ହଷ୍ଟେଲରେ ଆତ୍ମ-ହତ୍ୟା କଲେ ନବମ ଶ୍ରେଣୀର ଛାତ୍ର, ସୁଇସାଇଡ଼ ନୋଟ ରେ ଲେଖିଗଲା ଏମିତି ଅଜବ କାରଣ…

ବର୍ତ୍ତମାନର ଆଧୁନିକ ସମୟରେ ଲୋକମାନେ ନିଜର ବେଶ ପୋଷାକ ଏବଂ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି। ଆଜିର ଯୁବପିଢ଼ି ମାଆ ହାତ ରନ୍ଧା ଖାଇବା ଅପେକ୍ଷା ବାହାର ଖାଦ୍ୟ ଖାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ପାଠ ପଢାକୁ ଅଧିକ ଗୁରୁତ୍ୱ ଦେଉ ନାହାଁନ୍ତି। ଯାହାଫଳରେ ଭବିଷ୍ୟତରେ ବିପଦରେ ବା ଅସୁବିଧାର ସାମ୍ନା ହୋଇ ପାରନ୍ତି। ତେବେ ଆଜି ଆମେ ଆପଣଙ୍କୁ ପାଠ ସହ ଜଡିତ ଏକ ଖବର କହିବାକୁ ଯାଉଛୁ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ବର୍ତ୍ତମାନ ସମୟରେ ଆତ୍ମହତ୍ୟା କରିବା ଏକ ସାଧାରଣ କଥା ହୋଇଗଲାଣି। ଅନେକ ଯୁବପିଢ଼ି ଛୋଟ ଛୋଟ କଥାରେ ନିଜେ ନିଜର ଜୀବନ ହାରିବା ପାଇଁ ପଛାଉ ନାହାଁନ୍ତି। କେହି କେହି ପ୍ରେମ ପାଇଁ ଆତ୍ମହତ୍ୟା କରୁଛନ୍ତି ତ ଆଉ କେହି ପାରିବାରିକ କଳି ପାଇଁ ଆତ୍ମହତ୍ୟା କରୁଛନ୍ତି। ଆଉ କିଛି କରଜ କରି ସୁଝି ନ ପାରିଲେ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି। କିନ୍ତୁ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନବମ ଶ୍ରେଣୀର ଛାତ୍ର ଛାତ୍ରବାସରେ ଦଉଡି ଲଗେଇ ଆତ୍ମହତ୍ୟା କରିଛନ୍ତି।

ତେବେ ଏହି ଅଭାବନୀୟ ଘଟଣା ବୁରାନପୁର ଜିଲ୍ଲାର ନେପାନଗରରେ ଘଟିଛି। ତେବେ ନବମ ଶ୍ରେଣୀର ଆଦିବାସୀ ଛାତ୍ର ଜଣକ ଏଭଳି ପଦକ୍ଷେପ ନେବା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଛାତ୍ର ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ଼ ନୋଟ ଲେଖିଥିଲେ। ତେବେ ସେହି ହୃଦୟ ବିଦାରକ ନୋଟରେ ନିଜ ବାପାଙ୍କ ବିଷୟରେ ଲେଖିଥିବାର ଜଣା ପଡ଼ିଛି।

ତେବେ ଛାତ୍ର ଜଣକ ସୁଇସାଇଡ଼ ନୋଟରେ ଲେଖିଛନ୍ତି ଯେ ବାପା ମୁଁ ତୁମର ସ୍ୱପ୍ନ ପୂରଣ କରି ପାରିବ ନାହିଁ। ମୋ ଭିତରେ ଥିବା ଭୁଲି ଯିବାର ରୋଗ ଏହା କଦାପି ସ୍ୱପ୍ନ ପୂରଣ କରିବାକୁ ଦେବ ନାହିଁ। ଯାହାଫଳରେ ଏହା ମୋତେ ପାଠ ପଢ଼ାରେ ଦୁର୍ବଳ କରି ଦେଉଛି। କେବଳ ସେତିକି ନୁହେଁ ସେ ସେହି ସୁଇସାଇଡ଼ ନୋଟରେ ନିଜ ବାପାଙ୍କ ପ୍ରତି ଥିବା ଭଲ ପାଇବା ମଧ୍ୟ ଦେଖାଇଛି। ଶେଷରେ ସେ ଲଭ୍ ୟୁ ପାପା ଲେଖିଛି। ଆପଣଙ୍କ ସ୍ୱପ୍ନ ପୂରଣ ମୁଁ ପୂରଣ କରିପାରିଲି ନାହିଁ। ଏହି କାରଣରୁ ମୁଁ ଜୀବନ ହାରୁଛି। ତେବେ ଏହି ସୁଇସାଇଡ଼ ନୋଟ ପଢିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।

ଶନିବାର ଘଟଣା ସାମ୍ନାକୁ ଆସିଛି। ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ବର୍ତ୍ତମାନ ଯାଞ୍ଚ କରୁଛି। ପାଠ ପଢା ଚାପ ରହିବା ପରେ ପିଲାଟି ଆତ୍ମହତ୍ୟା କରିଥିବ ବୋଲି ପୋଲିସ ସନ୍ଦେହ କରିଛି।

Leave a Reply

Your email address will not be published. Required fields are marked *