ଯାତ୍ରାରେ ମଧ୍ୟ ହୋଇଥାଏ କାଷ୍ଟିଂ କାଉଚ୍ । ଆଉ ଏହାକୁ ନେଇ ଗଣମାଧ୍ୟମରେ କହିଲେ ଯାତ୍ରା ଅଭିନେତା ଲରେନ୍ସ ।

ଅଲିଉଡ଼ ସହିତ ଯାତ୍ରା ଜଗତରେ ନିଜର ପ୍ରଦର୍ଶନ ଦେଖାଇଥିବା ଲରେନ୍ସଙ୍କୁ ଓଡ଼ିଶାର ସବୁ ଲୋକ ଜାଣିଛନ୍ତି । ଆଉ ସେ ନିଜର ଯାତ୍ରା ପାଇଁ ଅଧିକ ପରିଚିତ । ତେବେ ସେ ଗଣମାଧ୍ୟମରେ ଯାତ୍ରାକୁ ନେଇ ନିଜର ଅନେକ କିଛି ମତ ରଖିଛନ୍ତି । ଆଉ ତା ମଧ୍ୟରେ କାଷ୍ଟିଂ କାଉଚ୍ ବିଷୟ ମଧ୍ୟ ରହିଛି ।

ସେ କହନ୍ତି ଯେ ଏହା ପ୍ରାୟ ଶୁଣିବାକୁ ମିଳେ ଯେ ଅଲିଉଡ଼ରେ କାଷ୍ଟିଂ କାଉଚ୍ ରହିଛି । କିନ୍ତୁ ଯାତ୍ରାରେ ଏଭଳି ଘ-ଟଣା କେବେ ଘଟିଥିବା ପ୍ରାୟ ଶୁଣିବାକୁ ମିଳିନାହିଁ । ଆଉ ତାଙ୍କ ଯାତ୍ରା ବିଷୟରେ କହିବାକୁ ଗଲେ ଅନେକ ସମୟରେ ଏପରି ହୁଏ ଯେ କିଛି ଅଭିନେତା ଅଭିନେତ୍ରୀ ଟଙ୍କା ନେବା ପରେ କାମ କରିବା ଆଗରୁ ଛାଡ଼ି ଚାଲି ଯାଆନ୍ତି । ଯାହାଦ୍ୱାରା ଅନେକ ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

ଯାହା ସେ କରିବାକୁ ସବୁ ପ୍ରତିଭାଙ୍କୁ ବାରଣ କରିଛନ୍ତି । ତାଙ୍କ କ୍ୟାରିଅର ବିଷୟରେ କହିଲେ ସେ ଯାତ୍ରା ସମେତ ଅନେକ ଓଡ଼ିଆ ଫିଲ୍ମରେ ମଧ୍ୟ କାମ କରନ୍ତି । ଆଉ ବର୍ତ୍ତମାନ ସେ ନିଜର ଏକ ନୂଆ ଯାତ୍ରା ଟିମ କରି ବେଶ ଆଗକୁ ବଢ଼ୁଛନ୍ତି । କହିବାକୁ ଗଲେ ଯାତ୍ରାରୁ ହିଁ ତାଙ୍କ ପରିବାର ଚାଲିଥାଏ କହିଲେ ଚଳେ ।

ଏହାବ୍ୟତୀତ ସେ ଆଗକୁ ଆସୁଥିବା ତାଙ୍କର ଦୁଇଟି ସୁପରହିଟ ନାଟକ ବିଷୟରେ କହିଛନ୍ତି ଯାହାର ପ୍ରସ୍ତୁତି ବର୍ତ୍ତମାନ ଚାଲିଛି । ଏସବୁ ପରେ ଲରେନ୍ସ ଉଷାଶି ମିଶ୍ରଙ୍କ ସହିତ ଦୀର୍ଘ ବର୍ଷ ତଳେ ଘଟି ଯାଇଥିବା ଘ-ଟଣା ସମ୍ବନ୍ଧରେ ନିଜର ମତ ଦେଇଛନ୍ତି । ଲରେନ୍ସ ହିଁ କେବଳ ଜଣେ ବ୍ୟକ୍ତି ଥିଲେ ଯିଏକି ସେହି ସମୟରେ ଉଷାଶି ମିଶ୍ରଙ୍କ ସହିତ ଥିଲେ ଏବଂ ତାଙ୍କୁ ର-କ୍ଷା କରିଥିଲେ ।

ସେ କହିଛନ୍ତି ଯେ ଉଷାଶି ଏବଂ ତାଙ୍କ ମଧ୍ୟରେ ସମ୍ପ-ର୍କରେ ବଡ଼ ଭଉଣୀ ଏବଂ ସାନ ଭାଇ ଭଳି ଏବଂ ଦୁହିଁଙ୍କ ମଧ୍ୟରେ ବେଶ ଭଲ ପାଇବା ରହିଛି । ଦୁହେଁ ସାଥିରେ ଅନେକ କାମ ମଧ୍ୟ କରିଛନ୍ତି । ତେବେ ଯଦିଓ ଉଷାଶି ତାଙ୍କର ବଡ଼ ଭଉଣୀ ଭଳି ତେଣୁ ସେ ଯେ ତାଙ୍କ ସପକ୍ଷରେ ଥିଲେ ତାହା ନୁହେଁ ।

ଯଦି କେହିବି ମହିଳା ସେଠାରେ ଥାଆନ୍ତେ ତେବେ ସେ ସେତେବେଳେ ମଧ୍ୟ ସେହିଭଳି କରିଥାନ୍ତେ । ଏହି ଘଟଣାକୁ ତ ଅନେକ ଦିନ ବିତି ଯାଇଛି । ଆଉ ବର୍ତ୍ତମାନ ବିଷୟରେ କହିବାକୁ ଲରେନ୍ସ ଉଷାଶିଙ୍କୁ ଆଉ ଏକ ନାଟକରେ କାମ କରିବାକୁ ପ୍ରସ୍ତାବ ଦେଇଥିବା କଥା ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *