ମା ପଳେଇଲା ପର ପୁରୁଷ ସହ, ବାପା ୫ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା…

ମା ପାଇଁ ବାପା ନେଲା ନିରୀହ ନୀଷ୍ପାପ ଶିଶୁର ଜୀବନ । ମା ପରପୁରୁଷ ସହ ସମ୍ପର୍କ ରଖୁଥିବା ସନ୍ଦେହ କରି ବାପା ଭିଆଇଲା ସାଙ୍ଘାତିକ କାଣ୍ଡ । ଯେଉଁ ବାପା ଦିନେ ନିଜ କୁନି ପୁଅକୁ ଜୀବନ ଠୁ ବେଶୀ ଭଲ ପାଉଥିଲା ସେହି ବାପା ତା ନିଜ ହାତରେ କୁନି ପୁଅକୁ ମାରି ସବୁ ଦିନ ପାଇଁ ଶୁଆଇ ଦେଲା ।

ଯେଉଁ ବାପା ଦିନେ ତାଙ୍କ କାନ୍ଧରେ ବସାଇ ପୁଅକୁ ଏତେ ଭଲ ପାଉଥିଲେ ସେହି ବାପା ପୁଅକୁ ମାରି ଆଜି ଟଙ୍ଗାଇ ଦେଲା । ମା ଖାଇଲା ତାଳ ନିରୀହ ନୀଷ୍ପାପ ଜୀବନ ଆଉ ସମ୍ପର୍କର ମାନେ ବୁଝି ନଥିବା ପୁଅ ପାଇଁ ତାହା ହେଲା କାଳ । ମା ପର ପୁରୁଷ ସହ ପ୍ରେମରେ ମାତିଥିବା ସନ୍ଦେହ କରୁଥିଲା ବାପା ।

ଆଉ ମନେ ମନେ ବାପା କୁଆଡେ଼ ମା ଉପରେ ରଖିଥିଲା ତୀକ୍ଷ୍ଣ ନଜର । ହେଲେ ବାପା ଘରୁ କାମ କରିବାକୁ ବାହାରକୁ ଚାଲିଯିବା ପରେ ମା କେଉଁ ଆଡ଼େ ଚାଲି ଯାଇଥିଲେ । ଘରେ ପାଞ୍ଚ ବର୍ଷର କୁନି ଶିଶୁକୁ ଛାଡ଼ି ମା ହୋଇଯାଇଥିଲେ ଫେରାର । ଆଉ ଏହା ପରେ ବାପା କାମ ସାରି ଘରକୁ ଫେରି ସବୁ ରାଗ ଶୁଖାଇ ଦେଇଥିଲେ ନିରୀହ ନିସ୍ପାପ ଶିଶୁ ଟି ଉପରେ ।

ହଁ ଦର୍ଶକ ବନ୍ଧୁ ଏହି ପରିବାରରେ ଦିନେ ଖେଳି ଯାଉଥିଲା ଖୁସିର ଲହରୀ । ହେଲେ ଆଜି ସନ୍ଦେହ ସବୁ କିଛି ସାରିଦେଇ ଗଲା । ସ୍ବାମୀ ସ୍ତ୍ରୀ ଆଉ ପାଞ୍ଚ ବର୍ଷର କୁନି ପୁଅକୁ ନେଇ ଦିନେ ଏହି ପରିବାର ହସ ଖୁସିରେ ଫାଟି ପଡୁଥିଲା । ହେଲେ ହଟାତ୍ ସବୁକିଛି ହୋଇଗଲା ଏପଟ ସେପଟ । ସନ୍ଦେହ ଉଜାଡି ଦେଲା ସବୁ କିଛି ।

ମା ପାଇଁ ବାପା ନେଇଗଲା ପୁଅର ଜୀବନ ହଁ ବନ୍ଧୁଗଣ ଏଭଳି ସାଙ୍ଘାତିକ ଘଟଣା ଘଟିଛି ଉଦିତ ନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ଅଞ୍ଚଳରେ । ବର୍ତ୍ତମାନ ସ୍ତ୍ରୀ ଆଣିଛନ୍ତି ସ୍ବାମୀଙ୍କ ନାମରେ ହତ୍ୟା ଅଭିଯୋଗ । ତାଙ୍କ କୁନି ପୁଅର ହତ୍ୟାକାରୀ ତାଙ୍କ ସ୍ଵାମୀ ବୋଲି କହିବା ସହିତ ସନ୍ଦେହ ପାଇଁ ସ୍ବାମୀ ତାଙ୍କ ଗୋଟିଏ ବୋଲି ସନ୍ତାନର ଜୀବନ ନେଇଥିବା ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ସ୍ବାମୀ କାମକୁ ଯାଇଥିବା ବେଳେ ସ୍ତ୍ରୀ ଘରେ ନଥିଲେ । ସ୍ତ୍ରୀଙ୍କୁ ଘରେ ନ ଦେଖି ସ୍ବାମୀ ବ୍ୟତି ବ୍ୟସ୍ତ ହୋଇ ଥାନାରେ ଅଭିଯୋଗ କରିଥିଲେ । ଆଉ ଏହା ପରେ ସ୍ତ୍ରୀ ଅନ୍ୟ କେଉଁ ପୁରୁଷ ସହ ଫେରାର ହୋଇଯାଇଥିବା ଭାବି ଘରକୁ ଫେରିଥିଲେ ।

ଏହା ପରେ ପୁଅକୁ ମାରି ଦେଇଥିଲେ । ପୁଅକୁ ମାରି ସାରିବା ପରେ ବାପା ସୈତାନ୍ ସାଜି ପୁଅର ମୃତ ଦେହକୁ ଘରେ ଟାଙ୍ଗୀ ଦେଇଥିଲେ । ତେବେ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିବା ପରେ ପୋଲିସ ଖବର ପାଇ ଘରେ ପହଞ୍ଚି ପୁଅର ମୃତ ଦେହକୁ ଜବତ କରିଥିଲା । ଆଉ ଏହା ପରେ ମୃତ ପୁଅର ମା ସ୍ବାମୀଙ୍କ ନାମରେ ହତ୍ୟା ଅଭିଯୋଗ ଆଣି ହୋଇଥିଲେ ଥାନାର ଦ୍ୱାରସ୍ଥ । ତେବେ ଏହି ଘଟଣା ପରେ ଲୋକେ କହୁଛନ୍ତି କି ସନ୍ଦେହ କେଡେ ଭୟଙ୍କର ହୋଇ ପାରେ । ବାପା କେଉଁ ଭଳି ରାକ୍ଷସ ସାଜି ନିଜ ପୁଅର ଜୀବନ ନେଇ ଯାଇ ପାରେ ।

Leave a Reply

Your email address will not be published. Required fields are marked *