ଠିକ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ଝିଅର ମୃତ୍ୟୁ , କାନ୍ଧରେ ଧରି ୧୦ କିଲୋମିଟର ବୋହିଲେ ବାପା , ଦୃଶ୍ୟ ଦେଖି ଆପଣ ବି କାନ୍ଦି ପକେଇବେ :-

ସାଧରଣତଃ ଅନ୍ୟ ଦେଶ ଅପେକ୍ଷା ଆମ ଭାରତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଅସାବଧାନତା ଦେଖାଯାଏ ଏବଂ ଏମିତିରେ ବି ଲୋକେ ଏତେ ସମାୟାନୁବର୍ତ୍ତି ନୁହଁନ୍ତି । ତେଣୁ ଅନେକ ସମୟରେ ଏପରି ଘଟଣା ମଧ୍ୟ ଶୁଣିବାକୁ ମିଳିଥାଏ ଯେ ଠିକ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବା କାରଣରୁ କାହାରି ମୃତ୍ୟୁ ହୋଇଛି । ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବୁ ଯେଉଁଥିରେ ଆମ୍ବୁଲାନ୍ସ ଠିକ ସମୟରେ ନଆସିବାରୁ ଜଣେ ଝିଅର ମୃତ୍ୟୁ ହୋଇଛି ଏବଂ ବାପା ଝିଅର ଶବକୁ କାନ୍ଧେଇ ୧୦ କିଲୋମିଟର ବୋହିଛନ୍ତି ।

ସୂଚନା ଅନୁଯାୟୀ ଏହି ଘଟଣା ଛତିଶଗଡ଼ ସରଗୁଜା ଜିଲ୍ଲାର ଅଟେ । ସରଗୁଜା ଜିଲ୍ଲାର ଜଣେ ବାପା ନିଜ ଝିଅର ଶବକୁ କାନ୍ଧରେ ବୋହି ନେଉଥିବାର ଦେଖା ଯାଇଛି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ମଧ୍ୟ ଲାଗିଛି । ଏହି ଭିଡ଼ିଓ ଦେଖି ଛତିଶଗଡ଼ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ ସିଂ ଦେଓ ଏହାର ତଦନ୍ତ ପାଇଁ ନିର୍ଦେଶ ଦେବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି ।

ତେବେ ବାସ୍ତବ ଘଟଣା ଏହା ଯେ ଶୁକ୍ରବାର ଦିନ ଲଖନପୁର ଗ୍ରାମର ଈଶ୍ୱର ଦାସ ନାମକ ଜଣେ ବ୍ୟକ୍ତି ନିଜ ଝିଅ ସୁରେଖା ର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଗ୍ରାମ ସିଏଚସି ରେ ଭର୍ତ୍ତି କରିଥିଲେ । ସେହି ସମୟରେ ଝିଅର ଅମ୍ଳଜାନ ସ୍ତର ୬୦ ଥିବା ମଧ୍ୟ କୁହାଯାଇଛି । ପୁଣି ଗତ ତିନି ଦିନ ହେବ ଝିଅର ଜ୍ୱର ଥିବା ମଧ୍ୟ କୁହାଯାଇଛି । କିନ୍ତୁ ହଠାତ ସ୍ୱାସ୍ଥ୍ୟ ବିଗିଡ଼ି ଯିବାରୁ ତାଙ୍କୁ ସିଏଚସି କୁ ଅଣାଯାଇଥିଲା କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରେଖା ଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି ।

ତେବେ ମୃତ୍ୟୁ ପରେ ସେଠାରେ ଆମ୍ବୁଲାନ୍ସ ଉପଲବ୍ଧ ନିଥିବାରୁ ସୁରେଖାଙ୍କ ବାପା ଅର୍ଥାତ ଈଶ୍ୱର ଦାସ ନିଜେ ନିଜ ଝିଅର ଶବକୁ ୧୦ କିଲୋମିଟର କାନ୍ଧରେ ବୋହି ନେଇ ଯାଇଛନ୍ତି । ଏଥିଯୋଗୁଁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହେବା ସହିତ ଏସବୁର କାରଣ ସିଏଚସି ପ୍ରଶାସନ ବୋଲି ଅଭିଯୋଗ କରିଛନ୍ତି । ତେବେ ଏହି ଦୃଶ୍ୟ ଦେଖି ଲୋକେ ଖୁବ ଦୁଃଖ ପ୍ରକାଶ କରିଛନ୍ତି । ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି

Leave a Reply

Your email address will not be published. Required fields are marked *