ଖେଳୁଥିଲେ ୩ପିଲା ମାଡ଼ିଗଲା ଟ୍ରେନ…

ପୁଣି ଟ୍ରେନ ନେଇଛି ତିନି ନାବାଳିକାଙ୍କ ଜୀବନ । ଟ୍ରେନ ଦୁର୍ଘଟଣାରେ ସବୁ ଦିନ ପାଇଁ ଆଖି ବୁଝି ଦେଇଛନ୍ତି ତିନି ପିଲା । ଜୀବନର ମାନେ ବୁଝି ନଥିବା ତିନି ପିଲା ଖେଳୁ ଖେଳୁ ଚଢ଼ିଗଲା ଟ୍ରେନ । ଆଉ ସବୁ ଦିନ ପାଇଁ ବାପା ମାଙ୍କ କୋଳ ଖାଲି କରିଦେଇ ଅଫେରା ରାଇଜକୁ ଚାଲିଗଲେ ପିଲା ମାନେ । ଏବେ କାନ୍ଦ ବୋବଳିରେ ଫାଟି ପଡୁଛି ପୁରା ପରିବାର । ଏହି ପିଲା ମାନଙ୍କୁ ନେଇ ବାପା ମା ମାନେ ଅନେକ ସ୍ଵୋପ୍ନ ଦେଖିଥିଲେ । ପିଲା ବଡ ହେବେ ବାପା ମାଙ୍କ ପାଇଁ ଆସାର ବାଡ଼ି ଅନ୍ଧ ଦଉଡ଼ି ଶାଜିବେ ହେଲେ ସବୁ କିଛି ମାତ୍ର କିଛି କ୍ଷଣରେ ହୋଇଗଲା ଏପଟ ସେପଟ । ପରିବାରର ସବୁ ଆଶା ସବୁ ସ୍ଵପ୍ନ ଆଖି ପିଛିଲାକେ ପାଣି ଫୋଟକା ପରି ମିଳେଇ ଗଲା ।

ଫୁଲ ଟିଏ ହୋଇ ଫୁଟିବା ପୂର୍ବରୁ ଅକାଳରେ ଝଡ଼ି ଗଲେ ତିନି ନାବାଳକ । କାନ୍ଧରେ ବହି ବସ୍ତାନି ଧରି ସ୍କୁଲ ଯିବା ପୂର୍ବରୁ ସବୁ ଦିନ ପାଇଁ ଟ୍ରେନ ତାଙ୍କୁ ଶୁଆଇ ଦେଇ ଗଲା । ଏବେ ଟ୍ରେନ ସାଜିଛି ଯମ । ଯମ ହୋଇ ନେଉଛି ଅନେକ ନିରୀହ ନୀଷ୍ପାପ ଜୀବନ । କେତେ ପରିବାରକୁ ଉଜାଡି ଦେଉଛି । କେତେ ହସ ଖୁସିର ପରିବାରରେ ଅଦିନିଆ ଝଡ ସୃଷ୍ଟି କରୁଛି । କେତେ ବାପା ମାଙ୍କ କୋଳ ଖାଲି କରି ଦେଉଛି ତାହା କହିଲେ,ଲେଖିଲେ ହାତ ଥରି ଉଠିବ । ଏଇ ତ ଏବେ ଏବେ ଅନେକ ପରିବାରକୁ ଉଜାଡି ଦେଇଥିଲା କରମଣ୍ଡଳ । ଏଇ ତ ଏବେ ଏବେ ଅନେକ ପିଲା ମାନଙ୍କୁ କରି ଦେଇଥିଲା ବାପା ମା ଛେଉଣ୍ଡ । ହେଲେ ପୁଣି ଥରେ ଘଟିଗଲା ଏମିତି ଘଟଣା ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

ଏବେ ବି ଲୋକଙ୍କ ମନରୁ ଲିଭିନି ସେ ଦିନ ଅଶୁଭ ଶୁକ୍ରବାର ରେ କରମଣ୍ଡଳ ଟ୍ରେନରେ ଘଟିଥିବା ଦୁର୍ଘଟଣା । କେଉଁ ଭଳି ପୋକ ମାଛି ଭଳି ଲୋକେ ପ୍ରାଣ ହରାଇ ଥିଲେ । ସେ କଥା ମନେ ପଡ଼ିଲେ ଏବେ ବି ଲୋକ ଙ୍କ ଛାତି ଥରି ଉଠେ । ଅଦିନିଆ ବର୍ଷାରେ ବି ଆଖି ଓଦା ହୋଇଯାଏ । ଆଉ ଅନେକ ଲୋକେ ସେହି କାଳ ରାତିର କଥା ଶୁଣିଲେ ଚିତ୍କାର କରି ଉଥନ୍ତି । ଆଉ ସେହି ଘଟଣାକୁ ଏକ ମାସ ବି ପୁରିନି ଏହାରି ଭିତରେ ଟ୍ରେନ ନେଲାନି ଅନେକଙ୍କ ଜୀବନ । ଆଉ ଏବେ ପୁଣି ଛୋଟ ଛୋଟ ନାବାଳକଙ୍କ ଜୀବନ ନେଇ ରଚି ଦେଇଦେଇଛି ପୁଣି ଥରେ ମୃତ୍ୟୁର ତାଣ୍ଡବ ଲୀଳା ।

ଉତ୍ତର ପ୍ରଦେଶର ଫାରୁକାବାଦରେ ଆଜି ଏକ ଟ୍ରେନ ଧକ୍କାରେ ତିନି ଜଣ ନାବାଳକ ସବୁ ଦିନ ପାଇଁ ଆଖି ବୁଝି ଦେଇଛନ୍ତି । ସୂଚନା ଅନୁଯାୟୀ ଟ୍ରେନ ଲାଇନ ନିକଟରେ ଖେଳୁଥିଲେ ତିନି ପିଲା । ଆଉ ଆସୁଥିବା ଟ୍ରେନ ତିନି ପିଲାଙ୍କ ଉପରେ ମାଡ଼ି ଯିବାରୁ ଖଣ୍ଡ ବିଖଣ୍ଡିତ୍ ହୋଇ ଯାଇଥିଲେ ତିନି ନାବାଳକ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ । ଲୁହରେ ପରିବାରର ସୁଅ ଛୁଟୁଛି । ଟ୍ରେନ ଏବେ କାଳ ସାଜିଛି ବୋଲି ଲୋକେ କହୁଛନ୍ତି ।

Leave a Reply

Your email address will not be published. Required fields are marked *