେ ରହିଥିବା ହସ୍ପିଟାଲ ନେଇ ଯାଇଥିଲେ । ତେବେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ମହିଳା ଜଣକ ସୁମନ ଦେବୀ ଥିଲେ , ତାଙ୍କ ସ୍ଵାମୀ ବବଲ୍ ସିଂ ତାଙ୍କୁ ନେଇ ଇଗଲାସ ସିଏଚସି ରେ ଭର୍ତି କରାଇ ଥିଲେ । କିନ୍ତୁ ସେଠାରେ ରହିଥିବା ମେଡିକାଲ କର୍ମଚାରୀ ମାନେ ତାଙ୍କୁ ଏକ ହଜାର ଟଙ୍କା ମାଗିଥିଲେ ଆଉ ନ ଦେଲେ ପ୍ରସବ କରାଇବେ ନାହିଁ ବୋଲି କହିଥିଲେ ।

ଯାହା ପରେ ବାଧ୍ୟ ହୋଇ ବବଲ୍ ତାଙ୍କ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଘରକୁ ଆସୁଥିଲେ । କିନ୍ତୁ ବାଟରେ ତାଙ୍କ ସ୍ତ୍ରୀଙ୍କ ପ୍ରସବ ହୋଇ ଯାଇଥିଲା । ଆଉ ନିକଟରେ ରହିଥିବା ମହିଳା ମାନେ ତାଙ୍କୁ ଶାଢ଼ୀରେ ଆବଦ୍ଧ କରି ପ୍ରସବ କରାଇବାରେ ସାହାଯ୍ୟ କରିଥିଲେ । ତେବେ ବର୍ତ୍ତମାନ ସମୟରେ ଏହି ଘଟଣା ସୋସିଆଲ ମିଡିଆରେ ଛାଇ ଯାଇଛି । ସମସ୍ତେ ଏହାକୁ ନିନ୍ଦା କରୁଥିବା ବେଳେ ମେଡିକାଲ ଅଫିସର ଏହି ଘଟଣାର ତଦନ୍ତ କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *