ପୁରୁଷମାନଙ୍କଠାରେ ଶୁକ୍ରା-ଣୁକୁ ନିୟନ୍ତ୍ରଣ କରିବାକୁ ବୈଜ୍ଞାନକମାନଙ୍କ ନୂଆ ଉପାୟ, ଆଉ ଗ-ର୍ଭ ଧାରଣର ଭ-ୟ ନାହିଁ ।

ପୂର୍ବରୁ ବଜାରରେ କେବଳ ମହିଳାମାନଙ୍କ ପାଇଁ ଗ-ର୍ଭ ନିରୋଧକ ଔଷଧ ମିଳୁଥିଲା , କିନ୍ତୁ ବର୍ତମାନ ସମୟରେ ବୈଜ୍ଞାନିକମାନେ ପୁରୁଷମାନଙ୍କ ପାଇଁ ମଧ୍ୟ ଗ-ର୍ଭ ନିରୋଧକ ବଟିକା ପ୍ରସ୍ତୁତ କରିଛନ୍ତି, ଏହି ଔଷଧ ଗ-ର୍ଭ ଧାରଣକୁ ୯୯ ପ୍ରତିଶତ ପର୍ଯ୍ୟନ୍ତ ରୋକିବାରେ ସଫଳ ହେବ ବୋଲି କୁହାଯାଉଛି । ଏହି ଔଷଧକୁ ପ୍ରଥମେ ମୂଷା ଉପରେ ପରୀକ୍ଷା କରାଯାଇଛି ଓ ଏହା ମୂଷା ଉପରେ କୌଣସି ପାର୍ଶ୍ଵ ପ୍ରତି-କ୍ରିୟା ଦେଖାଇ ନାହିଁ ବୋଲି କୁହାଯାଉଛି । ବୈଜ୍ଞାନିକମାନେ ଏହି ଅଣ-ହରମୋନାଲ ଔଷଧର ନାମ ” YCT529 ” ରଖିଛନ୍ତି । ପ୍ରାୟ ଚାରି ସପ୍ତାହ ପର୍ଯ୍ୟନ୍ତ ମୂଷାମାନଙ୍କୁ ଏହି ଗ-ର୍ଭ ନିରୋଧକ ଔଷଧ ଦିଆଯାଉଥିଲା । ଚାରି ସପ୍ତାହ ପରେ ଏହି ଗ-ର୍ଭ ନିରୋଧକ ଔଷଧ ବନ୍ଦ କରିଦେବା ପରେ, ସମସ୍ତ ମୂଷାମାନଙ୍କର ପୁନର୍ବାର ସନ୍ତାନ ଜନ୍ମ ହେଲା ।

ମୂଷା ଉପରେ ପରୀକ୍ଷଣ ପରେ, ବର୍ତମାନ ମିନେସୋଟା ୟୁନିଭରସିଟିର ବୈଜ୍ଞାନିକ ମାନେ ଏହି ଅଣ-ହରମୋନାଲ ଔଷଧକୁ ମଣିଷ ମାନଙ୍କ ଦେହ ରେ ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି । ଏହି ଅଣ-ହର୍ମୋନାଲ ଔଷଧ ପୁରୁଷମାନଙ୍କ ଶରୀରରେ ଏକ ପ୍ରକାର ପ୍ରୋଟିନ୍ ସୃଷ୍ଟି କରିବ , ଯାହା ଶୁ-କ୍ରା-ଣୁକୁ ପ୍ରତିରୋଧ କରିପାରେ । ଏହାପୂର୍ବରୁ ବ୍ରିଟେନରେ ମଧ୍ୟ ପୁରୁଷଙ୍କ ଉପରେ ଗ-ର୍ଭ ନିରୋଧକ ଔଷଧ ର ପରୀକ୍ଷା କରାଯାଇଥିଲା, କିନ୍ତୁ ଏହି ପରୀକ୍ଷଣର ନେତୃତ୍ୱ ନେଇଥିବା ପ୍ରଫେସର ଗୁ-ଣ୍ଡା ଜର୍ଜ କହିଛନ୍ତି ଯେ “YCT529 “ଅଣ-ହରମୋନାଲ ଔଷଧ ପୁରୁଷଙ୍କ ପାଇଁ ଅଧିକ ପ୍ରଭାବଶାଳୀ ହେବ ।

କହିବାକୁ ଗଲେ ବୈଜ୍ଞାନକମାନେ 1950 ପରଠାରୁ ପୁରୁଷମାନଙ୍କ ପାଇଁ ବଟିକା, ଜେଲ ଏବଂ ଇଞ୍ଜେକ୍ସନ ଭଳି ଗ-ର୍ଭ ନିରୋଧକ ଔଷଧ ପ୍ରସ୍ତୁତି କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏପରି କୌଣସି ଔଷଧ କୁ ଅନୁମୋଦନ ଦିଆଯାଇନାହିଁ ।

ଏଥିରେ ସବୁଠାରୁ ବଡ ପ୍ରତିବନ୍ଧ ହେଉଛି ମହିଳାମାନେ ଯେଉ ଗ-ର୍ଭ ନିରୋଧକ ବଟିକା ବ୍ୟବହାର କରନ୍ତି ତାହା ତାଙ୍କ ଓଭୁଲେସନକୁ ବନ୍ଦ କରିଦେଇଥାଏ , ଯାହା ମାସରେ ଥରେ ହୋଇଥାଏ । କିନ୍ତୁ ଲକ୍ଷ ଲକ୍ଷ ଶୁ-କ୍ରା-ଣୁର ଉତ୍ପାଦନକୁ ବନ୍ଦ କରିବାକୁ ହେଲେ ପୁରୁଷମାନଙ୍କୁ ପ୍ରତିଦିନ ଏହି ଗ-ର୍ଭ ନିରୋଧକ ଔଷଧ ବ୍ୟବହାର କରିବାକୁ ପଡିବ ।

କ୍ଲିନିକାଲ୍ ପରୀକ୍ଷଣ କରାଯାଇଥିବା ଏହି ଗର୍ଭନିରୋଧକ ଔଷଧ ପୁରୁଷମାନଙ୍କ ଟେଷ୍ଟୋଷ୍ଟେରନ୍ କୁ ଟା-ର୍ଗେ-ଟ୍ କରିବ । ଏହି ଗ-ର୍ଭ ନିରୋଧକ ଔଷଧ ପୁରୁଷମାନଙ୍କ ସେକ୍ସ୍ ହର୍ମନ କୁ ଅବରୋଧ କରିବ ଯାହାଫଳରେ ସୁସ୍ଥ ଶୁ-କ୍ରା-ଣୁ କୋଷ ତିଆରି ହୋଇପାରିବ ନାହିଁ । ଡାକ୍ତରମାନେ କହିଛନ୍ତି ଯେ ଟେଷ୍ଟୋଷ୍ଟେରନକୁ ଅବରୋଧ କରୁଥିବା ଏହି ଗ-ର୍ଭ ନିରୋଧକ ଔଷଧ କୁ ପୁରୁଷମାନେ ବ୍ୟବହାର କରିବା ଫଳରେ, ସେମାନଙ୍କର ଓଜନ ବୃଦ୍ଧି, ଉଦାସୀନତା ଏବଂ ଉଚ୍ଚ କୋଲେଷ୍ଟ୍ରୋଲର ପରି ପାର୍ଶ୍ଵ ପ୍ରତି-କ୍ରିୟା ଦେଖାଯିବ । ଅନ୍ୟ ପଟେ, ଦେଖିବାକୁ ଗଲେ ମହିଳାମାନେ ଯେଉଁ ଗର୍ଭ- ନିରୋଧକ ବଟିକା ବ୍ୟବହାର କରୁଛନ୍ତି ସେଥିରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଥାଏ ।

ଏହି “YCT529” ଗ-ର୍ଭ ନିରୋଧକ ବଟିକା ତିଆରି କରିବାରେ ସାହାଯ୍ୟ କରିଥିବା ଅବଦୁଲ୍ଲା ଅଲ ନୋମାନ କହିଛନ୍ତି ଯେ ଏହି ସମସ୍ତ ପାର୍ଶ୍ୱ ପ୍ରତି-କ୍ରିୟାକୁ ଦୂର କରିବା ପାଇଁ ଆମେ ପୁରୁଷମାନଙ୍କ ପାଇଁ ଅଣ-ହରମୋନାଲ ଗ-ର୍ଭ ନିରୋଧକ ଔଷଧ ତିଆରି କରିବାକୁ ଚାହୁଁଥିଲୁ ।

YCT529 ରେଟିନୋକ୍ ଏସିଡ୍ ଏକ ପ୍ରୋଟିନ ଯାହା ରିସେପ୍ଟର ଆଲଫା (RAR-a) କୁ ଟାର୍ଗେଟ କରେ,ଓ ଶୁ-କ୍ରା-ଣୁ ଗଠନ ସହିତ କୋଷ ର ବିକାଶରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଯେତେବେଳେ ଏହି ଗ-ର୍ଭ ନିରୋଧକ ବଟିକା ମୂଷା ମାନଙ୍କୁ ଦିଆଯାଇଥିଲା, ସେତେବେଳେ ସେମାନଙ୍କର ଶୁ-କ୍ରା-ଣୁ ସଂଖ୍ୟା କମିବାର ଦେଖା ଯାଇଥିଲା। ଆହୁରି ମଧ୍ୟ, ଏହି ଗ-ର୍ଭ ନିରୋଧକ ବଟିକା ୯୯ ପ୍ରତିଶତ ଗ-ର୍ଭ ଧାରଣକୁ ରୋକିବା ସହିତ ଏହାର କୌଣସି ପାର୍ଶ୍ୱ ପ୍ରତି-କ୍ରିୟା ମଧ୍ୟ ନାହିଁ । ଅନୁସନ୍ଧାନକାରୀମାନେ କହୁଛନ୍ତି ଯେ YCT529 ର ମାନବ ପରୀକ୍ଷଣ 2022 ବର୍ଷର ମଧ୍ୟଭାଗରେ କରାଯିବ ।

Leave a Reply

Your email address will not be published. Required fields are marked *