କଇଁଛ ଭଳି ଚମଡା ସହିତ ଜନ୍ମ ହୋଇଥିଲେ ଶିଶୁ, ଭୁଲ ପ୍ରମାଣିତ ହେଲା ମୃତ୍ୟୁର ଭବିଷ୍ୟବାଣୀ!

କୁହାଯାଏ ନାଁ କି ଜୀବନ ଏବଂ ମୃତ୍ୟୁ ଦୁଇଟି ଯାକ ହିଁ ଉପରବାଲାଙ୍କ ହାତରେ ଅଛି।ଯଦି ଭଗବାନଙ୍କର ଇଚ୍ଛା ଥାଏ ତାହେଲେ ଯାଇ କାହାର ନିଃଶ୍ବାସ ଚାଲିଥାଏ ଏବଂ ଅଟକି ଥାଏ। ତାଙ୍କ ଇଚ୍ଛା ବିନା ତ ଗୋଟିଏ ପତ୍ର ମଧ୍ୟ ହଲି ନଥାଏ। ଭଗବାନଙ୍କ କୃପା କାରଣରୁ ସ୍ଲୋଭାକିଆରେ ଜନ୍ମ ହୋଇଥିବା ଏଲିଜାବେଥ ଆଜି ମଧ୍ୟ ଜୀବନ୍ତ ଅଟନ୍ତି। ଯେତେବେଳେ ଏହି ପିଲାଟିର ଜନ୍ମ ହୋଇଥିଲା ସେତେବେଳେ ସବୁ ଡାକ୍ତର ତାଙ୍କ ବଞ୍ଚିବାର ସମ୍ଭାବନାକୁ ନେଇ ନେଇ ମନା କରି ଦେଇଥିଲେ। କିନ୍ତୁ ସମସ୍ତ କଥାକୁ ମିଥ୍ୟା ପ୍ରମାଣିତ କରି ସେ ମୃତ୍ୟୁକୁ ଏଡେଇ ଦେଇଥିଲେ।

ଏଲିଜାବେଥଙ୍କ ବାପାମାଆଙ୍କୁ ଡାକ୍ତର ସ୍ପଷ୍ଟ ଭାବରେ କହି ଦେଇଥିଲେ କି ତାଙ୍କ ଝିଅର ଜୀବନ୍ତ ରହିବାର ସମ୍ଭାବନା ନାଁ ସହିତ ସମାନ ଅଟେ। ପିଲାଟି ବହୁତ ମୋଟା ଚମଡା, ଯାହାକୁ ଡାକ୍ତର କଇଁଛ ଚମଡ଼ା କହିଥିଲେ, ସହିତ ଜନ୍ମ ହୋଇଥିଲେ।ଏହି ଶକ୍ତ ଚମଡା ସହିତ ସେ ବଞ୍ଚିବା ଅସମ୍ଭବ ଥିଲା। କିନ୍ତୁ ଡ଼ାକ୍ତରଙ୍କ ସତର୍କ ସୂଚନା ପରେ ମଧ୍ୟ ଅଭିଭାବକ ଆଶା ଛାଡି ନଥିଲେ। ବର୍ତମାନ ଏହି ବର୍ଷ ଜୁନରେ ଏଲିଜାବେଥ ଦୁଇବର୍ଷର ହୋଇଯିବେ।

ଡାକ୍ତରଙ୍କ ମୁତାବକ, ଏଭଳି ପରିସ୍ଥିତି ସହିତ ଜନ୍ମ ହୋଇଥିବା ପିଲାର ଚର୍ମ ବହୁତ ହାର୍ଡ ହୋଇଥାଏ। ଶରୀରରେ ଦାଗ ପଡି ଯାଇଥାଏ ଏବଂ ଏଥିରେ କ୍ରାକ୍ସ ହୋଇ ଯାଇଥାଏ।ଏଲିଜାବେଥଙ୍କ ମାଆ କହିଥିଲେ କି ମୋ ଝିଅ ଜୀବନ୍ତ ରହିବା ଚମତ୍କାର ହିଁ ଅଟେ।ଏଲିଜାବେଥଙ୍କ ଜନ୍ମ ୬ସପ୍ତାହ ପୂର୍ବରୁ ହୋଇ ଯାଇଥିଲା। ଏହାପରେ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ସେ ଆଇସୀୟୁରେ ଥିଲେ। କିନ୍ତୁ ବର୍ତ୍ତମାନ ଏଲିଜାବେଥ ଘରକୁ ଫେରି ଆସିଛନ୍ତି।

ଏଲିଜାବେଥଙ୍କ ଯତ୍ନ ବିଶେଷ ଭାବରେ ରଖିବା ପାଇଁ ପଡୁଛି।ପ୍ରତି ଘଣ୍ଟାରେ ତାଙ୍କ ଆଖିରେ ଜେଲ ଏବଂ ଆଇଡ୍ରପ ପକେଇବାର ଆବଶ୍ୟକତା ପଡ଼ିଥାଏ।ରୋଗ କାରଣରୁ ଏଲିଜାବେଥ ନିଜ ଆଖି ବନ୍ଦ କରି ପାରିନଥାନ୍ତି।ଏହା ବ୍ୟତୀତ ତାଙ୍କ ପୂରା ଶରୀରରେ ବ୍ୟାଣ୍ଡେଜ କରିବା ପାଇଁ ପଡ଼ିଥାଏ।ଏହା ସହିତ ପୂରା ଦିନରେ ଦୁଇଥର ବହୁ ମାତ୍ରାରେ ଗାଧୋଇବା ମଧ୍ୟ ରୁଟିନରେ ସାମିଲ ଅଟେ। ଜନ୍ମ ପରେ ହିଁ ଏଲିଜାବେଥ ହାତର ଦୁଇଟି ଆଙ୍ଗୁଠି ଏବଂ ପାଦର ଚାରୋଟି ଆଙ୍ଗୁଠି ହରେଇ ଦେଇଥିଲେ। ପୁଣି ମଧ୍ୟ ଲୋକମାନଙ୍କ ସାମ୍ନାରେ ଏଲିଜାବେଥଙ୍କ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *