ଆଦିପୁରୁଷ ବିବାଦରେ ରହିବା ପରେ ଏଭଳି ଅବସ୍ଥା ଅଭିନେତା ପ୍ରଭାସଙ୍କର । ଶେଷରେ ନିଜ ଘରକୁ ଲଗାଇଲେ ଭଡ଼ାରେ ।

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଯେ ଅଭିନେତା ପ୍ରଭାସ ଜଣେ ନାମିଦାମୀ ଅଭିନେତା ଏବଂ ତାଙ୍କୁ କେହି ଯେ ଜାଣି ନାହାଁନ୍ତି ତାହା ଅସମ୍ଭବ ଅଟେ । କାରଣ ବହୁବଲି ଫିଲ୍ମ ଠାରୁ ପ୍ରଭାସ ସମସ୍ତଙ୍କ ହୃଦୟରେ ରାଜତ୍ୱ କରୁଥିଲେ । ବହୁବଲି ଫିଲ୍ମ ଦେଶ ବିଦେଶରେ ଦର୍ଶକଙ୍କ ଦ୍ଵାରା ବେଶ ପସନ୍ଦ କରାଯାଉଥିଲା ।

ଆଉ ସେହି ଫିଲ୍ମ ବକ୍ସ ଅଫିସରେ ବେଶ ଅଧିକ ରୋଜଗାର ମଧ୍ୟ କରିଥିଲା । କିନ୍ତୁ ତାପରଠାରୁ ପ୍ରଭାସଙ୍କର ଆଉ କୌଣସି ଫିଲ୍ମ ସେତେଟା ପ୍ରଶଂସନୀୟ ହୋଇ ପାରିନାହିଁ । ସାହୋ ଏବଂ ରାଧେଶ୍ୟାମ ଭଳି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ସେତେଟା କମାଲ କରିପାରି ନଥିଲା ।

ଆଉ ବର୍ତ୍ତମାନ ଯେତେବେଳେ ଆଦିପୁରୁଷ ଫିଲ୍ମ ରିଲିଜ ହେବା ପରେ ବିବାଦ ସୃଷ୍ଟି ହୋଇଛି ତାହା ମଧ୍ୟ କହିବାକୁ ଗଲେ ଫ୍ଲପ ହୋଇଛି । କହିରଖିବୁ ଯେ ପ୍ରଭାସ ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାଙ୍କ ମଧ୍ୟରୁ ଜଣେ । କିଛି ରିପୋର୍ଟ ଅନୁଯାୟୀ ସେ ଆଦିପୁରୁଷରେ ତାଙ୍କର ଭୂମିକା ପାଇଁ ୧୫୦ କୋଟି ଟଙ୍କା ନେଉଛନ୍ତି । ପୁଣି ପ୍ରଭାସ ତାଙ୍କର ଆର୍ଥିକ ବୃଦ୍ଧି ପାଇଁ କିଛି ବିନିଯୋଗ କରିଛନ୍ତି ଏବଂ ସେ ଇଟାଲୀରେ ଏକ ଘର କିଣିଛନ୍ତି । ଏପରି ମଧ୍ୟ କୁହାଯାଉଛି ଯେ ପ୍ରଭାସ ନିଜ ଘରର ଗୋଟିଏ ଅଂଶକୁ ୪୦ ଲକ୍ଷ ଟଙ୍କାରେ ଭଡ଼ା ଦେଇଛନ୍ତି ।

ସୂଚନା ଅନୁଯାୟୀ ପ୍ରଭାସଙ୍କର ଇଟାଲୀରେ ଏକ ବିଳାସପୂର୍ଣ୍ଣ ଭିଲ୍ଲାକୁ ସେ ଭଡ଼ାରେ ଲଗାଇଛନ୍ତି । ବର୍ତ୍ତମାନ ପ୍ରଭାସ ନିଜର ଇଟାଲୀ ସ୍ଥିତ ଭିଲ୍ଲାକୁ ମାସିକ ୪୦ ଲକ୍ଷ ଟଙ୍କାର ଭଡ଼ାରେ ଲଗାଇଛନ୍ତି । ତେବେ କହିରଖିବୁ ଯେ ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ପ୍ରଭାସଙ୍କର ଦୁଇଟି ହିଟ ଫିଲ୍ମ ବହୁବଲି ପ୍ରଥମ ଏବଂ ଦ୍ୱିତୀୟ ପରେ ଯଥାକ୍ରମେ ସାହୋ ଏବଂ ରାଧେଶ୍ୟାମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା । ଆଉ ବର୍ତ୍ତମାନ ତିନି ନମ୍ବର ଫିଲ୍ମ ଆଦିପୁରୁଷ ବିବାଦ ଘେରରେ ରହିଛି । ଆଉ ତାପରେ ପରେ ନିଜ ଘରକୁ ଭଡ଼ାରେ ଲଗାଇବା ମାମଲା ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *