ନବମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତି ….

ବର୍ତ୍ତମାନ ସମୟରେ ଏପରି ଅନେକ ଘଟଣା ଘଟୁଛି , ଯାହା ସମସ୍ତଙ୍କ ହୋସ ଉଡାଇ ଦେଉଛି । ଛୋଟ ପିଲା ମାନେ ଏପରି କିଛି କାମ କରୁଛନ୍ତି , ଯାହାକୁ ତାଙ୍କ ବାପା ମାଆ ବିଶ୍ୱାସ କରି ପାରୁ ନାହାଁନ୍ତି । ଏପରି ଅବିଶ୍ଵସନୀୟ ଘଟଣା ଘଟିବା ଆଦୌ ନୂଆ କଥା ନୁହେଁ । ଏହା ପୁରା ସାଧାରଣ ପାଲଟି ଗଲାଣି ।

କିନ୍ତୁ ଏପରି କାମ କରିବା ସମାଜ ପ୍ରତି ନିନ୍ଦନୀୟ ଅଟେ । ସମସ୍ତେ ଏହି ଘଟଣାରୁ ଅନେକ ଖରାପ କଥା ଗ୍ରହଣ କରିବା ସହିତ ସମସ୍ତେ ନିଜକୁ ଖରାପ ମଧ୍ୟ କରି ଦେଉଛନ୍ତି । ତେବେ ଏସବୁ ପଛରେ ସବୁଠାରୁ ମୂଳ କଥା ହେଉଛି , ସମସ୍ତଙ୍କୁ ଭଲ ଭାବରେ ଶିକ୍ଷାଦାନ କରିବା । ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ହୋସ ଉଡାଇ ଦେବ ।

ଜଣେ ନାବାଳିକା ଗର୍ଭବତୀ ହୋଇ ଯାଇଛନ୍ତି ଆଉ ଏକ ଶିଶୁକନ୍ୟାକୁ ଜନ୍ମ ଦେବା ସହିତ ନାବାଳିକାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଛି । ଆଉ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ସୂଚନା ଅନୁଯାୟୀ , ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । କେନ୍ଦୁଝର ସଦର ଥାନା ଅଞ୍ଚଳରେ ଥିବା ଅନୁସୂଚିତ ଜାତି ଏବଂ ଜନଜାତି ଆଶ୍ରମ ବିଦ୍ୟାଳୟର ଜଣେ ୧୫ ବର୍ଷର ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

ଆଉ ଯାହା ପରେ ତାଙ୍କର ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଭାବରେ ବିଗିଡି ଯାଇଛି । ବର୍ତ୍ତମାନ ନିଜ ଜୀବନ ସହିତ ସେ ସଂଘର୍ଷ କରିବା ସହିତ ଆଗକୁ କଣ ହେବ , ସେ କଥା କାହାକୁ ଜଣା ନାହିଁ । ତେବେ ପୋଲିସ ବର୍ତ୍ତମାନ ଏ ବିଷୟରେ ତଦନ୍ତ ଚଳାଇବାରେ ଲାଗିଛି ।

ତେବେ କୁହାଯାଉଛି କି , ମକର ଛୁଟିରେ ନାବାଳିକା ଜଣକ ନିଜ ଘରକୁ ଯାଇଥିଲେ । ଆଉ ମକର ଛୁଟି ଖୋଲି ଯାଇଥିଲେ ମଧ୍ୟ ସେ ହଷ୍ଟେଲ ଫେରି ନଥିଲେ । ଘରେ ତାଙ୍କର ଦେହ ଟିକିଏ ଖରାପ ହୋଇ ଯାଇଥିଲା ଆଉ ସେଥିପାଇଁ ତାଙ୍କ ମାଆ ମଧ୍ୟ ଭୟଭୀତ ହୋଇ ଯାଇଥିଲେ । ଆଉ ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ମହିଳା ବିଭାଗରେ ଦେଖା ଯିବାରୁ ଜଣା ପଡିଥିଲା କି , ନାବାଳିକା ଜଣକ ଗର୍ଭବତୀ ଅଛନ୍ତି ।

ତେଣୁ ତାଙ୍କର ପ୍ରସବ କରାଇବାକୁ ପଡ଼ିବ ନଚେତ୍ ନାବାଳିକାଙ୍କ ଜୀବନ ଚାଲି ଯାଇପାରେ । ତେଣୁ ତାଙ୍କର ପ୍ରସବ କରା ଯାଇଥିଲା ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ସେ । ତେବେ ଏହାପରେ ତାଙ୍କର ସ୍ବାସ୍ଥ୍ୟ ପୁରାପୁରି ଖରାପ ହୋଇ ଯାଇଥିଲା ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ସେହି ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ତେବେ ବର୍ତ୍ତମାନ ଜଣା ପଡ଼ିଛି କି , ନାବାଳିକାଙ୍କ ସ୍ବାସ୍ଥ୍ୟ ବିଷୟରେ କିଛି କୁହା ଯାଇପାରିବ ନାହିଁ । ଏତେ ଅଳ୍ପ ବୟସରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ତାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଛି । ଅନ୍ୟ ପକ୍ଷରେ କୁହାଯାଉଛି କି , ନାବାଳିକାଙ୍କୁ ଗର୍ଭବତୀ କରାଇଥିବା ବ୍ୟକ୍ତିଙ୍କର କିଛି ଖୋଜ ଖବର ମିଳି ନାହିଁ ।

ପୋଲିସ ଘଟଣା ବିଷୟରେ ତଦନ୍ତ କରିବା ଆରମ୍ଭ କରିଦେଇଛି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । ଏହା ବ୍ୟତୀତ ବର୍ତ୍ତମାନ ଶିଶୁ କନ୍ୟାର ସ୍ବାସ୍ଥ୍ୟ ଠିକ୍ ଅଛି । ଡାକ୍ତର ତାର ଚିକିତ୍ସା କରିବାରେ ଲାଗିଛନ୍ତି । ତେବେ ଆଗକୁ ଦେଖା ଯାଉ କଣ ହେଉଛି ଆଉ ଅଭିଯୁକ୍ତଙ୍କର ପତ୍ତା ମିଳୁଛି କି ନାହିଁ ।

Leave a Reply

Your email address will not be published. Required fields are marked *