ତପସ୍ୱନୀ ସିଭିଲ ସର୍ଭି୍ସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଘରର ଲାଇନ କାଟିଲେ ଶାଶୂଘର ଲୋକେ

ବିଗତ କିଛି ମାସ ହେବ ଡାକ୍ତର ସୁମିତ ଏବଂ ତପସ୍ୱିନି ମାମ-ଲାରେ ଟିକିଏ ଶାନ୍ତ ପଡ଼ି ରହିଥିବା ବେଳେ ପୁଣିଥରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । କିଛି ମାସ ପୂର୍ବରୁ ଏହି କଥା ପାଇଁ ସମସ୍ତେ ଆଲୋଚନା କରୁଥିଲେ । ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ନାମ ହିଁ ଥିଲା ଆଉ ତାହା ଥିଲା ତପସ୍ୱିନି ।

ଜଣେ ବୋହୂ ନିଜ ଶାଶୁ ଘର ଆଗରେ ଧାରଣା ଦେଇ ବସିଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଏତେ ସାହସୀ ଝିଅକୁ ସମସ୍ତେ ଅନେକ ପ୍ରଶଂସା ମଧ୍ୟ କରିଥିଲେ । କାହାକୁ ନ ଡରି ନିଜ ନ୍ୟା-ୟ ପାଇଁ ସେ ଲଢିଥିଲେ ଆଉ ଏହି କଥା ଅନେକ ସମୟ ଧରି ଚର୍ଚ୍ଚାର ବିଷୟବସ୍ତୁ ମଧ୍ୟ ପାଲଟି ଯାଇଥିଲା । ଶାଶୁ ଘର ଲୋକ ତାଙ୍କୁ ଗ୍ରହଣ କରିବାକୁ ରାଜି ନଥିଲେ କିନ୍ତୁ ସେ ଶାଶୁ ଘରେ ରହିବା ପାଇଁ ସ୍ବପ୍ନ ଦେଖିଥିଲେ ।

ଯେଉଁ ବ୍ୟକ୍ତିଙ୍କୁ ସେ ଭଲ ପାଇ ବିବାହ କରିଥିଲେ , ସେ ଥିଲେ ଡାକ୍ତର ସୁମିତ । ସେହି ସୁମିତଙ୍କୁ ସେ ଏତେ ଭଲ ପାଉଥିଲେ କି , ତାଙ୍କ ସହିତ ସାରା ଜୀବନ ରହିବା ପାଇଁ ମଧ୍ୟ ସ୍ବପ୍ନ ଦେଖିଥିଲେ । କିନ୍ତୁ କିଛି ହୋଇ ପାରି ନଥିଲା । ଯେତେ ପୋ-ଲିସ , ଯେତେ କୋର୍ଟ ଦୌଡ଼ି ଥିଲେ ମଧ୍ୟ ସେ ନିରାଶ ହୋଇ ଫେରୁଥିଲେ । କିନ୍ତୁ ଏହାପରେ ସେ ହାରି ଯାଇ ନଥିଲେ ।

ମନରେ ତାଙ୍କର ଥିଲା ଦୃଢ଼ ବିଶ୍ୱାସ , ଯେଉଁଥି ପାଇଁ ସେ ଆଜି ବର୍ତ୍ତମାନ ପର୍ଯ୍ୟନ୍ତ ଆସି ପାରିଛନ୍ତି । ଶେଷରେ ମାନ୍ୟବର ହାଇକୋର୍ଟ ପାଖରେ ସେ ନିଜର ସମସ୍ତ ସମସ୍ୟା ରଖିଥିଲେ । ଆଉ ଅନେକ ବି-ଚାର ବିମର୍ଶ ପରେ ବର୍ତ୍ତମାନ ସେ ନିଜ ଶାଶୁ ଘରେ ରହୁଛନ୍ତି । କିନ୍ତୁ ସେ କହିଛନ୍ତି କି , ଶାଶୁ ଘରେ ତାଙ୍କୁ ଏପରି ସ୍ଥାନ ଦିଆଯାଇଛି , ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ଆସିଯିବ ଲୁ-ହ । ତଥାପି ସେ ହାରି ନାହାନ୍ତି ।

