ମହୁମାଛି ଆକ୍ର-ମଣରେ ସରପଞ୍ଚଙ୍କ ମୃ-ତ୍ୟୁ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ଗାଁ ।

ବର୍ତ୍ତମାନ ସମୟରେ ଏକ ହୃଦୟ ବିଦା-ରକ ଘ-ଟଣା ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ପଞ୍ଚାୟତର ସରପଞ୍ଚ ତଥା ଜଣେ ସହୃଦୟଙ୍କୁ ବ୍ୟକ୍ତିଙ୍କୁ ହରାଇ ସମଗ୍ର ଗାଁ ଦୁଃ-ଖରେ ଭା-ଙ୍ଗି ପଡ଼ିଛି । ବର୍ତ୍ତମାନ ପୁରା ଗ୍ରାମବାସୀ ସରପଞ୍ଚଙ୍କୁ ଝୁରୁଛନ୍ତି । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତର ସରପଞ୍ଚ ସନତକୁମାର ପ୍ରଧାନ ସକାଳୁ ବିଲକୁ ଯାଇଥିଲେ କାମ କରିବାକୁ । ମାତ୍ର ସେହି ଚାଷ କରିବା ତାଙ୍କ ପାଇଁ କାଳ ପାଲଟି ଯିବ ବୋଲି ସେ ଜାଣି ନଥିଲେ । ତେବେ ସେ ଜମିରେ ଚାଷ କରିବା ସମୟରେ ପ୍ରଥମେ କିଛିବି କେଉଁଠି ନଥିଲା । ମାତ୍ର ହଠାତ ମାଟି ତଳୁ ହଜାର ହଜାର ସଂଖ୍ୟାର ମହୁମାଛି ବାହାରି ଥିଲା ।

ମହୁମାଛି ତାଙ୍କୁ ଆକ୍ର-ମଣ କରିବାରେ ଲାଗିଥିଲା । ଜମିରେ ଚାଷ କରୁଥିବା ସରପଞ୍ଚ ଜଣକ କିଛି ଜାଣି ପାରି ନଥିଲେ । ମହୁ ମାଛି ଗୁଡ଼ିକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ର-ମଣ କରିବା ପରେ ସେ ଗାଁ ଭିତରକୁ ଦୌଡ଼ି ପଳାଇ ଆସିଥିଲେ । ଯାହାର ଏକ ସିସିଟିଭି ଫୋଟେଜ ମଧ୍ୟ ସାମ୍ନାକୁ ଆସିଛି । ସିସିଟିଭି ଫୋଟେଜରେ ମଧ୍ୟ ଏହା ଦେଖିବାକୁ ମିଳିଛି ଯେ ତାଙ୍କ ଆଗରେ ଦୁଇଜଣ ବ୍ୟକ୍ତି ମଧ୍ୟ ପ୍ରା-ଣ ବିକଳରେ ଦୌଡ଼ି ଆସୁଥିଲେ । ଆଉ ପଛରେ ସରପଞ୍ଚ ମୁହଁରେ ଏକ କପଡ଼ା ଘୋଡ଼ାଇ ଆସୁଥିବାର ଦେଖିବାକୁ ମିଳିଥିଲା । ସେଥିରେ ଦେଖାଯାଇ ପାରିବ ଯେ କିଭଳି ସରପଞ୍ଚଙ୍କୁ ମହୁମାଛି ଆକ୍ର-ମଣ କରୁଛି ।

କିଛି ଲୋକେ ଏକ ପାଲ ଆଣି ସରପଞ୍ଚଙ୍କୁ ଘୋଡ଼ାଇ ଦେବାକୁ ଚେଷ୍ଟା କରିଛନ୍ତି , ତଥାପି ମହୁମାଛି ଆକ୍ର-ମଣ କରିବାରେ ଛାଡ଼ି ନାହାଁନ୍ତି । କିଛି ସମୟ ପରେ ସରପଞ୍ଚଙ୍କ ଅବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଗୁରୁତର ହୋଇ ଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ପାଲରୁ ଉ-ଦ୍ଧାର କରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହୋଇଛି । ସରପଞ୍ଚଙ୍କର ଏଭଳି ମୃ-ତ୍ୟୁ ପରେ ସ୍ତ୍ରୀ , କୁନି ଝିଅ , ସମ୍ପୁର୍ଣ୍ଣ ପରିବାର ଏବଂ ଗାଁ ମଧ୍ୟ ଦୁଃ-ଖରେ ଭାଙ୍ଗି ପଡ଼ିଛନ୍ତି ।

ସରପଞ୍ଚଙ୍କ ମୃ-ତ ଶରୀର ମଧ୍ୟ ଗାଁରେ ପହଞ୍ଚିଥିଲା । ଏଭଳି ଏକ ଘଟ-ଣା ଘଟିବା ପରେ ଲୋକେ ଏତେ ଭଲ ଲୋକ ଏବଂ ଏତେ ଭଲ ସରପଞ୍ଚ ଛାଡ଼ି ଯାଇଥିବାରୁ ଝୁରୁଛନ୍ତି । ଲୋକେ କହିଛନ୍ତି ଯେ ଏଭଳି ସରପଞ୍ଚ ଆମକୁ କେଉଁଠୁ ମିଳିବ । କାରଣ ସେ ସରପଞ୍ଚ ହେବା ପରଠାରୁ ଗାଁରେ ଅନେକ ଉନ୍ନତି ହୋଇଥିଲା ଏବଂ ସେ ବ୍ୟକ୍ତିଗତ ଭାବରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *