ପ୍ରାୟ ଏକ ବର୍ଷ ତଳେ ଅଲିଉଡ଼ ଚଳଚ୍ଚିତ୍ର ଖଳନାୟକ ରାଇମୋହନ କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ । ଆଉ ସେହିଠାରୁ ମାମଲା ଏତେ ଚର୍ଚ୍ଚାରେ ରହିଥିଲା ଯେ ତାଙ୍କ ପ୍ରଶଂସକ ଏବଂ ପରିବାର ଲୋକେ ବେଶ ଦୁଃଖିତ ହୋଇଥିଲେ । ସେହି ସମୟରେ ଗଣମାଧ୍ୟମ ଜରିଆରେ ଅନେକ କିଛି ଏଭଳି କଥା ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅଙ୍କ ନେଇ ସାମ୍ନାକୁ ଆସିଥିଲା । କେହି କେହି କହୁଥିଲେ ଯେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅଙ୍କ ପାଇଁ ରାଇମୋହନ ଆତ୍ମହତ୍ୟା କରିଥିଲେ । ପୁଣି କେହି କେହି କହୁଥିଲେ ଯେ ସାନ ଝିଅ ଡ୍ରଗ୍ସ ଆଡିକ୍ଟ , ପୁଣି ଆଉ କିଏ କହୁଥିଲେ ଯେ ବଡ଼ ଝିଅ ସହିତ ସମ୍ପତ୍ତି ଏବଂ ଘର ଦ୍ୱାର ମାମଲା କାରଣରୁ ରାଇମୋହନ ଆତ୍ମହତ୍ୟା କରିଥାଇ ପାରନ୍ତି ।
ତେବେ ବର୍ତ୍ତମାନ ମାମଲାକୁ ଏକ ବର୍ଷ ପୁରି ଯାଇଥିବା ବେଳେ ବର୍ତ୍ତମାନ ଗଣମାଧ୍ୟମ ସାମ୍ନାକୁ ଆସି ରାଇମୋହନଙ୍କ ସ୍ତ୍ରୀ ଏବଂ ଦୁଇଝିଅ ନିଜ ମନର କଥା କହିଛନ୍ତି । କହିରଖିବୁ ଯେ ରାଇମୋହନଙ୍କ ବଡ଼ ଝିଅ ଯାହାଙ୍କର ବିବାହର ୮ ବର୍ଷ ବିତି ଯାଇଛି ସେ ନିଜ ବାପାଙ୍କର ଏଭଳି ଅବସ୍ଥା ହେବା ପରେ ଖୁବ ନିନ୍ଦା ଏବଂ ଅପବାଦର ଶିକାର ହେବାକୁ ପଡ଼ିଥିଲା । ରାଇମୋହନଙ୍କ ବଡ଼ ଝିଅ କହିଛନ୍ତି ଯେ ଘଟଣା ଦିନ ହିଁ ସେ ନିଜ ବାପାଙ୍କ ସହିତ ବସି ସାଣ୍ଡଉଇଚ ଖାଇଥିଲେ କିନ୍ତୁ ତାପରେ ବାପା ଏଭଳି କିଛି ନିଷ୍ପତ୍ତି ନେଇଯିବେ ବୋଲି କେହି କିଛି ଭାବି ନଥିଲେ ।
ପୁଣି ରାଇମୋହନ ନିଜ ଝିଅକୁ ନିଜ ମନରେ କଣ ଚାଲିଛି ତାହା ମଧ୍ୟ କହି ନଥିଲେ । ପୁଣି ତାଙ୍କ ସାନ ଝିଅକୁ ଲୋକେ ଡ୍ରଗ୍ସ ଆଡିକ୍ଟ ବୋଲି କହିଥିଲେ । ଏଭଳି ନିନ୍ଦା ସହ୍ୟ କରିବା ପରେ ରାଇମୋହନଙ୍କ ସ୍ତ୍ରୀ ଏବଂ ଝିଅ ଗତ ଏକ ବର୍ଷ ଘରୁ ମଧ୍ୟ ବାହାରି ନାହାଁନ୍ତି । ତାଙ୍କ ବଡ଼ ଝିଅଙ୍କ କହିବା ଅନୁଯାୟୀ ରାଇମୋହନ ଘର ଠାରୁ ଅଲଗା ରହୁଥିଲେ ମଧ୍ୟ ତାଙ୍କ ଜୀବନରେ କେବଳ ତାଙ୍କର ଗୋଟିଏ ଇଚ୍ଛା ଥିଲା ଯେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ଭଲ ରୁହନ୍ତୁ ଏବଂ ଦୁଇ ଝିଅ ଚାକିରୀ କରି ନିଜ ଗୋଡ଼ରେ ଛିଡ଼ା ହୁଅନ୍ତୁ । ମାତ୍ର ସାନ ଝିଅ ମାତ୍ର ୧୯ ବର୍ଷ ବୟସରେ ହିଁ ନିଜ ବାପାଙ୍କ ମୃତ୍ୟୁକୁ ଆଖି ଆଗରେ ଦେଖିଲା । ଯାହା ପାଇଁ ପରିବାର ଲୋକେ ଖୁବ ଦୁଃଖରେ ଥିଲେ ମଧ୍ୟ ଲୋକେ କିନ୍ତୁ ସେମାନଙ୍କୁ ରାଇମୋହନଙ୍କ ଆତ୍ମହତ୍ୟା ପାଇଁ ଦୋଷୀ କଲେ ।