ଲିଭିନ ରିଲେସନସିପ ଏବେ ମାର୍କେଟ ବିଲଡିଂର ଶସ୍ତା ଡ୍ରେସ୍ ପରି ହେଇଗଲାଣି।

ଦିନକୁ ଦିନ ଆମ ଦେଶ ବଦଳି ବାରେ ଲାଗିଛି। ଆଜିର ଦିନରେ ଆମ ଦେଶରେ ଯେତିକି ଭଲ କାମ ହେଉଛି ତା ଠାରୁ ଦୁଇଗୁଣ ଅଧିକ ଖରାପ୍ କାମ ହେଉଛି। ଆମେ ଆମ ସଂସ୍କୃତିକୁ ଭୁଲି ଯାଉଛେ। ଆଗ କାଳରେ ବାହା ଘର ଗୋଟେ ପବିତ୍ର ବନ୍ଧନ ଥିଲା। ବିବାହ ବନ୍ଧନରେ ବାନ୍ଧି ହେବାରେ ପରେ ଲୋକ ୭ ଜନ୍ମ ଯାଏଁ ସାଥୀ ହେଇ ରହିବାର ବଚନ ଦେଉଥିଲେ କିନ୍ତୁ ଏବେ ଆଉ କେହି ବାହା ହେବାକୁ ଚାହୁଁ ନାହାନ୍ତି ସମସ୍ତେ ଲିଭ ଇନ୍ ରିଲେସନସିପ ରେ ରହିବାକୁ ଚାହୁଁଛନ୍ତି।

ଆଜିର ଯୁବ ପିଢ଼ିଙ୍କ ବିଷୟରେ ଯେତେବେଳେ ପ୍ରଭାବତୀଙ୍କୁ ପଚରା ଗଲା ସେ କହିଲେ ଆଜିର ପିଲାମାନେ ମାର୍କେଟରେ ଡ୍ରେସ୍ ବଦଳେଇଲା ପରି ପ୍ରେମିକ, ପ୍ରେମିକା ବଦଳାଉଛନ୍ତି। ସେମାନେ ଆଉ ବାହା ହେବାକୁ ଚାହୁଁ ନାହାନ୍ତି ସେମାନେ କେବଳ ଲିଭ ଇନ୍ ରିଲେସନସିପ ରେ ରହି ଅନ୍ୟକୁ ଠକୁଛନ୍ତି ଏବଂ ନିଜେ ମଧ୍ୟ ଠକାମିର ଶିକାର ହେଉଛନ୍ତି। ମାର୍କେଟ ବିଲଡିଂରେ ଡ୍ରେସ୍ ଯେମିତି ଶସ୍ତାରେ ମିଳେ ସେମିତି ଶସ୍ତାରେ ଜଣକୁ ବ୍ୟବହାର କରି ସରି ଆଉ ଜଣଙ୍କ ପାଖକୁ ପଳେଇ ଯାଉଛନ୍ତି।

ଆମ ସମୟରେ ଲୋକ ମାନେ କେବଳ ନିଜ ବଂଶ ବିସ୍ତାର ପାଇଁ ବାହା ହେଇ ଶାରୀରିକ ସମ୍ପର୍କ ରଖିଥିଲେ କିନ୍ତୁ ଆଜିର ପିଲା ମାନେ ଖାଦ୍ୟ ଖାଇ ସାରିଲେ ଯେମିତି ଆନନ୍ଦ ମିଳେ ଶାରୀରିକ ସମ୍ପର୍କ ରଖିଲେ ସେମିତି ଆନନ୍ଦ ମିଳେ ବୋଲି ଭାବୁଛନ୍ତି। ଜଣେ ଝିଅ ଗୋଟେ ଦୁର୍ବଳ ପୁଅ ସହ ଲିଭ ଇନ୍ ରିଲେସନସିପରେ ରହୁଛି ସେ ଯଦି ତାକୁ ଶାରୀରିକ ସମ୍ପର୍କରେ ଖୁସି ନ କରି ପାରୁଛି ସେ ତାକୁ ଛାଡ଼ି ଆଉ କାହାକୁ ବାହା ହେଇ ଯାଇଛି। ତା’ପରେ ସେ ପୁଅ ସବୁ ପୁରୁଣା ଭିଡ଼ିଓ ଏବଂ ଫଟୋକୁ ଭାଇରାଲ କରିଦେବ ବୋଲି ଧମକ ଦେଇ ବ୍ଲାକମେଲ୍ କରୁଛି।

ଝିଅ ଏବଂ ପୁଅମାନେ ଭାବୁଛନ୍ତି ଲିଭ ଇନ୍ ରିଲେସନସିପରେ ରହିଲେ ବହୁତ୍ ଭଲ ଯେତେବେଳେ ପାରିବ ସେତେବେଳେ ଝଗଡା ହେଲେ ଛାଡିକି ଯାଇ ହବ ଘର ଲୋକଙ୍କର କିଛି ଚିନ୍ତା ନଥିବ। ସେମାନେ ଏବେ ଆଉ ବାହା ଘର ଏବଂ ପିଲାପିଲି ଜନ୍ମ କଥା ଭାବୁ ନାହାଁନ୍ତି। ସେମାନେ କେବଳ ଗୋଟେ କଥା ଭାବୁଛନ୍ତି କେମିତି ସବୁ ଦିନ ଶାରୀରିକ ସୁଖ ମିଳିବ।

ଭଲ ପାଇବା ଭଲ କିନ୍ତୁ ଭଲ ପାଇ ଘରେ ନା ଜଣେଇ ଲିଭ ଇନ୍ ରିଲେସନସିପରେ ରହିବ ବହୁତ୍ ଖରାପ୍। ଘରେ ଭାବୁଥିବେ ପୁଅ ଏବଂ ଝିଅ ମୋର ହଷ୍ଟେଲରେ ରହି ପାଠ ପଢ଼ୁଛି କିନ୍ତୁ ପୁଅ ଝିଅ କାହାକୁ କିଛି ନ ଜଣେଇ ଲିଭ ଇନ୍ ରିଲେସନସିପରେ ରହୁଛନ୍ତି। ଆଉ ଯେତେବେଳେ ଘରଲୋକ ବାହା ଘର ଠିକ୍ କରିବେ ସେତେବେଳେ ଝଗଡା କରି ଅଲଗା ହେଇଯିବେ। ସେଥିପାଇଁ ସମସ୍ତେ ଭଲ ପାଇ ବାହା ହୁଅନ୍ତୁ କିନ୍ତୁ ବାହାଘର ପୁର୍ବରୁ କେହି ଶାରୀରିକ ସମ୍ପର୍କ ନ ରଖନ୍ତୁ।

Leave a Reply

Your email address will not be published. Required fields are marked *