ଅଫିସ୍ କାମ ପାଇଁ ଆସିଥିଲେ ଭୁବନେଶ୍ବର, ହୋଟେଲରୁ ମିଳିଲା ମହିଳାଙ୍କ ମୃ-ତ ଦେହ।

ଛୋଟ ବୟସରୁ ଝିଅଟି କେତେ ଅସୁମାରୀ ସ୍ବପ୍ନ ଦେଖିଥାଏ। ଚାକିରି କରିବ, ନିଜ ଗୋଡ଼ରେ ନିଜେ ଛିଡ଼ା ହେବ। ଗୋଟେ ଭଲ ପୁଅକୁ ବାହା ହେଇ ସୁଖରେ ସଂସାର କରିବ। କିନ୍ତୁ ସମସ୍ତଙ୍କ ସ୍ବପ୍ନ ପୂରଣ ହୁଏନି କେତେଜଣଙ୍କୁ ସ୍ବପ୍ନ ଅଧା ବାଟରେ ଅଟକି ଯାଏ। ମଣିଷ ବଞ୍ଚି ଥିବାବେଳେ କେହି ତା ଦୁଃ-ଖ କଷ୍ଟ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତିନି କିନ୍ତୁ ଗୋଟେ ଥର ମରିଯିବା ପରେ ବନ୍ଧୁ ବାନ୍ଧବ ସାହି, ପଡ଼ିଶା ଠାରୁ ଆରମ୍ଭ କରି ଅଜଣା ଲୋକ ମଧ୍ୟ କଣ ପାଇଁ ମଲା ସେ ବିଷୟରେ ଜାଣିବାକୁ ଇଚ୍ଛାକରନ୍ତି।

ବ୍ରହ୍ମଗିରିର ବନିତା ସାହୁ ଘର କାମରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ ପୁରୀର ଭିଭୋ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଥିଲି। ସେଇ ଚାକିରିରେ ସେ ବହୁତ୍ ଖୁସିଥିଲେ। ଯେତିକି ଟଙ୍କା ସେ ପାଆନ୍ତି ସେଥିରେ ନିଜ ଚଳି ଘରକୁ ପଠାନ୍ତି। ଏବଂ ଛୁଟି ମିଳିଲେ ଘରକୁ ଭୁଲିବାକୁ ଆସନ୍ତି। ବନିତାଙ୍କର ଅନେକ ସାଙ୍ଗ ସାଥୀ ମଧ୍ୟ ସେଠି ରୁହନ୍ତି। କିନ୍ତୁ ଗତକାଲି ରାତିରେ ଭୁବନେଶ୍ଵରର ସାଇ ଅମରିତ୍ ହୋଟେଲରୁ ବନିତାଙ୍କ ମୃ-ତ ଦେହ ମିଳିଛି।

ଭିଭୋ କମ୍ପାନୀର ମିଟିଙ୍ଗ ପାଇଁ ସେ ଭୁବନେଶ୍ବର ଆସିଥିଲେ କିନ୍ତୁ ଗତ କାଲି ପୋ-ଲିସ୍ ତାଙ୍କ ଭାଇଙ୍କୁ ଫୋନ୍ କରି କହିଥିଲେ ତମ ଭଉଣୀଙ୍କର ମୃ-ତ ଦେହ ହୋଟେଲ୍ ଭିତରୁ ମିଳିଛି। ଭାଇଙ୍କ କହିବା ଅନୁସାରେ ବନିତାଙ୍କ ସହ ଆଉ ୩ ଜଣ ଆସିଥିଲେ କିନ୍ତୁ ସେ ଲୋକାଲ ପିଲା ବୋଲି ହୋଟେଲ୍ ରହି ନଥିଲେ।

କେବଳ ବନିତା ଏକା ଗୋଟେ ରୁମ୍ ରେ ଥିଲେ ସେ ଯେଉଁ ରୁମ୍ ରେ ରହୁଥିଲେ ତା ସିସିଟିଭି କ୍ୟାମେରା କାମ କରୁନଥିଲେ। ସେଥିପାଇଁ ସେ କହିଛନ୍ତି ଏ ସବୁ ଭିଭୋ କମ୍ପାନୀ ଲୋକ ଜାଣି ଶୁଣି କରିଛନ୍ତି। କିନ୍ତୁ ପୋଲି-ସଙ୍କ କହିବା ଅନୁସାରେ ବନିତା ଜଣେ ପୁରୁଷ ବନ୍ଧୁଙ୍କ ଆସିଥିଲେ କିନ୍ତୁ ସେ ଏବେ ଫେ-ରାର ଅଛନ୍ତି।

Leave a Reply

Your email address will not be published. Required fields are marked *