ବନ୍ଧୁମାନେ ଏହି ୩ ମହିଳାଙ୍କୁ ନବରାତ୍ରି ବ୍ରତ ରଖିବା ଅନୁଚିତ୍ ନେଚତ ମାତା ଲକ୍ଷ୍ମୀ ହୋଇପାରନ୍ତି କ୍ରୋଧିତ। ଏହି ମହିଳାଙ୍କ ଉପରେ ମାତା କେବେ ବି ଖୁସି ହୁଅନ୍ତି ନାହିଁ। ଆସନ୍ତୁ ଜାଣିବା କଣ ଆପଣ ଏହି ୩ ମହିଳା ଭିତରେ ନାହାନ୍ତି ତ ! ନବରାତ୍ରି ଏହି ବର୍ଷ ଏପ୍ରିଲ ୨ ରୁ ଆରମ୍ଭ ହେବାକୁ ଯାଉଛି ଯାହା ୧୧ ଏପ୍ରିଲ ପର୍ଯ୍ୟନ୍ତ। ଏହି ଦିନ ଗୁଡ଼ିକ ମାତା ଆଦି ଶକ୍ତିଙ୍କୁ ସମର୍ପିତ ଅଟେ। ଏହି ଥର ମାତା ଆପଣଙ୍କ ଗୃହକୁ ପ୍ରବେଶ କରି ପାରନ୍ତି ଯଦି ଆପଣ ତାଙ୍କର ବିଧି ମୁତାବକ ପୂଜା ଆରାଧନା କରିବେ।
ଏହି ସମୟ ବହୁତ ଉତ୍ତମ ଏବଂ ଏହି ମହିଳା ମାନଙ୍କୁ ଏହି ସବୁ ନୀତି ନିୟମ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏହି ସବୁ ଉପରେ ଧ୍ୟାନ ନଦେଲେ ମାତା ଆପଣଙ୍କ ଉପରେ କ୍ରୋଧ କରିବା ସହିତ ଆପଣଙ୍କ ଜୀବନରେ ଅଶାନ୍ତି ଆସେ। ଏହା ସହ ଆପଣଙ୍କ ସ୍ଵାମୀଙ୍କ ଉପରେ କୌଣସି ବାଧା ଆସିପାରେ।
୧. ବିବାହିତ ମହିଳା -ଏହି ମହିଳା ମାନେ ବ୍ରତ ରଖିବା ଅନୁଚିତ୍ କାରଣ ଏପରି କଲେ ତାଙ୍କ ଜୀବନରେ ବହୁ ବାଧା ଆସିଥାଏ। ବିବାହ ହେଉଛି ଏକ ଜନ୍ମ ଜନ୍ମର ବନ୍ଧନ। ଏଥିରେ ନା କେହି କାହାଠୁ ଦୂରରେ ରୁହନ୍ତି ବା କେହି କାହାକୁ ଛାଡି ରହିପାରନ୍ତି। ଅଲଗା ହୋଇଥିବା ଯୋଡିକୁ ଶୁଭ ମାନା ଯାଏ ନାହିଁ। ଏହା ସହ ମାତା ସେତେବେଳେ ଖୁସି ହୁଅନ୍ତି ଯେବେ ଆପଣ ବନ୍ଧନରେ ଥାଆନ୍ତି। ଖାସ୍ କରି ପତି ପତ୍ନୀ ଯଦି ଏକ ସାଙ୍ଗରେ ବ୍ରତ ରଖନ୍ତି ତେବେ ମାତା ବରଦାନ ଦିଅନ୍ତି। ଏଥିପାଇଁ ବିବାହିତ ମହିଳା ଏହି ବ୍ରତ କଲେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ବ୍ରତ ରଖି ପୂଜା ପାଠ କରିପାରିବେ।
୨. ବୈଶ୍ୟା ମହିଳା -ଏହି ମହିଳାଙ୍କୁ ନବରାତ୍ରି ବ୍ରତ ରଖିବା ଅନୁଚିତ୍ ବା କରୱା ଚୌଥ ବ୍ରତ ରଖିବା ମଧ୍ୟ ଅନୁଚିତ୍। ଏମାନଙ୍କ ଶରୀରର ପବିତ୍ରତା ନଥାଏ ତେଣୁ ତାଙ୍କୁ ମଇଳା ନୁହେଁ ପାପୀ ମଧ୍ୟ କୁହାଯାଏ। ଏହାଦ୍ବାରା ଆପଣଙ୍କ ପୂଜା କେବେବି ସଫଳ ହୋଇନଥାଏ। ଏହି ବ୍ରତ ଆପଣ କେବେବି ରଖନ୍ତୁ ନାହିଁ।
