ମାଆ ଲକ୍ଷ୍ମୀ ଛାଡି ଦେବେ ଆପଣଙ୍କ ସାଥ , ଭୁଲରେ ମଧ୍ୟ ଧନତେରସ ଦିନ ଘରକୁ ଆଣନ୍ତୁ ନାହିଁ ଏହି ଜିନିଷ

ଦୀପାବଳିକୁ ଆମ ଭାରତରେ ତଥା ବିଦେଶରେ ଅନେକ ଧୁମଧାମରେ ସହିତ ପାଳନ କରା ଯାଇଥାଏ । ଏହି ଦିନ ମାଆ ଲକ୍ଷ୍ମୀଙ୍କର ପୂଜା ମଧ୍ୟ କରା ଯାଇଥାଏ । ଏହାବ୍ୟତୀତ ଧନତେରସ ଦିନ ମଧ୍ୟ ମାଆ ଲକ୍ଷ୍ମୀ , ଧନନ୍ତେରିଙ୍କର ପୂଜା କରା ଯାଇଥାଏ । ଏହିଦିନ ଘରକୁ ସମସ୍ତେ କିଛି ନା କିଛି ଜିନିଷ ଆଣନ୍ତି ଆଉ ଏହିଦିନ ଘରକୁ ଏପରି କିଛି ଜିନିଷ ଆଣିବା ଅତି ଶୁଭ ଭାବରେ ବିବେଚନା କରା ଯାଇଥାଏ ।

ଭଗବାନ ଧନନ୍ତେରି କଳସ ନେଇ ଉତ୍ପନ୍ନ ହୋଇ ଥିବାରୁ ଏହି ଦିନ ବାସନ କିଣିବାର ପ୍ରଥା ରହିଛି । ଏହାବ୍ୟତୀତ ସୁନା , ରୂପା ଭଳି ଧାତୁ ମଧ୍ୟ କିଣିବାର ପ୍ରଥା ରହିଛି । କିଛି ଲୋକ ଏହିଦିନ ଘରକୁ ଝାଡୁ ମଧ୍ୟ କିଣି ଆଣିଥାନ୍ତି । ତେବେ କୁହାଯାଏ ଏଗୁଡ଼ିକ ଘରକୁ କିଣି ଆଣିଲେ ୧୩ ଗୁଣ ଅଧିକ ଧନ ପ୍ରାପ୍ତ ହୋଇଥାଏ । ତେବେ କିଛି ଲୋକ ନିଜ ଜ୍ଞାନ ଅଭାବ ଯୋଗୁଁ ଏପରି କିଛି ଜିନିଷ କିଣି ଆଣନ୍ତି , ଯାହା ଅତ୍ୟନ୍ତ ଅଶୁଭ ହୋଇଥାଏ ।

ତେଣୁ ଆଜି ଆମେ କହିବାକୁ ଯାଉଛୁ , ଏପରି କେଉଁ ଜିନିଷ ଅଛି ଯାହାକୁ ଆପଣ ଧନତେରସ ଦିନ ଘରକୁ କିଣି ଆଣିବେ ନାହିଁ । ଆସନ୍ତୁ ସେ ବିଷୟରେ ଜାଣିନେବା । ଧନତେରସ ଦିନ ବାସନ କିଣିବା ଉଚିତ୍ ନୁହେଁ ଅର୍ଥାତ୍ ଷ୍ଟିଲ ବାସନ କିଣିବା ଉଚିତ୍ ନୁହେଁ । ଏହା ରାହୁର ପ୍ରତୀକ ହୋଇଥାଏ । ଏହାବ୍ୟତୀତ ଲୁହା ମଧ୍ୟ କିଣିବା ଅନୁଚିତ୍ । ଏହା ଶନିର କାରକ ଭାବରେ ବିବେଚନା କରାଯାଏ । ଆଲୁମିନୟମ ମଧ୍ୟ ଏହି ଦିନ କିଣିବେ ନାହିଁ । କେବଳ ପିତ୍ତଳ ରେ ତିଆରି ଜିନିଷ ଘରକୁ ଆଣିବେ ।

ଧନତେରସ ଦିନ ମାଟିର ତିଆରି ଜିନିଷ ମଧ୍ୟ କିଣିବା ଠିକ୍ ନୁହେଁ । ଏହାବ୍ୟତୀତ ଧାରୁଆ ଅସ୍ତ୍ର ଯେପରିକି ଛୁରୀ , କଇଁଚି ମଧ୍ୟ କିଣିବା ଅନୁଚିତ୍ । ଧନତେରସ ଦିନ କାଚର କିଛି ବି ଜିନିଷ ମଧ୍ୟ କିଣି ଘରକୁ ଆଣିବେ ନାହିଁ । ଏହାବ୍ୟତୀତ ପ୍ଲାଷ୍ଟିକ ଜିନିଷ ମଧ୍ୟ ଘରକୁ କିଣି ଆଣିବେ ନାହିଁ । ଏହିଦିନ କଳା ରଙ୍ଗର ଜିନିଷ ମଧ୍ୟ କିଣିବା ଉଚିତ୍ ନୁହେଁ । ଏହା ବ୍ୟତୀତ ନକଲି ଗହଣା ମଧ୍ୟ କିଣିବା ଉଚିତ୍ ନୁହେଁ ।

ଏହିଦିନ ଆପଣ ଝାଡୁ କିଣି ଘରକୁ ଆଣିପାରିବେ , ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଧନର ପ୍ରତୀକ ହୋଇଥାଏ ।ଏହିଦିନ ପ୍ଲାଷ୍ଟିକ ଝାଡୁ କିଣିବେ ନାହିଁ କି ଅଧା ଖଣ୍ଡିଆ ଝାଡ଼ୁ କିଣିବେ ନାହିଁ । ଝାଡୁ ତିନୋଟି ଆଣିବେ । ଏଥିରେ ନିଜ ଗୋଡ ବଜାଇବେ ନାହିଁ । ଘରକୁ ଆଣି ଏଥିରେ ଗୋଟିଏ ଧଳା ସୂତା ବାନ୍ଧି ନେବେ । ଏହା ବ୍ୟତୀତ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ମନେ ରଖିବେ କି , ଏହିଦିନ କାହାକୁ କିଛି ଉପହାର ଦେବେ ନାହିଁ । ଏପରି କରିବା ଅଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *