ଏ ବର୍ଷର ସୂର୍ଯ୍ୟପରାଗ , ୨୫ ଅକ୍ଟୋବରରେ ହେବ ସୂର୍ଯ୍ୟପରାଗ , ଜାଣନ୍ତୁ ସଠିକ୍ ସମୟ ଏବଂ ସୁତକ ଏବଂ ଗୋବର୍ଦ୍ଧନ ପୂଜା ସମୟ

ବନ୍ଧୁଗଣ ଏ ବର୍ଷର ସୂର୍ଯ୍ୟପରାଗ ୨୫ ଅକ୍ଟୋବରରେ ହେବ । ଅର୍ଥାତ୍ ମଙ୍ଗଳବାର ଦିନ ଏହି ଗ୍ରହଣ ଲାଗିବ । ତେବେ ଏଥରର ସୂର୍ଯ୍ୟଗ୍ରହଣ ଭାରତୀୟ ସମୟ ୟୁରୋପର କିଛି ଭାଗ ଏସିଆର ଦକ୍ଷିଣ ପଶ୍ଚିମ ଭାଗ ଆଫ୍ରିକା ମହାଦ୍ଵିପର ଉତ୍ତରପୂର୍ବ ଭାଗ ଆଟଲାଣ୍ଟିକ ରେ ଦେଖାଯିବ । ଏହାର ମୋଟ ଅବଧି ୪ ଘଣ୍ଟା ୩ ମିନିଟ ହେବ । ଏହାର ଆରମ୍ଭ ୨୫ ଅକ୍ଟୋବର ଦ୍ୱିପ୍ରହର ୨ଟା ୨୯ ମିନିଟରେ ହେବ ଏବଂ ୬ଟା ୩୨ ମିନିଟରେ ଶେଷ ହେବ ।

ସୂର୍ଯ୍ୟଗ୍ରହଣର ସୂତକ ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯିବ ।ତେଣୁ ଏହିଦିନ ଶୁଭ କାମ ଆଦୌ କରିବା ଉଚିତ୍ ନୁହେଁ । ତେବେ ଦୁଃଖର ବିଷବସ୍ତୁ ଏହା ଯେ , ଏଥର ୨୪ ଅକ୍ଟୋବରରେ ଦୀପାବଳି ପଡୁଅଛି , ତେଣୁ ସୂତକ କାଳ ସେହି ଦିନ ଠାରୁ ଆରମ୍ଭ ହୋଇଯିବ । ପ୍ରାୟ ୨୭ ବର୍ଷ ପରେ ଗୋବର୍ଦ୍ଧନ ପୂଜା ଦିନ ସୁତକ କାଳ ରହିବ । ଅନ୍ୟପକ୍ଷରେ ଭାରତରେ ସୁତକ କାଳ ୨୫ ଅକ୍ଟୋବର ସକାଳ ୪ଟା ୨୨ ରୁ ଆରମ୍ଭ ହୋଇଯିବ ।

ସୂର୍ଯ୍ୟଗ୍ରହଣ ତାକୁ କୁହାଯାଏ , ଯେତେବେଳେ ସୂର୍ଯ୍ୟ , ଚନ୍ଦ୍ର ଏବଂ ପୃଥିବୀ ଗୋଟିଏ ରେଖାରେ ରହିଥାନ୍ତି । ଏହି ସମୟକୁ ନକାରାତ୍ମକ ଶକ୍ତି ଭାବରେ ବିବେଚନା କରାଯାଏ । ଏହିଦିନ କିଛି ବି ଶୁଭ କାମ କରିବା ଅନୁଚିତ୍ । ଏହିଦିନ କଣ କରିବା ଅନୁଚିତ ଆଉ କଣ କରିବା ଉଚିତ୍ , ଆସନ୍ତୁ ସେ ବିଷୟରେ ଜାଣି ନେବା ।

ଗ୍ରହଣ କାଳରେ ଶୋଇବା ଅନୁଚିତ୍ । ଏହାବ୍ୟତୀତ କୌଣସି ମଙ୍ଗଳ କାମ ଏହି ସମୟରେ କରିବା ଉଚିତ୍ ନୁହେଁ । ଏହି ସମୟରେ ଭୁଲରେ ମଧ୍ୟ ପୂଜା ପାଠ କରିବା ଉଚିତ୍ ନୁହେଁ । ନଚେତ୍ ନକାରାତ୍ମକ ପ୍ରଭାବ ପଡ଼ିବ । ଏହି ସମୟରେ ଭୁଲରେ ମଧ୍ୟ ଝାଡୁ ଲଗାଇବା ଉଚିତ୍ ନୁହେଁ । ଏହି ସମୟରେ ଆଦୌ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଏହି ସମୟର ଦୁଧ ଖୋଲା କରି ରଖିବା ଅନୁଚିତ୍ । ବୃଦ୍ଧ , ଛୋଟ ପିଲା , ରୋଗୀ ଏବଂ ଗର୍ଭବତୀ ମହିଳା ମାନେ ଏହି ସମୟରେ ଉଷୁମ ପାଣି ପିଇ ପାରିବେ ।

ଗର୍ଭବତୀ ମହିଳା ମାନଙ୍କୁ ଏହି ସମୟରେ ଘରୁ ବାହାରିବା ଅନୁଚିତ୍ , ନଚେତ୍ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଗ୍ରହଣ ପରେ ସେମାନଙ୍କୁ ଥଣ୍ଡା ପାଣିରେ ଗାଧୋଇବା ପାଇଁ ପରାମର୍ଶ ଦିଆଯାଇଛି । ଗ୍ରହଣ ସମୟରେ ଖାଲି ଆଖିରେ ସିଧାସଳଖ ସୂର୍ଯ୍ୟଙ୍କୁ ଦେଖନ୍ତୁ ନାହିଁ । ଏହାବ୍ୟତୀତ ତୁଳସୀ ଗଛ ଉପରେ ଗ୍ରହଣ ପରେ ଟିକିଏ ଗଙ୍ଗା ପାଣି ସିଞ୍ଚନ କରିଦିଅନ୍ତୁ । ଗୋମୁତ୍ର , ତୁଳସୀ ପତ୍ର , ଗଙ୍ଗା ଜଳ ଏବଂ ତୁଳସୀ ମାଟି ଆଦି ଗ୍ରହଣ ପରେ ଗାଧୋଇବା ପାଣିରେ ପକାଇ ଗାଧୋଇ ପାରିବେ । ଏହାଦ୍ବାରା ରାହୁ ଦୋଷ ଦୂରେଇ ହୋଇଯିବ ।

Leave a Reply

Your email address will not be published. Required fields are marked *