ଶାଶୁ ଘରେ ତାଙ୍କୁ ଛାତ ଉପରେ ଏକ ଛୋଟ ରୁମ୍ ଦେଇଛନ୍ତି ଆଉ ସେଠାରେ ସେ ରହୁଛନ୍ତି । ତେବେ ସେ ସେଠାରେ ରହି ସେ ନିଜ ଜୀବନରେ କିଛି କରିବା ପାଇଁ ସ୍ବପ୍ନ ଦେଖିଛନ୍ତି । ବର୍ତ୍ତମାନ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି ତପସ୍ୱିନି । ତାଙ୍କୁ ନେଇ ଏପରି ଏକ କଥା ସାମ୍ନାକୁ ଆସିଛି , ଯାହାକୁ ଶୁଣିବା ପରେ ଆପଣ ବି ଚମକି ଉଠିବେ ।

ଶାଶୁ ଘର ଲୋକ ତାଙ୍କ ସହିତ ଏପରି ଅମା-ନବିକତା ଦେଖାଇଛନ୍ତି , ଯାହାକୁ ନେଇ ସେ ପୁଣିଥରେ ଚର୍ଚ୍ଚାରେ । ତପସ୍ୱିନି କହିଛନ୍ତି କି , ନିଜ କ୍ୟାରିୟର କରିବା ପାଇଁ ସେ ପାଠ ପଢୁଛନ୍ତି । ସେ ବର୍ତ୍ତମାନ ଅନେକ ପରୀକ୍ଷା ମଧ୍ୟ ଦେଉଛନ୍ତି । ତେବେ ବର୍ତ୍ତମାନ ସେ ସିଭିଲ ସର୍ଭିସ୍ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି । ଆଉ ସେ ଅନେକ ସ୍ବପ୍ନ ଦେଖିଛନ୍ତି । କିନ୍ତୁ ବର୍ତ୍ତମାନ ସେହି ସ୍ୱପ୍ନରେ କଣ୍ଟା ସାଜିଛନ୍ତି ଶାଶୁ ଘର ଲୋକ । ତାଙ୍କୁ ନାନା ଉପାୟରେ ହଇ-ରାଣ କରୁଛନ୍ତି

ବର୍ତ୍ତମାନ ଯାଇ ଏସପି ସାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନି । ତେବେ ତାଙ୍କ ଅସୁବିଧା କହି ସେ କହିଛନ୍ତି କି , ଅନେକ ଦିନ ହେଲାଣି ସେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ସୂଚନା ଅନୁଯାୟୀ , ଗତକାଲି ତାଙ୍କ ଶାଶୁ ଘର ଲୋକ ତାଙ୍କ ଘରର ଲାଇନ୍ କା-ଟି ଦେଇଛନ୍ତି । ଆଉ ଯେତେ କହିବା ପରେ ମଧ୍ୟ ଦେଉ ନାହାନ୍ତି ।

ସେମାନେ ନିଜ ଭୁଲ ସ୍ବୀ-କାର କରୁ ନାହାନ୍ତି । ଆଉ କହୁଛନ୍ତି କି , ସେମାନେ କିଛି କରି ନାହାନ୍ତି । ଏହାରି ମଧ୍ୟରେ ପୋ-ଲିସ ମଧ୍ୟ ଆସିଥିଲେ କିନ୍ତୁ କିଛି ପଦକ୍ଷେପ ଗ୍ରହଣ କଲେ ନାହିଁ । ତେଣୁ ବର୍ତ୍ତମାନ ନି-ରାଶ ହୋଇ ଯାଇଛନ୍ତି ତପସ୍ୱିନି । ଆଉ ସେଥିପାଇଁ ଆସି ଏସପିଙ୍କ ନିକଟରେ ଗୁହାରି କରିଛନ୍ତି ତପସ୍ୱିନି । ନିଜ ନ୍ୟା-ୟ ପାଇଁ ସେ ସବୁକିଛି କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *