ପାକିସ୍ତାନରେ ପଡିଲା ଭାରତୀୟ ମିସାଇଲ, ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା ପାକିସ୍ତାନ।

ସାରା ବିଶ୍ୱ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ର ପରିଣାମ ଏବଂ ଭୟ ବହତା ଦେଖି ସାରିଛି। ଯୁଦ୍ଧ ହେଲେ କଣ କ୍ଷତି ହୋଇଥାଏ ତାହା ସାରା ବିଶ୍ୱ ଭଲ ଭାବରେ ଅବଗତ ହୋଇଛି। ତେବେ ଅନେକ ଲୋକଙ୍କ ମନରେ ଆଶଙ୍କା ଥିଲା ଯେ ତୃତୀୟ ବିଶ୍ଵଯୁଦ୍ଧ ଯଦି ହୁଏ ତେବେ ତାହା କେବଳ ପାଣି ପାଇଁ ହେବ। କିନ୍ତୁ ଏପରି କିଛି ଘଟି ନାହିଁ ଏବଂ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇସାରିଛି ବୋଲି କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ତେବେ ଆପଣମାନେ ବର୍ତ୍ତମାନ ୠଷିଆ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ ବିଷୟରେ ଜାଣିଥିବେ।

ଭାରତର ପଡୋଶୀ ଦେଶ ପାକିସ୍ତାନ ଅଟେ। ଏହି ଦେଶ ଏକ ମୁସଲମାନ ବହୁଳ ଦେଶ ଅଟେ। ଏଠାରେ ଆପଣ ଅନେକ ସଂଖ୍ୟାରେ ମୁସଲମାନ ଦେଖିବାକୁ ମିଳେ। କାହିଁ ଅନେକ ସମୟ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ରହି ଆସିଛି। ପାକିସ୍ତାନ ଭାରତ ସହ ଦୁଇ ଥର ଆମନା ସାମ୍ନା ହୋଇଛି। ଯେଉଁଥିରେ କି ପାକିସ୍ତାନ ଦୁଇଥର ଯୁଦ୍ଧରେ ପରାଜିତ ହୋଇଛି। ତେବେ ଏହି ଶତ୍ରୁତା ଅନେକ ସମୟ ଧରି ଲାଗି ରହିଛି।

ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବୈଷୟିକ ତ୍ରୁଟି ଯୋଗୁଁ ଭାରତର ଏକ ମିସାଇଲ ସୀମା ଅତିକ୍ରମ କରି ପାକିସ୍ତାନ ଭିତରେ ପଡ଼ିଛି। ତେବେ ରିପୋର୍ଟ ଅନୁସାରେ ଘଟଣାଟି ଗତ ୯ ତାରିଖ ସଂଧ୍ୟା ୬ଟା ୪୫ ମିନିଟ ସମୟରେ ଘଟିଛି। ତେବେ ଏହାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ମିଶନ ମୁଖ୍ୟଙ୍କୁ ଡକାଇ ପ୍ରତିବାଦ ଜଣାଇଛି।

ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମସ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ବୈଷୟିକ ତ୍ରୁଟି ଯୋଗୁଁ କ୍ଷେପଣାସ୍ତ୍ରଟି ସୀମାଠାରୁ ପ୍ରାୟ ୧୨୩ କିଲୋମିଟର ଭିତରେ ପାକିସ୍ତାନର ଖାନେଓ୍ବାଲ ଜିଲ୍ଲାର ମିଆଁ ଚାନୁ ଅଞ୍ଚଳରେ ଯାଇ ପଡିଲା। ଏହି ଦୁର୍ଘଟଣା ରେ କୌଣସି ଧନ ଜୀବନ ନଷ୍ଟ ହୋଇ ନଥିବା ଜଣା ପଡ଼ିଛି। ପାକିସ୍ତାନ ଏହାକୁ ନେଇ ଘୋର ପ୍ରତିବାଦ କରିଥିବା ବେଳେ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *