ମହିଳା ମାନଙ୍କ ଏହି ୩ଟି ଭୁଲ ସ୍ବାମୀଙ୍କୁ ବନେଇଦିଏ ଗରିବ।

ବନ୍ଧୁମାନେ ଆମ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏପରି କିଛି ନୀତି ନିୟମ ମାନ ରହିଛି ଯାହା ଆମକୁ ଗରିବୀ ହଟେଇବାରେ ସହାୟକ ହୋଇଥାଏ। ସେହିଭଳି ଘରକୁ ଯେବେ ଗରିବୀ ଆସେ ଆମ ଜୀବନରେ କିଛି ଟା ଛୋଟ ମୋଟ ସଂକେତ ମଧ୍ୟ ଦେଇଥାଏ। ଆଜି ଆମେ ଜାଣିବା ଗରିବୀ ବଢେଇବାର କେଉଁ କେଉଁ ସଂକେତ ମିଳିଥାଏ।

୧. ପ୍ରଥମେ ଯେବେ ଘରକୁ ଗରିବୀ ଆସିଥାଏ ଘରେ ଥିବା ତୁଳସୀ ଗଛ ଉପରେ ଏହାର ପ୍ରଭାବ ପଡିଥାଏ ଏବଂ ଯାହା କାରଣରୁ ଏହା ଶୁଖି ଯାଇଥାଏ। ଯାହା ଦାରିଦ୍ର୍ୟତା ବା ଅସୁବିଧା ଆସିବାର ସଂକେତ ବୋଲି ମାନା ଯାଇଥାଏ।

ଖାଇବା, ପିଇବା ସମୟରେ ଯଦି ଆପଣଙ୍କ ଖାଦ୍ୟରେ କଳା ପିମ୍ପୁଡ଼ି ପଡ଼ିଯାଏ। ତେବେ ଆପଣଙ୍କ ଜୀବନରେ ଖରାପ ସମୟ ଆସିବାର ଇଶାରା କରିଥାଏ। ଯଦି ଘରେ ଲାଗିଥିବା ଗଛ ପତ୍ର ଶିଖିବାକୁ ଲାଗେ ତେବେ ତୁରନ୍ତ କାଟି ଦିଅନ୍ତୁ। ଘରେ ଲାଗିଥିବା ଗଛ ପତ୍ର ସବୁବେଳେ ହରା ଭରା ହେବା ଦରକାର୍ ବା ଏହା ନଶୁଖିବା ଦରକାର୍। ନଚେତ୍ ଏହାର ପ୍ରଭାବ ଖରାପ ପଡ଼ିଥାଏ। ଏହାଦ୍ବାରା ଆପଣଙ୍କ ଉପରେ କରଜ ବଢିଯାଏ। ଗଛ ପତ୍ରରେ ସବୁବେଳେ ପାଣି ଦିଅନ୍ତୁ।

ଘରେ ଝାଡୁ ଉପଯୁକ୍ତ ସ୍ଥାନରେ ରଖନ୍ତୁ କାରଣ ଏହା ଆମ ଘରର ସଫା ସୁତୁରା ଉପରେ ଧ୍ୟାନ ଦେଇଥାଏ। ଏହା ଉପରେ ପାଦ ପକାନ୍ତୁ ନାହିଁ କାରଣ ଏହା ଦ୍ଵାରା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ। ଘରେ ଥିବା ଛୋଟ ପିଲା ଯଦି ଅଚାନକ ଝାଡୁ ମାରେ ତେବେ ଆପଣଙ୍କ ଘରକୁ ଚାହୁଁ ନଥିବା ଅତିଥି ହଠାତ୍ ଆସିପାରନ୍ତି।

ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ଲଗାନ୍ତୁ ନାହିଁ ଓ ଭୋଜନ କରିବା ପୂର୍ବରୁ ଝାଡୁ ନିଶ୍ଚିତ ଲଗାନ୍ତୁ ଏହା ଶୁଭ ହୋଇଥାଏ। ଝାଡୁକୁ ଓଲଟା ରଖିବା ଅନୁଚିତ୍ ଏହାକୁ ସବୁବେଳେ ଶୁଆଇ ରଖିବା ଉଚିତ୍। ଝାଡୁକୁ ଠିଆ କରି ରଖିଲି ଘରେ କଳହ ବଢ଼ି ଥାଏ। ଘରେ ଦାରିଦ୍ର୍ୟତା ଓ ଗରିବୀ ବାସ କରେ। ସନ୍ଧ୍ୟା ହେବା ପରେ ଘରେ ଝାଡୁ ମାରିବା ଠାରୁ ବଞ୍ଚନ୍ତୁ। ଆପଣ ସନ୍ଧ୍ୟାରେ ପ୍ରାର୍ଥନା ପରେ ଝାଡୁ କରି ପାରନ୍ତି। ଯେଉଁ ପରି ଧନକୁ ଲୁଚେଇ ରଖାଯାଏ ସେହିପରି ଝାଡ଼ୁକୁ ଲୁଚେଇ ରଖନ୍ତୁ। ଏହାଦ୍ବାରା ନଜର ଦୋଷ ପଡ଼ିବ ନାହିଁ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁଲୋକ ଝାଡୁକୁ ଏଣେତେଣେ ପକେଇ ଦିଅନ୍ତି। ତାଙ୍କ ଘରେ ସବୁବେଳେ ଧନର ଅଭାବ ଦେଖିବାକୁ ମିଳେ। ଏହାଦ୍ବାରା ଖର୍ଚ୍ଚ ବଢ଼ିଥାଏ ଏବଂ ଆର୍ଥିକ ଅସୁବିଧାକୁ ସାମ୍ନା କରିବାକୁ ପଡ଼ିଥାଏ। ଗାଈ କିମ୍ବା ଅନ୍ୟ ପଶୁ ମାନଙ୍କୁ ଝାଡ଼ୁରେ ବାହାରକୁ ପଠେଇବା ଅନୁଚିତ୍। ଏହାଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ରୁଷ୍ଟ ହୋଇ ଚାଲିଯାଆନ୍ତି। ଯେଉଁଘରେ କ୍ଷୀର ଉତୁରିକି ପଡ଼ିଯାଏ ସେହିଘରେ ସବୁବେଳେ ଧନର କମି ଦେଖିବାକୁ ମିଳେ। ଘରେ ସବୁବେଳେ କ୍ଷୀର ଉତୁରିକି ପଡିବା ଅଶୁଭ ହୋଇଥାଏ।

ଘରୁ ବା ଗଲା ବେଳେ ଯଦି ଝିଟିପିଟି ଦେଖନ୍ତି। ତେବେ ଜାଣିରଖନ୍ତୁ କି ଆପଣଙ୍କ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି। ସମୟ କେବେ ମଧ୍ୟ ଗୋଟିଏ ସେଥିରେ ରୁହେ ନାହିଁ। ନୁଆ ଘରକୁ ପ୍ରବେଶ କଲେ ଯଦି ଝିଟି ପିଟି ମରିଯାଏ। ତେବେ ଘରେ ପ୍ରବେଶ କରିବା ପୂର୍ବରୁ ଘରେ ହୋମ ଯଜ୍ଞ କରି ନିଅନ୍ତୁ ଅବା ଘରେ ପୂଜା ପାଠ କରି ଦିଅନ୍ତୁ। ଯଦି ଆପଣ ଏପରି କରୁ ନାହାଁନ୍ତି ତେବେ ଆପଣଙ୍କ ଘରେ କେବେ କାହା ଦେହ ଭଲ ରହିବ ନାହିଁ।

ଝିଟିପିଟି ମଥାରେ ପଡ଼ିଲେ ଧନର ଆଗମନ ହେବା ସହ ଯଦି ଚୁଟି ଅବା ମୁଣ୍ଡରେ ପଡ଼ିଲେ ତାହା ଅସୁବିଧା ଆସୁଥିବାର ସୂଚକ ଅଟେ। ଏହାସହ ମୃତ୍ୟୁ ପାଖା ପାଖି ହୋଇପାରେ ବୋଲି ଜଣା ଯାଏ। ଡେଇଁବା ଆଖି ମଧ୍ୟ ଅସୁବିଧା ଆସିବାର ସୂଚକ ବୋଲି ଜଣା ଯାଏ। ବାମ ଆଖି ଡେଇଁବା ହେଉଛି ଭଲ ସମୟର ଲକ୍ଷଣ। ପୁରୁଷଙ୍କ ଡାହାଣ ଆଖି ଦେଇଁବାର ଅର୍ଥ କିଛି ଶୁଭ ସମୟ ଆସିବାକୁ ଯାଉଛି।

ଯଦି କାଉ କେଉଁ ସ୍ତ୍ରୀର ମୁଣ୍ଡ ଉପରେ ବସି ପଡେ। ତେବେ ଘରେ ତାର ସ୍ବାମୀ ଉପରେ କିଛି କ୍ଷତି ହେବାକୁ ଯାଇଛି। ହଠାତ୍ ଘର ଉପରେ ବହୁତ ସାରା କାଉ ଦେଖାଯିବା ମଧ୍ୟ ଘର ଉପରେ ସଙ୍କଟ ଆସିବାର ସଂକେତ ଦେଇଥାଏ। ଏହି ସବୁ ସଂକେତ ଆମକୁ ଭବିଷ୍ୟତର ସୂଚନା ଦେଇଥାଏ।

Leave a Reply

Your email address will not be published. Required fields are marked *