ନବ ଦାସଙ୍କ ହ-ତ୍ୟା ଯୋଜନା ହୋଇଥିଲା କି ଏଇଠି !

ନବ ଦାସଙ୍କ ମୃତ୍ୟୁକୁ ଆଜିକୁ ଚାରି ଦିନ ପୁରୀ ଯାଇଛି । ସାରା ଓଡ଼ିଶାରେ ଚହଳ ଆଉ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ କାହିଁକି ଓ କଣ ପାଇଁ ହୋଇଥିଲା ତାର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କେବଳ ହ-ତ୍ୟାକା-ଣ୍ଡର ଖିଅ ଖୋଜୁଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ପୋଲିସ କର୍ମୀ ଗୋପାଳ କାହିଁକି ମାରିଥିଲା ତା ପାଖରେ ପହଞ୍ଚି ପାରିନି ।

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଗୋପାଳ କାହିଁକି ମାରିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ । ଗୋପାଳର ଥିଲା କି ନବ ଦାସଙ୍କ ଉପରେ ପୂର୍ବରୁ କିଛି ରାଗ । ନା ଏ ହତ୍ୟାକାଣ୍ଡ ପୂର୍ବରୁ ଯୋଜନା ବଦ୍ଧ ଭାବେ କରାଯାଇଥିଲା । ଏମିତି ଅନେକ ପ୍ରଶ୍ନ ଏବେ ଜନ ସାଧାରଣଙ୍କ ମନରେ ଉଙ୍କି ମାରୁଥିବା ବେଳେ ନବ ଦାସଙ୍କୁ କାହିଁକି ଓ କଣ ପାଇଁ ମାରିଥିଲା ଗୋପାଳ ତାହା ଏବେ ବି ଅସ୍ପଷ୍ଟ ରହିଛି । କେବେ କ୍ରାଇମବ୍ରାଞ୍ଚ ସତ ଆଣିବ ସାମ୍ନାକୁ କେବେ ଗୋପାଳ କହିବ ହତ୍ୟାକାଣ୍ଡ ପଛର ଗୁମର ।

ହେଲେ ଏଇ ସବୁ ମଧ୍ୟରେ ଏକ ବଡ଼ କଥା ସାମ୍ନାକୁ ଆସୁଛି କି ହତ୍ୟା କରିଥିବା ଗୋପାଳର ଭାଇ ସତ୍ୟ ଏକ ହୋଟେଲ କରିଥିଲା । ଯେଉଁ ହୋଟେଲର ନାମ ଥିଲା ବ୍ରହ୍ମପୁର ହୋଟେଲ । ଆଉ ଗାନ୍ଧୀ ଛକ ବଜାର ସୋ ରୁମ ନିକଟରେ ହୋଟେଲ ଖୋଲିଥିଲା ଗୋପାଳ ର ବଡ଼ ଭାଇ ସତ୍ୟ ରଞ୍ଜନ ଦାଶ ।

ଆଉ ବର୍ତ୍ତମାନ ସେହି ହୋଟେଲକୁ ନେଇ ସାମ୍ନାକୁ ଆସୁଛି ଏକ ବଡ଼ ସୂଚନା । ଯେଉଁ ଦିନ ଅଭିଯୁକ୍ତ ବା ହତ୍ୟାକାରି ଗୋପାଳ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିଲା ଏହା ପରଠାରୁ ଗୋପାଳର ବଡ଼ ଭାଇର ହୋଟେଲ ବନ୍ଦ ରହିଛି । ଆଉ ସେପଟେ କ୍ରାଇମବ୍ରାଞ୍ଚ ଘଟଣାକୁ ଘାଣ୍ଟୁଥିବା ବେଳେ ଗୋପାଳର ନିଜ ଘରେ କ୍ରାଇମବ୍ରାଞ୍ଚ ପହଁଚିଥିବା ସୂଚନା ମିଳିଛି । ତେବେ କେବଳ ଏତିକି ନୁହେଁ ଗୋପାଳର ଘରେ ପହଞ୍ଚି କ୍ରାଇମବ୍ରାଞ୍ଚ ଗୋପାଳର ପରିବାର ଲୋକଙ୍କୁ ପଚରା ଉଚରା କରିବା ସହିତ । ଗୋପାଳର ବଡ଼ ଭାଇକୁ କ୍ରାଇମବ୍ରାଞ୍ଚ କେଉଁ ଏକ ଅଜ୍ଞାତ ସ୍ଥାନକୁ ଉଠାଇ ନେଇଥିବା ସୂଚନା ମିଳିଛି । ଆଉ ସେହି ଅଜ୍ଞାତ ସ୍ଥାନରେ ଗୋପାଳର ବଡ଼ ଭାଇକୁ ରଖି ଜେରା କରୁଥିବା ଜଣା ପଡ଼ିଛି ।

ଏହି ସୂଚନା ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଅନେକ ଅସୀମାହିତ ପ୍ରଶ୍ନ ଉଙ୍କି ମାରୁଛି । କଣ ଗୋପାଳର ଏହି ହତ୍ୟାକାଣ୍ଡ ପଛରେ ବଡ଼ ଭାଇଙ୍କର କୌଣସି ସମ୍ପୂକ୍ତି ରହିଛି । ନଚେତ କାହିଁକି ଗୋପାଳର ବଡ଼ ଭାଇକୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଛି । ଗୋପାଳର ବଡ଼ ଭାଇକୁ କ୍ରାଇମବ୍ରାଞ୍ଚ ଉଠାଇ ନେବା ପଛରେ କଣ ଥାଇ ପାରେ ପ୍ରକୃତ ରହସ୍ୟ । ଗୋପାଳର ବଡ଼ ଭାଇଙ୍କ ନିକଟରୁ କଣ ମିଳିବ କି କିଛି ତଥ୍ୟ ? ସେପଟେ ଏହି ଘଟଣା ସହିତ ଯୋଡି ହୋଇ ରହିଥିବା ଆଉ ଏକ ଘଟଣା ହେଉଛି ।

ହୋଟେଲ ଯେଉଁ ଘରେ ଭଡାରେ ଚାଲୁଥିଲା ତାହା ବାବୁଲି ମାଝୀଙ୍କ ଘର ଥିଲା ଯେଉଁ ଘରକୁ ଗୋପାଳ ମାସିକ ଛ ହଜାର ଟଙ୍କା ଭଡାରେ ନେଇଥିଲେ । ତେବେ ଦୋକାନକୁ ନେଇ ଯେଉଁ ସନ୍ଦେହ ବୃଦ୍ଧି ପାଉଛି ତାହା ପଛରେ ଏକ କାରଣ ରହିଛି ବୋଲି ମଧ୍ୟ କୁହାଯାଉଛି । ଯେଉଁ ଦିନ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିଲା ସେହିଦିନ ଗୋପାଳଙ୍କ ହୋଟେଲ ଖୋଲା ଥିଲା ହେଲେ ସକାଳ ପାଞ୍ଚ ଟା ପରେ ଦୋକାନ ହଟାତ ବନ୍ଦ ହୋଇଯାଇଥିଲା ।

କାହିଁକି ହଟାତ ଦୋକାନ ବନ୍ଦ ହୋଇଯାଇଥିଲା ତାକୁ ନେଇ ଏବେ ସନ୍ଦେହ ବୃଦ୍ଧି ପାଇଛି । ସେହି ହୋଟେଲ ନିକଟରେ ଥିବା ଅନ୍ୟ ହୋଟେଲ ଖୋଲା ଥିବା ବେଳେ ଗୋପାଳଙ୍କ ହୋଟେଲ କାହିଁକି ବନ୍ଦ ହୋଇ ଯାଇଥିଲା ତାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେବେ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ସହିତ କଣ ଥାଇ ପାରେ ହୋଟେଲର ଲିଙ୍କ ତାହା ତ ଏବେ ସନ୍ଦେହ ଘେରରେ ଅଛି । ହେଲେ ସେବେ ସତ ସାମ୍ନାକୁ ଆସିବ । ଯେବେ କ୍ରାଇମବ୍ରାଞ୍ଚ ତଦନ୍ତ କରି ସାରିବା ପରେ ତଦନ୍ତ ଅଧିକାରୀ ଏହି ଘଟଣାକୁ ନେଇ ମୁହଁ ଖୋଲିବେ ।

Leave a Reply

Your email address will not be published. Required fields are marked *