୩. ବଡ ବିମାରୀ ମହିଳା -ଘାତକ ବିମାରୀ ଥିବା ମହିଳା ଏହି ବ୍ରତ କେବେବି ରଖିବା ଅନୁଚିତ୍। ଯେମିତି ଉଦାହରଣ ସୁଗାର, ହୃଦରୋଗ, ଶରୀରରେ ଥକା ପଣ, ମୁଣ୍ଡ ବୁଲେଇବା, ଉଚ୍ଚ ରକ୍ତଚାପ, ଶରୀର କମଜୋରି ଲାଗିବା ଆଦି ହେଲେ ଆପଣ ଏହି ବ୍ରତ କେବେବି ରଖନ୍ତୁ ନାହିଁ। ନଚେତ୍ ଆପଣଙ୍କର କିଛି ବି ହୋଇପାରେ ଆପଣ ସାବଧାନ ରୁହନ୍ତୁ। ମାତା ରାଣୀ ତାଙ୍କ ଭକ୍ତଙ୍କୁ କେବେ କଷ୍ଟରେ ଦେଖି ପାରାନ୍ତିନି। ଏପରି ସମୟରେ ବ୍ରତ କଲେ ମାତା ରାନୀ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି ନାହିଁ।
୪. ଯଦି କୌଣସି ବ୍ରତ ଆପଣ ଦେଖେଇବା ପାଇଁ କରନ୍ତି। ତେବେ ଘୋର ପାପ ମାନା ଯାଇଥାଏ। ଏପରି କଲେ ଆପଣ ଦେବତାଙ୍କ ମଜାକ ଉଡେଇବା ସହିତ ଆପଣ ପାପର ଭାଗୀଦାର ମଧ୍ୟ ହୁଅନ୍ତି। ଦେବି ମାତା ସେହି ଲୋକଙ୍କ ଉପରେ ପ୍ରସନ୍ନ ହୁଅନ୍ତି ନାହିଁ ବରଂ ତାଙ୍କୁ ବର୍ବାଦ କରନ୍ତି। ଦେବି ତ ସେତେବେଳେ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଯେବେ ଆପଣ ତାଙ୍କୁ ସତ୍ ମନରେ ପୂଜା କରିବା ସହିତ ଶାସ୍ତ୍ର ନିୟମ ମାନ ପାଳନ କରନ୍ତି।
୫. ଯଦି ଆପଣଙ୍କୁ ବାରମ୍ବାର ଗାଳି ଦେବାର ଖରାପ ଅଭ୍ୟାସ ଅଛି। ତେବେ ଆପଣ ଯେବେ ଶୀଘ୍ର ପାରୁଛନ୍ତି ମାତା ରାନୀଙ୍କୁ ପ୍ରସନ୍ନ ଯଦି କରିବାକୁ ଚାହାନ୍ତି। ଏହା ସହ ବ୍ରତ ମଧ୍ୟ ରଖିବାକୁ ଚାହାନ୍ତି ତେବେ ସିଧା ଅଳ୍ପ କଥା କୁହନ୍ତୁ। ଅଧିକ କଥା ବା କଟୁ କଥା କହିବା ଅନୁଚିତ୍। ଆପଣ ପାପର ଭାଗୀଦାର ବି ହୁଅନ୍ତି। ଏହି ଲୋକ ମାନଙ୍କୁ ମାତା ରାନିଙ୍କ ପୁଜାରୁ ଦୂରେଇ ରହିବା ଉଚିତ୍।
ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହା ଆପଣଙ୍କୁ ଭୁଲରେ ବି ଅର୍ପଣ କରିବା ଅନୁଚିତ୍ ନଚେତ୍ ମାତା କ୍ରୋଧ କରନ୍ତି। ଏପରି କଲେ ପୁରା ଜୀବନ ବର୍ବାଦ ହୋଇଯାଏ।
୧. ନବରାତ୍ରିରେ ପୂଜାପାଠ ପାଇଁ ଧଳା ଶାଢୀ କେବେବି ପିନ୍ଧନ୍ତୁ ନାହିଁ। ଏହାସହ କଳା କପଡା ପିନ୍ଧନ୍ତୁ ନାହିଁ କାରଣ ପୂଜାରେ ବାଧା ଆସେ। ମାତାଙ୍କ ଚୌକି ସବୁବେଳେ ଲାଲ କପଡା ବିଛେଇ କରିବା ଉଚିତ୍। କେବେ ଏହା ଉପରେ କାଗଜ ଲଗେଇବା ଉଚିତ୍ ନୁହେଁ। ନଡ଼ିଆ ମାତାଙ୍କୁ ଅର୍ପଣ କରିବା ଅନୁଚିତ୍। ସବୁ ବିଶେଷ କାର୍ଯ୍ୟରେ ନଡ଼ିଆର ମହତ୍ତ୍ଵ ଅଲଗା। କଳସ ସ୍ଥାପନା ନଡ଼ିଆ ଦ୍ଵାରା ହୋଇଥାଏ।
ଯେଉଁ ନଡ଼ିଆରେ ପାଣି ଥାଏ ତାକୁ ଆମେ ମାତା ରାନିଙ୍କ ପୂଜାରେ ଲଗେଇବା ଉଚିତ୍। ସେହି ଚୂଳ ବା ଜଟା ଥିବା ନଡ଼ିଆର ବ୍ୟବହାର କରନ୍ତୁ। ନଡ଼ିଆ ପବିତ୍ରତାର ପ୍ରତୀକ ହୋଇଥାଏ। ନଡ଼ିଆ ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ। ନଡ଼ିଆକୁ ଶ୍ରୀଫଳ ବା ମାତା ଲକ୍ଷ୍ମୀଙ୍କ ରୂପ ବୋଲି ମାନା ଯାଏ। ନଡ଼ିଆକୁ କଳସରେ ଶୁଆଇ ସ୍ଥାପନା କରନ୍ତୁ ଓ ଏହା ଉପରେ ନାଲି କପଡା ଗୁଡେ଼ଇ ରଖନ୍ତୁ।
ଶାସ୍ତ୍ର ଅନୁଯାୟୀ ଆପଣ ଯଦି ନଡ଼ିଆକୁ ଠିକ୍ ଭାବରେ ସ୍ଥାପନା କରନ୍ତି ତେବେ ଯାଇ ପୂଜାର ବିଧି ସମ୍ପନ୍ନ ହୁଏ। ନଡ଼ିଆକୁ କେବେ କୌଣସି ମହିଳା ଭାଙ୍ଗିବା ଅନୁଚିତ୍। ମାତା ରାଣୀଙ୍କୁ ସବୁବେଳେ ଫୁଲ ବାଲା ଲବଙ୍ଗ ଅର୍ପଣ କରିବେ। ଏହା ପୂର୍ଣ୍ଣ ହୋଇଥାଏ କାରଣ ଅପୂର୍ଣ୍ଣ ଜିନିଷ ମାତାଙ୍କୁ କେବେବି ପୂଜା ହୁଏ ନାହିଁ। ଭଙ୍ଗା ଚାଉଳ ମଧ୍ୟ ବ୍ୟବହାର କରନ୍ତୁ ନାହିଁ।
ତୁଳସୀ ପତ୍ର ବ୍ୟତୀତ ଅଅଁଳା ମଧ୍ୟ ମାତାଙ୍କୁ ଅର୍ପଣ କରିବା ଅନୁଚିତ୍। ଦୁବ ମଧ୍ୟ ମାତା ରାନିଙ୍କୁ ଅର୍ପଣ କରନ୍ତୁ ନାହିଁ। ମାତାଙ୍କୁ ସବୁବେଳେ ନାଲି ରଙ୍ଗର ଫୁଲ ଅର୍ପଣ କରିବା ଉଚିତ୍। ମାତାଙ୍କୁ ପଦ୍ମ ଫୁଲ ଅର୍ପଣ କରାଯାଏ। ଶାସ୍ତ୍ର ଅନୁଯାୟୀ ଘରେ ମାତାଙ୍କ ୨କି ୩ ମୂର୍ତ୍ତି ରଖିବା ଅନୁଚିତ୍। ତାଙ୍କ ପୂଜାରେ ଖଣ୍ଡିତ ବସ୍ତୁ ପୂଜା କରିବା ଅନୁଚିତ୍। ଲୁହା ଓ ପ୍ଲାଷ୍ଟିକ ଜିନିଷର ବ୍ୟବହାର ମଧ୍ୟ କରନ୍ତୁ ନାହିଁ। ଶୁଖା ଫୁଲ ବା ଶୁଙ୍ଘି ଥିବା ଫୁଲ ମାତାଙ୍କୁ ଅର୍ପଣ କରିବା ଅନୁଚିତ୍। ଏହି ସବୁ ନିୟମ ମାନ ମାନିବା ଉଚିତ୍।