ଅଶ୍ଳୀଳ କଲ ସାଜିଲା କାଳ, ବ୍ଲାକମେଲର ଶିକାର ହୋଇ ମୁନିଆଁ କଇଁଚିକୁ ନିଜ ପେଟରେ ୫୦ ଥର ଭୂଷିଲେ ଯୁବକ

ଯୁବକ ଭିଆଇଲେ ସାଙ୍ଘାତିକ କାଣ୍ଡ । ନିଜ ପେଟରେ ଏକ ମୁନିଆ କଇଚିକୁ ଭୁଷି ଚାଲିଲେ ଯୁବକ । ଥରେ ନୁହେଁ କି ଦୁଇ ଥର ନୁହେଁ ୫୦ ଥର ନିଜ ପେଟରେ କଇଁଚି ଭୁସିଲେ ଯୁବକ । ଏପରି କରିବା ପଛରେ ରହିଥିଲା ନ୍ୟୁଡ କଲ । ନ୍ୟୁଡ଼ କଲର ଅପମାନରୁ ବଞ୍ଚିବା ପାଇଁ ଯୁବକ ଜଣଙ୍କ ନିଜ ପେଟରେ ଭୁଷି ଚାଲିଥିଲେ କଇଁଚି । ଆଉ ଯାହା ଫଳରେ ବାହାରି ଚାଲିଥିଲା ଗଳ ଗଳ ରକ୍ତ । ହେଲେ ଏହି ଭୟଙ୍କର ରକ୍ତସ୍ରାବ ପରେ ମଧ୍ୟ ଅଟକି ନଥିଲେ ଯୁବକ ଜଣଙ୍କ । ଅତି ନିର୍ମମ ଭାବରେ ନିଜ ପେଟରେ ଭୁଷି ଚାଲୁଥିଲେ କଇଁଚି ।

ହଁ ବନ୍ଧୁଗଣ ନ୍ୟୁଡ଼ କଲ ପାଇଁ ଘଟି ଯାଇଛି ଏପରି ଏକ ସାଙ୍ଘାତିକ ଘଟଣା । ନ୍ୟୁଡ କଲ ପାଇଁ ଯୁବକ ନିଜ ଜୀବନ ସହ ଖେଳିବାକୁ ଆଦୌ ପଛାଉ ନାହାନ୍ତି । ଅପମାନ ସହି ନପାରି ଯୁବକ ଜଣଙ୍କ ଶେଷରେ ଭିଆଇ ବସିଛନ୍ତି ସାଙ୍ଘାତିକ କାଣ୍ଡ । ଏହି ଘଟଣା ପ୍ରଥମ ଥର ପାଇଁ ଘଟିଯାଇଥିବା ବେଳେ ସମସ୍ତଙ୍କୁ ଏହି ଘଟଣା ବେଶ୍ ଚକିତ କରିଛି । ଏହି ଘଟଣା ଯିଏ ଶୁଣୁଛନ୍ତି ସେ ମୁଣ୍ଡରେ ହାତ ଦେଉଛନ୍ତି । ଯୁବକଙ୍କ ଏହି କାଣ୍ଡ ସମସ୍ତଙ୍କ ପାଦ ତଳୁ ମାଟି ଖସାଇ ଦେଇଛି । କିପରି ଜଣେ ବ୍ୟକ୍ତି ଏତେ ସାଙ୍ଘାତିକ କାଣ୍ଡ ଭିଆଇ ପାରିଲେ ତାହା ସମସ୍ତଙ୍କ ମନରେ ଏକ ଆଲୋଡନ ସୃଷ୍ଟି କରୁଛି ।

ଏହି ଘଟଣା ସାମ୍ନାକୁ ଆସିଛି ନୁଆପଲ୍ଲି ଥାନା ଅଞ୍ଚଳରୁ । ଆଉ ଘଟଣା କିଛି ଏପରି ଥିଲା । କୁମାର ନନ୍ଦ ନାମକ ଜଣେ ଯୁବକଙ୍କୁ ପ୍ରଥମେ ମୋବାଇଲରେ ଏକ ଭିଡିଓ କଲ ଆସେ ଆଉ ତା ପରେ ଯୁବତୀ ଜଣଙ୍କ ଭିଡିଓ କଲ ରିସିଭ୍ କରନ୍ତି ତ ମୋବାଇଲ ସ୍କ୍ରିନ ଆଗକୁ ଜଣେ ଯୁବତୀ ଏକ ଦମ୍ ଉଲଗ୍ନ ଅବସ୍ଥାରେ ଚାଲି ଆସିଥାନ୍ତି । ଆଉ ଏହାକୁ ବାରଣ କରି ଯୁବକ ଜଣଙ୍କ କଲ କାଟିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ଯୁବତୀ ଜଣଙ୍କ କିନ୍ତୁ ଯୁବକଙ୍କୁ ବାଧ୍ୟ କରି ତାଙ୍କ ସହିତ କଥା ହେବାକୁ କହିଥିଲେ । ଆଉ ଏହିଭଳି କଥା ହେଉଥିବା ସମୟରେ ସ୍କ୍ରିନ ରେକର୍ଡ ଅନ କରିଥିଲେ ଯୁବତୀ ଜଣଙ୍କ । ବାସ ତା ପରେ ଯାହା ଘଟିଗଲା ତାହା ଯୁବକଙ୍କ ଜୀବନକୁ ବେଶ୍ କଷ୍ଟ ଦେଇଥିଲା ।

ତେବେ ସେହି ନ୍ୟୁଡ୍ କଲ ପରେ ଯୁବତୀ ଜଣଙ୍କ ଯୁବକଙ୍କୁ କରିଥିଲେ ବ୍ଲାକମେଲ । ଆଉ ତା ପରେ ଯୁବକ ଜଣଙ୍କ ଭିଡିଓ ଭାଇରାଲ ହେବା ଭୟରେ ଥରି ଉଠିଥିଲେ । ଲାଜ ଅପମାନ ସହି ନପାରି ଯୁବକ ଜଣଙ୍କ ଭିଆଇ ବସିଥିଲେ ସାଙ୍ଘାତିକ କାଣ୍ଡ । ନିଜ ପେଟକୁ ଏକ କଇଚି ସାହାଯ୍ୟରେ ଭୁଷି ହୋଇ ଥିଲେ କ୍ଷତାକ୍ତ । ତେବେ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ । ଯିଏ ଏହି ଘଟଣା ବିଶୟରେ ଶୁଣୁଛନ୍ତି ସେ ହେଉଛନ୍ତି ଚକିତ ।

Leave a Reply

Your email address will not be published. Required fields are marked *