ଇଲେକ୍ଟ୍ରି ବିଲ ନେବାକୁ ଆସି ଘଟିଲା ଏପରି ଘଟଣା , ମହିଳା ଜଣଙ୍କ ଖଣ୍ଡା ଧରି ଗୋଡ଼େଇଲା : ଦେଖନ୍ତୁ ଭିଡିଓ

ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଛନ୍ତି ଯେ ସୋସିଆଲ ମିଡ଼ିଆ ଯୁଗରେ କିଛିବି ଘଟଣା ଆଉ ଅଛପା ରହେ ନାହିଁ । ଅଳ୍ପ କେତେ ସମୟ ଭିତରେ ହିଁ ସବୁ ଘଟଣା ଲୋକଙ୍କ ପାଖରେ ପହଞ୍ଚି ଯାଏ । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡ଼ିଓ ବିଷୟରେ କହିବୁ ଯାହାକି ଏକ ଗାଁ ର ଅଟେ । ଯେଉଁଥିରେ ଇଲେକ୍ଟ୍ରି ବିଲ ନେବାକୁ ଆସିଥିବା ଅଧିକାରୀଙ୍କ ସହିତ ଘଟିଛି କିଛି ଏପରି ଘଟଣା । ତେଣୁ ଆମ ଲେଖାଟିକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଭାଇରଲ ଭିଡ଼ିଓ ଅନୁଯାୟୀ ଏହି ଚିତ୍ର ସ୍ପଷ୍ଟ ହୋଇଛି ଯେ ଏହା କୌଣସି ଏକ ଗ୍ରାମର ଘଟଣା ଅଟେ । ଯେଉଁଠି ଗାଁ ଲୋକ ଏବଂ ଇଲେକ୍ଟ୍ରି ବିଲ ନେବାକୁ ଆସିଥିବା ଅଧିକାରୀଙ୍କ ମଧ୍ୟରେ ଝଗଡ଼ା ହୋଇଛି । ତେବେ ଭିଡ଼ିଓ ରୁ ଏହା ଜଣା ପଡ଼ିଛି ଯେ ସେହି ବ୍ୟକ୍ତି ଙ୍କର ଇଲେକ୍ଟ୍ରି ବିଲ ଅନୁଯାୟୀ ଟଙ୍କା ଦେଇ ନଥିବରୁ ଅଧିକାରୀ ମାନେ ଆସି ତାଙ୍କ ବିଦ୍ୟୁତ କାଟ କରିଛନ୍ତି । ଯେଉଁ କାରଣରୁ ଘରର ମହିଳା ଅଧିକ ଉତ୍ୟକ୍ତ ହୋଇ ଯାଇଛନ୍ତି ।

କେବଳ ଯେ ମହିଳା ଜଣକ ଉତ୍ୟକ୍ତ ହୋଇ ପାଟି କରିଛନ୍ତି ତାହା ନୁହେଁ ବରଂ ଏକ ଲମ୍ବା ଧାରୁଆ ଅସ୍ତ୍ର ଧରି ଧମକ ମଧ୍ୟ ଦେଇଛନ୍ତି । ତାଙ୍କ କହିବା କଥା ଯେ ୨ ଦିନ ପରେ ସେ ବିଦ୍ୟୁତ ବିଲ ଦେବା ପର୍ଯ୍ୟନ୍ତ ତାଙ୍କ ଘରର ବିଦ୍ୟୁତ ସଂଯୋଗ ପୁଣିଥରେ ଦିଆଯାଉ । କିନ୍ତୁ ଅଧିକାରୀ ମନା କରିବାକୁ ଉତ୍ୟକ୍ତ ମହିଳା ଏପରି ଅସ୍ତ୍ର ସହିତ ଆକ୍ରମଣ କରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି । ସେହି ସମୟରେ ଜଣେ ଅଧିକାରୀ ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ କରିଛନ୍ତି । କିନ୍ତୁ ମହିଳାଙ୍କ ଏକମାତ୍ର ଦାବି ବିଦ୍ୟୁତ ସଂଯୋଗ ଦିଆ ନଗଲେ ତାଙ୍କୁ ଯିବାକୁ ଦିଆଯିବ ନାହିଁ ।

କିନ୍ତୁ ଇଲେକ୍ଟ୍ରିକ ଅଧିକାରୀ ମାନେ ତାଙ୍କ ଧମକକୁ ଡରି ଯାଇ ନାହାଁନ୍ତି ବରଂ ତାଙ୍କୁ ବିରୋଧ କରିଛନ୍ତି ଏପରି ଅସ୍ତ୍ର ଧରି ଏପରି ଧମକ ଦେବାକୁ । କିନ୍ତୁ ମହିଳା ନିଜର ବ୍ୟବହାର ସେହିପରି ଖରାପ କରିବାରେ ଲାଗିଛନ୍ତି । ଯେଉଁ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ପ୍ରାୟ ଅନେକ ଗ୍ରାମରେ ବର୍ତ୍ତମାନ ଇଲେକ୍ଟ୍ରି ବିଲ କୁ ନେଇ ଏପରି ସମସ୍ୟା ଆସୁଛି ଏବଂ ସମୟ ସମୟରେ ଏପରି ଘଟଣା ମଧ୍ୟ ଘଟିବାର ଦେଖାଯାଉଛି ।

Leave a Reply

Your email address will not be published. Required fields are marked *