ମୋଦିଙ୍କ ଜୀବନୀ:- ପିଏମ ମୋଦିଙ୍କ ୭ ଟି ଅଜଣା କଥା, ଯାହାକୁ ଶୁଣିଲା ପରେ ଆପଣଙ୍କ ଆଖିରେ ମଧ୍ୟ ଲୁହ ରହିବ ନାହିଁ।

ଦୁଃଖ କଷ୍ଟ କରିଥିଲେ ହିଁ ଜୀବନରେ ସଫଳ ମଣିଷ ହୋଇ ପାରିବ ବୋଲି ଅନେକ ବିଜ୍ଞ ଲୋକ କହିଛନ୍ତି। ଜଣେ ସଫଳ ମଣିଷ ପଛରେ ଅନେକ ଦୁଖଭରା କାହାଣୀ ଲୁ-ଚି ରହିଥାଏ। ତେବେ ଆଜିର ସଫଳ ଏବଂ ଦକ୍ଷ ନେତା ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ ରହସ୍ୟ କଥା ଲୁ-ଚି ରହିଛି ଯାହାକି ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ। ତେବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାଠାରୁ ଭାରତର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଏପରି ଅନେକ କଥା ରହିଛି ଯାହାକି ଅତ୍ୟନ୍ତ ଦୁଃ-ଖ-ଦ ଦାୟକ। ତେବେ ଆସନ୍ତୁ ଏହି ବିଷୟରେ ପଢ଼ିବା।

୧. ଯେତେବେଳେ ମୋଦି ପାଣିରେ ରୁଟି ବତୁରେଇ ଖାଉଥିଲେ।

ଗୁଜୁରାଟରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ସହ କାର୍ଯ୍ୟରତ ଥିବା ଡକ୍ଟର ଅନୁଜ ରାୱତ ମୋଦିଙ୍କ ସହ ଘ-ଟିଥିବା ଏକ ଘ-ଟଣା ବିଷୟରେ ପୋର୍ଟାଲ ରେ କହିଛନ୍ତି। ଅନୁଜ କହିଛନ୍ତି, ଏହା ପ୍ରାୟ ୧୯୮୩-୮୪ ମସିହାର କଥା। ନରେନ୍ଦ୍ର ଭାଇ କାର ଚଳାଉଥିଲେ ଏବଂ ମୁଁ ତାଙ୍କ ପାଖରେ ବସିଥିଲି। ବାଟରେ ମୁଁ ପଚାରିଲି – ନରେନ୍ଦ୍ର ଭାଇ, ସମାଜର ଶେଷ ମଣିଷର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆପଣ କିପରି ସଂକଳ୍ପ ପାଇଲେ? ତା’ପରେ ନରେନ୍ଦ୍ର ଭାଇ କହିଲେ – ମୁଁ ଏକ ଗାଁକୁ ଗଲି।

ପୂର୍ଣ୍ଣକାଲିକା ପ୍ରଚାର ସମୟରେ ଏକ ସମାଜସେବୀଙ୍କ ଗ୍ରାମକୁ ଯାଇଥିଲି। ତେବେ ଉକ୍ତ ସମାଜସେବକ ଜଣକ ଘରକୁ ଖାଇବା ପାଇଁ ନିମନ୍ତ୍ରଣ କଲେ। ମୁଁ ହଁ ମଧ୍ୟ କଲି ତେବେ ଯେତେବେଳେ ତାଙ୍କ ଘରେ ପହଞ୍ଚିଲି ଦେଖିବାକୁ ପାଇଲି ଯେ ସମାଜସେବକ ଜଣକ ଏକ ଚାଳ ଘରେ ରୁହନ୍ତି। ସେ ଖାଦ୍ୟରେ ମୋତେ ଏକ ପୁରୁଣା ଥାଳିରେ ଖଣ୍ଡ ରୁଟି ଏବଂ ଗ୍ଲାସରେ କ୍ଷୀର ଦେଲେ। ତେବେ ସେହି ସମୟରେ ମାଆ କୋଳରେ ବସିଥିବା ଏକ କୁନି ପିଲାର ନଜର ଗ୍ଲାସ ଭିତରେ ଥିବା କ୍ଷୀର ଉପରେ ଥିଲା।

ସେତେବେଳେ ମୁଁ ବୁଝି ଗଲି ଯେ ଏହି କ୍ଷୀର ଟି ସେ କୁନି ପିଲା ପାଇଁ ଥିଲା। ତେବେ ମୁଁ ବାହାରେ ଜଳଖିଆ ଖାଇକି ଆସିଛି ବୋଲି କହି କ୍ଷୀର ପିଇବା ପାଇଁ ମନା କରିଦେଲି। ଏହାପରେ ମାଆ କ୍ଷୀର ଗ୍ଲାସଟି ପିଲାକୁ ଧରେଇ ଦେଲା ଓ କୁନି ପିଲାଟି ଏକାସାଙ୍ଗରେ ସବୁ କ୍ଷୀର ଶେଷ କରିଦେଲା। ଏହା ଦେଖି ମୋ ଆଖିରେ ଲୁହ ଆସିଗଲା ଏବଂ ମୁଁ ଭାବିବାକୁ ଲାଗିଲି ଯେ ମୋ ଦେଶର ଲୋକେ କଣ ଏତେ ଗରିବ। ତେବେ ମୁଁ ଉକ୍ତ ରୁଟିକୁ ପାଣିରେ ଭିଜେଇ ଖାଇଲି।

୨. କାର୍ଗିଲି ଯୁ-ଦ୍ଧରେ ସହିଦ ଯବାନଙ୍କ ବିଧବା ସ୍ତ୍ରୀକୁ ନିର୍ବାଚନରେ ଛିଡା କରାଇ ବିଜୟୀ କଲେ।

୧୯୯୯ ମସିହାରେ ଆରମ୍ଭ ହୋଇଥିବା କାର୍ଗିଲି ଯୁ-ଦ୍ଧରେ ଆମ ଦେଶର ଅନେକ ଯବାନ ସହିଦ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରେ ଅନେକ ବିବାହିତ ମଧ୍ୟ ଥିଲେ। ତେବେ ସେହି ସମୟରେ ଲୋକସଭା ନିର୍ବାଚନ ପାଇଁ ଗୁରୁଗ୍ରାମରେ ଲ-ଢେ-ଇ ଚାଲୁଥିଲା। ତା’ପରେ ନରେନ୍ଦ୍ର ମୋଦୀ କାର୍ଗିଲ ଯୁ-ଦ୍ଧରେ ସହିଦ ହୋଇଥିବା ସୁଖବୀର ସିଂ ଯାଦବଙ୍କ ବିଧବା ପତ୍ନୀ ସୁଧା ଯାଦବଙ୍କୁ ନିର୍ବାଚନ ଲ-ଢେ-ଇ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଅର୍ଥ ନଥିବା କାରଣରୁ ସୁଧା ଯାଦବ ମନା କରିଦେଇଥିଲେ।

ତେବେ ସେହି ସମୟରେ ନରେନ୍ଦ୍ର ମୋଦି ଏକ ଚାଦର ବିଛେଇ ଉପରେ ଏକ କଳସ ରଖି ଦେଇଥିଲେ ଏବଂ ନିଜ ପକେଟରୁ ୧୧ ଟଙ୍କା ବାହାର କରି ସେଥିରେ ପକେଇ ଥିଲେ ଏବଂ କହିଥିଲେ କି ଆପଣ ନିର୍ବାଚନ ପାଇଁ ଲଢେଇ ଆରମ୍ଭ କରନ୍ତୁ ଦଳ ଆପଣଙ୍କ ନିର୍ବାଚନ ଖର୍ଚ୍ଚ ବହନ କରିବ। ଏହାପରେ ମୋଦି ସୁଧା ଯଦବଙ୍କୁ ନିର୍ବାଚନରେ ସାହାଯ୍ୟ ଏବଂ ଅର୍ଥ ଅନୁଦାନ କରିବା ପାଇଁ ପ୍ରାର୍ଥନା କରିଥିଲେ। ତେବେ ମୋଦିଙ୍କ କଥାରେ ପ୍ରାୟ ଏକ ଘଣ୍ଟା ମଧ୍ୟରେ ସାଢ଼େ ସାତ ଲକ୍ଷ ଟଙ୍କା ଅନୁଦାନ ହିସାବରେ ମିଳିଥିଲା। ସୁଧା ଯାଦବ ବିପୁଳ ଭୋଟରେ ଜୟ ଲାଭ କରିଥିଲେ।

୩. କିରାଣୀଙ୍କ ପ୍ରତିଭାକୁ ଚିହ୍ନି ପାରନ୍ତି ନରେନ୍ଦ୍ର ମୋଦି

କଥା ୧୯୮୧ ମସିହାର ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ସମୟରେ ସେହି ସମୟରେ ଆଇପିଏସ ଅଧିକାରୀ ହସମୁଖ ଥିଲେ। ତେବେ ଆଇପିଏସ ଅଧିକାରୀ ହସମୁଖ ଏକ କଥା ସେୟାର କରି କହିଛନ୍ତି, ମୁଁ ଦିନେ ସେତେବେଳର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ବସିଥିବା ସମୟରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କିରାଣୀକୁ ଆଙ୍ଗୁଠି ଦେଖାଇ କହିଥିଲେ, ଆପଣ ଜାଣିଛନ୍ତି ଏହି କର୍ମଚାରୀର ନାମ।

ଏହାଙ୍କର ନାମ ପ୍ରତାପ ଅଟେ। ତାଙ୍କର ଅକ୍ଷର ଅତ୍ୟନ୍ତ ସୁନ୍ଦର ଅଟେ। ଯଦି ଆପଣଙ୍କ ନିମନ୍ତ୍ରଣ ପତ୍ରରେ କାହାର ନାମ ଲେଖିବାକୁ ହୁଏ ତେବେ ଆପଣ ଏହି ବ୍ୟକ୍ତିଙ୍କୁ ଲେଖିବାକୁ ଦେବେ। ତେବେ ଏହି କଥା ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ଚିନ୍ତା କରିବାକୁ ଲାଗିଲି ଯେ ଉଚ୍ଚ ପଦବୀରେ ଥିଲେ ମଧ୍ୟ ସେ ଲୋକଙ୍କ ପ୍ରତିଭାକୁ ବେଶ ଭଲ ଭାବରେ ଚିହ୍ନି ପାରନ୍ତି।

୪. ରାତ୍ରିଭୋଜନ ସରିଯିବାରୁ ନିଜେ ପ୍ରସ୍ତୁତ କରିଥିଲେ ଖାଦ୍ୟ

ଏହି କଥା ସେତେବେଳର ଯେତେବେଳେ ନରେନ୍ଦ୍ର ମୋଦି ହରିୟାଣାରେ ରହି ନିଜ ସଂଘଠନ ପାଇଁ କାମ କରୁଥିଲେ। ରୋହତକ ଜିଲ୍ଲାରେ ରହୁଥିବା ଦୀପକ ନାମକ ଏକ ସମାଜ ସେବୀ କହିଛନ୍ତି, ଦିନେ ରାତ୍ରିରେ କର୍ମକର୍ତ୍ତା ମାନେ ଖାଇ ଦେଇଥିଲେ ଏବଂ ସେଦିନ ଆଉ କୌଣସି ଖାଦ୍ୟ ବଳି ନଥିଲା। କିନ୍ତୁ ନରେନ୍ଦ୍ର ମୋଦିଙ୍କ ଜୋରରେ ଭୋକ ହେବାରୁ ରୋଷେଇ ଘରକୁ ଗଲେ ଏବଂ ଖୋଜିବାକୁ ଲାଗିଲେ। କିନ୍ତୁ କିଛି ପାଇଲେ ନାହିଁ। ଶେଷରେ ସେ ମୋତେ ପିଆଜ କାଟିବାକୁ କହିଦେଇ ନିଜେ ଅଟା ଚକଟି ପରଟା ପ୍ରସ୍ତୁତ କଲେ ଏବଂ ଆମେ ଦୁହେଁ ମିଶି କରି ଭୋଜନ କଲୁ।

୫. ଚିହ୍ନି ପାରିଥିଲେ ବୃଦ୍ଧା ମହିଳାଙ୍କୁ

ଯେତେବେଳେ ଆପଣ କୌଣସି ଏକ ବଡ଼ ପଦବୀରେ ରୁହନ୍ତି ସେତେବେଳେ ଆପଣ ଅନେକ ଲୋକଙ୍କୁ ସାକ୍ଷାତ କରିଥାନ୍ତି କିନ୍ତୁ ସମସ୍ତଙ୍କୁ ମନେ ରଖିବା ସମ୍ଭବ ହୋଇନଥାଏ। କେବଳ ସେତିକି ନୁହେଁ ବଡ ପଦବୀ ପାଇବା ପରେ ମନରେ ଅହଂ ଭାବ ଚାଲି ଆସିଥାଏ। କିନ୍ତୁ ନରେନ୍ଦ୍ର ମୋଦିଙ୍କ ଭିତରେ ଏପରି ଭାବ ନଥିଲା।

ବିଜୟ ଚୋଉଥାଇ ଏକ ଘଟଣା ବିଷୟରେ କହିଛନ୍ତି ଯେ ୨୦୦୮ ମସିହାରେ ମୋଦି କେନିଆ ଯାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ପୁଣିଥରେ କେନିଆ ଯାଇଥିଲେ। ସେଠାରେ ଆୟୋଜିତ ହୋଇଥିବା ସଭାରେ ଲୋକଙ୍କ ସହ ହାତ ମିଶାଉ ଥିଲେ। ତେବେ ହଠାତ ତାଙ୍କ ନଜର ଏକ ବୃଦ୍ଧା ମହିଳାଙ୍କ ଉପରେ ପଡିଥିଲା। ସେ ତୁରନ୍ତ ଚିହ୍ନି ପାରିଥିଲେ। ଯାହାକୁ ସେ ୨୦୦୮ ମସିହାରେ ସାକ୍ଷାତ କରିଥିଲେ।

୬. ପିଏମଙ୍କୁ ମନେ ଥିଲା ଅତି ଛୋଟରୁ ଛୋଟ କଥା

କ୍ରୀଡା ଖେଳାଳି ଦୀପା ମଲିକ୍ ଏକ କଥା ସେୟାର କରିଛନ୍ତି ସେ କହିଛନ୍ତି ଅଗଷ୍ଟ ୧୫ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଏକ ପାର୍ଟି ଆୟୋଜନ କରାଯାଇଥିଲା। ତେବେ ଉକ୍ତ ପାର୍ଟିରେ ମୋଦି ଆସିଥିଲେ। ତେବେ ତାଙ୍କ ସହ ହାତ ମିଷେଇବା ପାଇଁ ଅନେକ ଲୋକ ଘେରି ହୋଇ ରହିଥିଲେ। ସେହି ସମୟରେ କିଛି ଲୋକ ମୋ ପିଠି ଉପରେ ଭରା ଦେଇ ମୋଦିଙ୍କ ନିକଟକୁ ହାତ ବଢ଼ାଉ ଥିଲେ। ଏହା ଦେଖି ମାନ୍ୟବର ପ୍ରଧାନମନ୍ତ୍ରୀ ଲୋକଙ୍କୁ ପଛକୁ ଏଡେଇ ଦେଇ ମୋ ପିଠି ଉପରେ ହାତ ରଖି କହିଥିଲେ, ଏହି ପିଠିରେ ଅନେକ ଅପରେଶନ୍ ହୋଇଥିବ। କୌଣସି ଆ-ଘା-ତ ନ ଲାଗି ଯାଉ। ତେବେ ମୋଦିଙ୍କ ଏହି କଥା ମୋତେ ବହୁତ ପ୍ରଭାବିତ କରିଥିଲା। ତେବେ ସେ କୌଣସି କଥା ଭୁଲି ନଥିଲେ।

୭. ଅନେକ ଲେଖାରେ ବୁଡି ରୁହନ୍ତି ମୋଦି

ଗୁଜୁରାଟୀ ଲେଖକ ମାକୱାନା କହିଛନ୍ତି, ଯେତେବେଳେ ମୁଁ ସାଙ୍ଗ ସହିତ ଜଡିତ ସାଧନା ସାପ୍ତାହିକ ହାଟରେ ଯୋଗ ଦେଇଥିଲି ସେତେବେଳେ ନରେନ୍ଦ୍ର ମୋଦୀ ଭାଇ ସ୍ତମ୍ଭ ଲେଖୁଥିଲେ। ସେ ନରେନ୍ଦ୍ର ନୁହେଁ ‘ଅନିକେଟ୍’ ନାମକ ଏକ ସ୍ତମ୍ଭ ଲେଖୁଥିଲେ। ସେହି ସମୟ ମଧ୍ୟରେ ମୁଁ ତାଙ୍କ ଚିନ୍ତାଧାରା ପଢ଼ିବାର ସୁଯୋଗ ପାଇଲି। ସେ ଆମକୁ ପ୍ରତ୍ୟେକ ଥର ପଚାରିଥିଲେ ପ୍ରବନ୍ଧଟି କିପରି ଥିଲା? ତାଙ୍କ ପ୍ରବନ୍ଧଗୁଡ଼ିକ ବିଷୟରେ ମତାମତ ପାଇବାକୁ ପସନ୍ଦ କରନ୍ତି।

Leave a Reply

Your email address will not be published. Required fields are marked *