ମନା କଲା ଟୁଙ୍ଗୁରୁ ବର୍ଷାର ଭାଙ୍ଗିଲା ମନ ,ଭଙ୍ଗା ମନ ନେଇ ପ୍ରଥମ ସ୍ୱାମୀ ଘରକୁ ଫେରିଲା ବର୍ଷା ଭୋଳ

ସରିଲା ଟୁଙ୍ଗୁରୁ ବର୍ଷାଙ୍କ ପ୍ରେମ କାହାଣୀ । ବର୍ଷା ହେଲେ ପରିବାର ମୁହାଁ । ନୂଆ ବର୍ଷରେ ସ୍ୱାମୀଙ୍କ କଥା ବର୍ଷାଙ୍କର ମନେ ପଡ଼ିଲା । ଟୁଙ୍ଗୁରୁ ପ୍ରେମରୁ ବାହାରିଲେ ବର୍ଷା ଭୋଳ । କାଳ୍ପନିକ ଦୁନିଆରେ କୁହୁଡ଼ିରେ ଉଡୁଥିବା ବର୍ଷା ଏବେ ନିରାଶ ହୋଇଛନ୍ତି ଟୁଙ୍ଗୁରୁର ମିଛ ଭଲ ପାଇବା ପାଖରେ । ଭାଙ୍ଗି ଯାଇଛି ବର୍ଷାଙ୍କ ସ୍ୱପ୍ନ। ଚୁରମାର ହୋଇ ଯାଇଛି ବର୍ଷାଙ୍କ ହୃଦୟ ।

ଯେଉଁ ହୃଦୟରେ ଟୁଙ୍ଗୁରୁକୁ ରାଜା କରି ବସାଇ ଥିଲେ ସେହି ହୃଦୟ ଏବେ ଟୁଙ୍ଗୁରୁ ପାଇଁ କେବଳ ଆଉ କେବଳ ଟୁଙ୍ଗୁର ପାଇଁ ଭାଙ୍ଗି ରୁଜ୍ଜି ଚୁରମାର ହୋଇଯାଇଛି । ବର୍ଷା ଏବେ ବୁଝି ପାରିଛନ୍ତି। ଟୁଙ୍ଗୁର ମିଛ,ତା ପ୍ରେମ ମିଛ,ତା ଭଲ ପାଇବା ମିଛ । ଟୁଙ୍ଗୁର କେବଳ ଅଭିନୟ କରୁଥିଲା ।

ଟୁଙ୍ଗୁର କେବଳ ବର୍ଷାଙ୍କର ଶରୀର ଉପରେ ନଜର ପକାଇ ଥିଲା । ବାହା ହେବାକୁ ପ୍ରତିଶ୍ରୁତି ଦେଇ ଟୁଙ୍ଗୁର କେବଳ ନିଜର ସ୍ୱାର୍ଥ ହାସଲ କରୁଥିଲା । ଅଟୋ ରୁ ଆସି ଖଟରେ ପହଞ୍ଚିଲା। ମୋ ସହ ଅନେକ ରାତି କାଟିଲା । ଯେତେବେଳେ ବିବାହ କଥା କହିଲି ସେବେ ମତେ ବିବାହ କରିବାକୁ ସିଧାସଳଖ ମନା କରିଦେଲା ।

ଟୁଙ୍ଗୁରୁ ମୋ ଜୀବନକୁ ବର୍ବାଦ କରିଦେଲା । ମୋ ସଂସାରକୁ ଛାରଖାର କରିଦେଲା ମୋ ଜୀବନ,ମୋ ସଂସାରକୁ ଧୂଳିସାତ ବି କରିଦେଲା । ସ୍ୱାମୀ,ଘର,ସଂସାରକୁ ଛାଡି ମୁଁ ଧାଇଁ ଆସିଥିଲି ଟୁଙ୍ଗୁରୁ ପାଖକୁ । ହେଲେ ଟୁଙ୍ଗୁରୁ ମୋର ସବୁ କିଛି ନଷ୍ଟ କରିଦେଲା । ମତେ ଅଟୋରେ ଭାଉଜ ଭାଉଜ ଡାକିଲା ତା ପରେ ରାଜଧାନୀ ସାରା ବୁଲାଇଲା ଗୋଲାପ କିଣି ମତେ ପ୍ରେମ ନିବେଦନ କଲା ।

କହିଲା ସ୍ୱାମୀକୁ ଛାଡି ତା ପାଖକୁ ଆସିବାକୁ। ମୁଁ ବି ଟୁଙ୍ଗୁରୁ ପ୍ରେମରେ ବାୟାଣୀ ହେଇଗଲି। ଘର ଦ୍ୱାରା ସବୁ ଛାଡି ଟୁଙ୍ଗୁରୁ ପାଖକୁ ଚାଲି ଆସିଲି । ହେଲେ କିନ୍ତୁ ଟୁଙ୍ଗୁର ମତେ ଧୋକା ଦେଲା । ସବୁ ସ୍ୱାର୍ଥ ପୂରଣ ହେଲା ପରେ ମୋ କଥା ଭୁଲି ଯାଇ ମତେ ଫିଙ୍ଗି ଦେଲା ।

ହେଲେ ଏବେ ବର୍ଷା ଆରମ୍ଭ କରିଛନ୍ତି ନୂଆ ବର୍ଷରେ ନୂଆ ଆରମ୍ଭ । ଆଉ ତାଙ୍କର ଦରକାର ନାହିଁ ସେ ମିଛ ଟୁଙ୍ଗୁର ପ୍ରେମ । ବର୍ଷା ଏବେ ବୁଝି ପାରିଛି ନିଜ ଭୁଲ। ଦୁଇ ଚାରି ଦିନ ପାଇଁ ମିଛ ଫେମସ ହେବା ତାଙ୍କୁ ଆଜି ବଦନାମ କରିଛି । କାହା ସ୍ୱାର୍ଥ ପାଇଁ ମ୍ୟୁଜିକ ଭିଡିଓ କରିବା ତାଙ୍କୁ ଆଜି ମହଙ୍ଗା ପଡିଛି । ସବୁକିଛି କେବଳ ଆଉ କେବଳ ଟୁଙ୍ଗୁର ପାଇଁ ହିଁ ହେଇଛି।

ସେ ହିରୋ ହେଲା ମୁଁ ହିରୋଇନ ହେଲି । ହେଲେ କିଛି ବି ଲାଭ ହେଲାନି। ନା ଟୁଙ୍ଗୁର ମତେ ଗ୍ରହଣ କଲା ନା ମୁଁ ଟୁଙ୍ଗୁରୁର ସ୍ତ୍ରୀ ହୋଇ ପାରିଲି । କେବଳ ଗଣମାଧ୍ୟମରେ ମାସ ତମାମ ଚର୍ଚ୍ଚାରେ ରହିଲି । ଦିନ ରାତି ଗଣମାଧ୍ୟମ ମୋ ଖବର ଦେଖାଇ ତାଙ୍କ ଟିଆରପି ବଢ଼ାଇଲେ ହେଲେ ମୁଁ ପାଇଲି କଣ ? ବନ୍ଧୁଗଣ ସେହି ଘଟି ଯାଇଥିବା ଘଟଣା ପାଇଁ ବର୍ଷା ଏବେ ଅନୁତାପ କରୁଛି । କହୁଛି ମୋ ଜୀବନ ନଷ୍ଟ ହେଇଗଲା । ହେଲେ ଆଉ ଅଧା ଜୀବନ ମୁଁ ନଷ୍ଟ ହେବାକୁ ଦେବିନି ।

ମୁଁ ଫେରିବି ମୋ ପ୍ରଥମ ସ୍ୱାମୀଙ୍କ ପାଖକୁ । ମୋ ସ୍ୱାମୀଙ୍କ ସହ ସଂସର କରିବି । ମୋ ସ୍ୱାମୀଙ୍କ ସହ ଖୁସିରେ ରହିବି । ଦରକାର ମୋର ଟୁଙ୍ଗୁର ଭୋଳ । ମୁଁ ମୋ ସ୍ୱାମୀଙ୍କ ସହ ଖୁସିରେ ଥିଲି ହେଲେ ଏ ଟୁଙ୍ଗୁର ମୋ ଜୀବନରେ ଆସି ସବୁକିଛି ଧ୍ୱଂସ କରିଦେଲା । ବନ୍ଧୁଗଣ ଏବେ ବର୍ଷା ଭୋଳ ନିଜ ସ୍ୱାମୀ ପାଖକୁ ଫେରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଲୋକେ କହୁଛନ୍ତି ନିଜ ଭୁଲ ପାଇଁ ବର୍ଷା ଅନୁତାପ କରୁଛି ।

Leave a Reply

Your email address will not be published. Required fields are marked *