ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ, ଯାତ୍ରୀ ଭୟଭୀତ ହୋଇ ଦୌଡିଲେ ।

ଦୁର୍ଘ-ଟଣା ପରେ ଦୁର୍ଘ-ଟଣା । ଏଇ ଏବେ ଏବେ ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘ-ଟଣାକୁ ୧୦ ଦିନ ପୂରିଥିବା ବେଳେ ପୁଣି ଥରେ ଘଟିଛି ଅଘଟଣ । ଏମିତି ଲାଗୁଛି ଯେମିତି ଟ୍ରେନ ସାଜିଛି ମୃତ୍ୟୁର ଦ୍ଵାର । ପ୍ରଥମେ ବାଲେଶ୍ଵର ବାହାନଗା ରେ ହସି ଖେଳି ଆସୁଥିବା ଯାତ୍ରୀ ନିର୍ଦ୍ଧିଷ୍ଟ ଲକ୍ଷ ସ୍ଥଳରେ ପହଞ୍ଚିବା ପୂର୍ବରୁ ଲୌହ ଦାନବ କରିଥିଲା ରକ୍ତର ଭୋଜି ।

ଆଉ ଯାତ୍ରୀ ମାନେ କରମଣ୍ଡଳ ଦୁର୍ଘଟଣାରେ ପୋକ ମାଛି ଭଳି ମୃତ୍ୟୁ ବରଣ କରିଥିଲେ । ଏହା ପରେ ସାରା ବିଶ୍ୱରେ ଖେଳିଯାଇଥିଲା ସୋକର ଛାୟା । ଏହି ଟ୍ରେନ ଦୁର୍ଘଟଣା ପରେ ପୁଣି ଥରେ ଯାଜପୁର ରେ ରେଳରେ କଟି ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲା । ଆଉ ଏହା ପରେ ଏକ ଟ୍ରେନ ରେ ନିଆଁ ଲାଗି ଗଲା ।

ତେବେ ଅଘଟଣ ପରେ ଅଘଟଣ ଘଟୁଥିବା ବେଳେ ବର୍ତ୍ତମାନ ପୁଣି ଏକ ଦୁର୍ଘଟଣା ଘଟିଯାଇଛି । ଯେଉଁ ଦୁର୍ଘଟଣା ଯାତ୍ରୀଙ୍କୁ ଥରାଇ ଦେଇଛି । ହଁ ବନ୍ଧୁଗଣ ମେଦିନପୁର- ହାୱଡା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଥିବା ବେଳେ ପୁଣିଥରେ ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ଖଡଗପୁର ଷ୍ଟେସନରେ ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ଦୁର୍ଘ-ଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଲିଥିବା ବେଳେ । ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ତେବେ ଏହି ଦୁର୍ଘଟଣା ପରେ ଏଣିକି ଲୋକେ ଟ୍ରେନରେ ଯାତାୟାତ କରିବାକୁ ଭୟ କରୁଥିବା ଦେଖିବାକୁ ମିଳିଛି ।

ତେବେ ସୂଚନା ଅନୁଯାୟୀ ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନ ଖଡଗପୁରରେ ଲାଇନଚ୍ୟୁତ ହୋଇଛି । ଶନିବାର ରାତିରେ ଟ୍ରେନର ଶେଷ ବଗି ଟ୍ରାକ୍‌ରୁ ଖସିଥିବା ଜଣାପଡିଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ତେବେ ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି କି କାହିଁକି ବାରମ୍ବାର ଏପରି ରେଳ ଦୁର୍ଘଟଣା ଘଟି ଯାଉଛି । କର ମଣ୍ଡଳ ଟ୍ରେନରେ ବଡ ଧରଣର ଦୁର୍ଘଟଣା ଘଟିବା ପରେ ଏହା ପରେ ଛୋଟ ମୋଟ ଅନେକ ଦୁର୍ଘଟଣା ବର୍ତ୍ତମାନ ସୁଦ୍ଧା ଅନେକ ଥର ଘଟି ସାରିଲାଣି ।

ତେବେ ସେପଟେ ବର୍ତ୍ତମାନ ଯାହା ଖବର ମିଳୁଛି କି ଖଡଗପୁର ଷ୍ଟେସନରେ ଗତ ଶନିବାର ରାତିରେ ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନର ଶେଷ ବଗି ଲାଇନଚ୍ୟୁତ ହୋଇଥିଲା ଏହା ପରେ ଯାତ୍ରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ବେଳେ । କେମିତି ବଗି ଲାଇନଚ୍ୟୁତ ହେଲା, ତାହା ଏଯାଏଁ ଜଣାପଡିନାହିଁ । ଖବର ପାଇବା ପରେ ରେଳବାଇ ପକ୍ଷରୁ ତୁରନ୍ତ ଆକ୍ସନ ନିଆଯାଇଛି । ଲାଇନଚ୍ୟୁତ ହୋଇଥିବା ବଗିକୁ ମଧ୍ୟ ହଟାଯାଇଛି । ତେବେ ଏହିଭଳି ବାରମ୍ବାର ରେଳ ଦୁର୍ଘଟଣା ଘଟୁଥିବାରୁ ଯାତ୍ରୀ ଭୟଭୀତ ଅବସ୍ଥାରେ ଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *