ମହାକାଶରେ ପହଞ୍ଚିଲା ଯୁଦ୍ଧର ନିଆଁ । ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନର ବିସ୍ଫୋରଣ ପାଇଁ ଧମକ ଦେଇଛି ଋଷ ।

ଋଷ-ୟୁକ୍ରେନ ଯୁଦ୍ଧର ପରିଣାମ ରେ ସାରା ଦେଶ ଭୟଭୀତ ହେଉଛି । ରୁଷର ସ୍ପେସ୍ ଏଜେନ୍ସି ରୋସକୋସମୋସ୍ ର ମୁଖ୍ୟ ଶନିବାର ଚେତା-ବନୀ ଦେଇ କହିଛନ୍ତି ଯେ ରୁଷ ବିରୋଧରେ ପାଶ୍ଚାତ୍ୟଦେଶ ଗୁଡ଼ିକର ପ୍ରତିବନ୍ଧକ ଦ୍ଵାରା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଦୁର୍ଘ-ଟଣାଗ୍ରସ୍ତ ହୋଇପାରେ ।

ଋଷର ସ୍ପେସ୍ ଏଜେନ୍ସି ନାସା ଏବଂ ଅନ୍ୟ ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଏକ ଚିଠି ପଠାଇ ମସ୍କୋ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଛି । ଋଷର ସ୍ପେସ୍ ଏଜେନ୍ସି ନିଜ ଚିଠିରେ ଚେତାବନୀ ଦେଇଛି ଯେ ଯଦି ଏହି ପ୍ରତିବନ୍ଧକ ନ ହଟାଯାଏ ତେବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନର କ୍ଷତି ହୋଇପାରେ ।

ଋଷର ସ୍ପେସ୍ ଏଜେନ୍ସି ରସକସମୋସର ମୁଖ୍ୟ ଦିମିତ୍ରି ରୋଗୋଜିନ୍ ଶନିବାର ଏକ ଟୁଇଟ୍‌ରେ କହିଛନ୍ତି ଯେ ଚିଠି ରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଚାଲୁ ରଖିବାକୁ ସଂପୃକ୍ତ ରାଷ୍ଟ୍ର ଆମେରିକା, କାନାଡା ଏବଂ ୟୁରୋପର ସ୍ପେସ୍ ଏଜେନ୍ସିଗୁଡ଼ିକୁ ଅନୁରୋଧ କରାଯାଇଛି । ସେ ତାଙ୍କ ଟ୍ୱିଟରେ ଏକ ମାନଚିତ୍ର ପ୍ରଦର୍ଶନ କରିଛନ୍ତି ଯେଉଁଥିରେ ଆଇଏସଏସର ଉଡ଼ାଣ ପଥ ଏବଂ ଏହାର ପଡ଼ୁଥିବା କ୍ଷେତ୍ର ରହିଛି, ଯାହା ବିଶ୍ୱ ର ବହୁ ଅଂଶ ବ୍ୟାପିଛି, କିନ୍ତୁ ଏହି ପଥ ପ୍ରାୟ ଋଷର ବାହାରେ ।

ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ବର୍ତ୍ତମାନ 4 ଜଣ ନାସା ମହାକାଶଚାରୀ, 2 ଜଣ ଋଷ ମହାକାଶଚାରୀ ଏବଂ ଜଣେ ୟୁରୋପୀୟ ମହାକାଶଚାରୀ ଅଛନ୍ତି । ରୁଷର ରାଷ୍ଟ୍ରପତି ବ୍ଲାଦମିର ପୁଟିନ ଏବଂ ରସ୍କସମୋସ୍ ନିର୍ଦେଶକ ଦିମିତ୍ରି ରୋଗୋଜିନ୍ ଆମେରିକାର ପ୍ରତିବନ୍ଧକ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦିମିତ୍ରି ରୋଗୋଜିନ୍ କହିଛନ୍ତି ଯେ ପ୍ରତିବନ୍ଧକ ହେତୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଯେ କୌଣସି ସମୟରେ ଭାରତ କିମ୍ବା ଚୀନ୍ ଉପରେ ପଡିପାରେ ।

ଋଷ ପାଶ୍ଚାତ୍ୟ ଦେଶଗୁଡିକ ଧମକ ଦେଇ ଉପଗ୍ରହ ଉତକ୍ଷେପଣ କରିବାକୁ ମନା କରିଛି । ଆମେ ଆପଣଙ୍କୁ କହିରଖୁଛୁ ଯେ ଋଷର ଇଞ୍ଜିନ୍ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନର ଗତିକୁ ନିୟନ୍ତ୍ରଣ କରିଥାଏ । ଋଷର ସ୍ପେସ୍ ଏଜେନ୍ସିର ନିର୍ଦ୍ଦେଶକ ଦିମିତ୍ରି ରୋଗୋଜିନ୍ ଏହା ପୂର୍ବରୁ ମଧ୍ୟ କହିଥିଲେ ଯେ ଯଦି ଆମେରିକା ଏବଂ ୟୁରୋପୀୟ ଦେଶମାନେ ଆମ ସହ ସହଯୋଗରେ ବାଧା ସୃଷ୍ଟି କରନ୍ତି, ତେବେ କିଏ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ କୁ କକ୍ଷପଥରୁ ବାହାରି ଆମେରିକା କିମ୍ବା ୟୁରୋପରେ ପଡ଼ିବାରୁ ରକ୍ଷା କରିବ ?

ଦିମିତ୍ରି ରୋଗୋଜିନ୍ କହିଛନ୍ତି ଯେ 500 ଟନ୍ ର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଭାରତ କିମ୍ବା ଚୀନ୍ ଉପରେ ପଡିପାରେ । କଣ ଆପଣ ସେମାନଙ୍କୁ ବିପଦରେ ପକାଇବାକୁ ଚାହୁଁଛନ୍ତି ? ISS ଋଷ ଉପରେ ଉଡ଼ୁନାହିଁ, ତେଣୁ ଏହା ଋଷ ଉପରେ ଖସିଯିବାର କୌଣସି ବିପଦ ନାହିଁ । ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ଏବଂ ଆମେରିକା ମଧ୍ୟରେ ପ୍ରାୟ ତିନି ଦଶନ୍ଧିର ଘନିଷ୍ଠ ମହାକାଶ ସହଯୋଗ ସମାପ୍ତ ହେବାକୁ ଯାଉଛି । ଆମେରିକା ସହ ସମଗ୍ର ୟୁରୋପ ମଧ୍ୟ ଋଷ ଉପରେ ପ୍ରତିବନ୍ଧକ ଜାରି କରିଛି ।

Leave a Reply

Your email address will not be published. Required fields are marked *