ଦେହ ସାରା ଧଳା ଦାଗ ଦେଖି ମୁଁ କେମିତି ରହିଥାନ୍ତି

ବର୍ତ୍ତମାନର ମଡର୍ନ ସମାଜରେ ବି ଲୋକଙ୍କର ସେହିଭଳି ପୁରୁଣା ମାନସିକତା ଲୋକଙ୍କ ମଧ୍ୟରେ ରହିଛି । ଦେହରେ ଥିବା ଧଳା ଦାଗକୁ ନେଇ ଦା-ମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଛି ଫାଟ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଯେଉଁ କାରଣରୁ ସ୍ୱାମୀ ସ୍ତ୍ରୀକୁ ଛାଡ଼ି ବାଙ୍ଗାଲୋରରେ ରହୁଥିବା ବେଳେ ଶ୍ୱଶୁର ଘରେ ସ୍ତ୍ରୋ ଏକ ଘରିଆ ଯନ୍ତ୍ର-ଣାରେ ରହୁଛି । ଏଭଳି ଏକ ଦୁଃ-ଖଦ ଘ-ଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ପାଟକୁରା ଥା-ନା ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମରେ । ଏପରି କୁହାଯାଏ ଯେ ବିବାହ ସମ୍ପର୍କ ଭରସା ଏବଂ ବିଶ୍ୱାସର ମୂଳଦୁଆ ଉପରେ ତିଷ୍ଠି ରହିଥାଏ ।

କିନ୍ତୁ ଏଠାରେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଅଟେ । ସୂଚନା ଅନୁଯାୟୀ ଧାନମଣ୍ଡଳ ଗ୍ରାମର ରାଜେନ୍ଦ୍ର କୁମାର ଜେନାଙ୍କୁ ନାଗଣପୁର ଗ୍ରାମର ପ୍ରଜ୍ଞା ପରମିତା ମୁଦୁଲି ୧୩ ମାସ ତଳେ ବିବାହ କରିଥିଲେ । ବିବାହ ପୂର୍ବରୁ ପ୍ରଜ୍ଞାଙ୍କ କାନ ଏବଂ ଗୋଡ଼ରେ ଧଳା ଦାଗ ଥିବା ଜାଣିବା ପରେ ମଧ୍ୟ ରାଜେନ୍ଦ୍ର ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ବିବାହର ମାତ୍ର କିଛି ମାସ ପରେ ପ୍ରଜ୍ଞାଙ୍କର ଧଳା ଦାଗକୁ କୌଣସି ରୋଗର ଲକ୍ଷଣ ଭାବି ଘୃଣା କରିବା ଆରମ୍ଭ କରି ଦେଇଥିଲେ । ଏମିତିକି ତାଙ୍କୁ ଏକ ଘରିଆ କରି ବହୁତ ହଇ-ରାଣ ମଧ୍ୟ କରୁଥିଲେ ।

ବିବାହର ୧୩ ଦିନ ପରେ ଏପରି ଦୁଃ-ଖକୁ ସହ୍ୟ ନକରି ପାରି ପାଟକୁରା ଥା-ନା ଅନ୍ତର୍ଗତ କୁଦାନଗରୀ ଫାଣ୍ଡିରେ ସ୍ୱାମୀ , ଦେଢଶୁର ଏବଂ ଜାଆଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି । ଅପର ପକ୍ଷେ ରାଜେନ୍ଦ୍ର ପ୍ରଜ୍ଞାଙ୍କୁ ଏକା ଛାଡ଼ି ବାଙ୍ଗାଲୋର ପଳାଇ ଯାଇଛନ୍ତି । ଏମିତିକି ପ୍ରଜ୍ଞାଙ୍କ ନମ୍ବର ମଧ୍ୟ ରିଜେକ୍ଟ ଲିଷ୍ଟରେ ରଖିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ଦେହରେ ଥିବା ଧଳା ଦାଗ ଭଲ ନହେଲେ ସ୍ତ୍ରୀର ମାନ୍ୟତା ମିଳିବ ନାହିଁ । ସ୍ୱାମୀ ତାଙ୍କୁ ମାନସିକ ନିର୍ଯା-ତନା ଦେଉଥିବା ନେଇ ମଧ୍ୟ ପ୍ରଜ୍ଞା ଅଭି-ଯୋଗ କରିଛନ୍ତି । ଯାହାକୁ ନେଇ ଶ୍ୱଶୁର ଘର ଲୋକଙ୍କ ପ୍ରତି-କ୍ରିୟା ମିଳିନାହିଁ ଏବଂ ଏପଟେ ରାଜେନ୍ଦ୍ର ସ୍ତ୍ରୀ କରିଥିବା ସମସ୍ତ ଅଭି-ଯୋଗକୁ ଖଣ୍ଡନ କରିଛନ୍ତି ।

ତେବେ ସ୍ୱାମୀଙ୍କ କହିବା କଥା ଯେ ବିବାହ ପୂର୍ବରୁ ପ୍ରଜ୍ଞାଙ୍କ ପରିବାର ଲୋକେ କହିଥିଲେ ଯେ ତାଙ୍କ ଝିଅର କେବଳ ଗୋଡ଼ରେ ଏବଂ କାନରେ ଦାଗ ଥିଲା । ଯାହାକୁ ଗ୍ରହଣ କରି ରାଜେନ୍ଦ୍ର ବିନା ଡିମାଣ୍ଡରେ ପ୍ରଜ୍ଞାଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହ ପରେ ସେ ଜାଣିବାକୁ ପାଇଥିଲେ ଯେ ପ୍ରଜ୍ଞାଙ୍କ ସାରା ଶରୀରରେ ଏମିତିକି ପ୍ରାଇ-ଭେଟ ପା-ର୍ଟରେ ମଧ୍ୟ ଧଳା ଦାଗ ରହିଥିଲା । ତେଣୁ ସେତେବେଳେ ରାଜେନ୍ଦ୍ର ପ୍ରଜ୍ଞାଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ । ତେବେ ସତ କିଏ କହୁଛି ତାହା ତ ସମୟ କହିବ । ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ଉଭୟ ପକ୍ଷର ଅଭି-ଯୋଗକୁ ଆଧାର କରି ପୋ-ଲିସ କି ପଦକ୍ଷେପ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *