ହୋଲିର ରାତିକୁ ରଙ୍ଗୀନ କରି ପପ ଯାଇ ନାଲି ପାଣି ମାରି ଦେଇ ରାସ୍ତା ଉପରେ ଟଳଟଳ ହେଇ ବାଟ ଭୁଲିଲେ ଯୁବତୀ…

ରାଜଧାନୀ ରାସ୍ତାରେ ପ୍ରତିଦିନ ଏପରି ଅନେକ ଘଟଣା ଦେଖିବାକୁ ମିଳିଥାଏ । ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଥାଏ । ସମସ୍ତେ ଏପରି ଘଟଣା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି । କିନ୍ତୁ ରାଜଧାନୀ ରାସ୍ତା ଉପରେ କାହାକୁ କିଛି କହିବାର ଅଧିକାର ନାହିଁ । ସମସ୍ତେ ନିଜ ନିଜ ମନ ଇଚ୍ଛାରେ କାମ କରିଥାନ୍ତି ।

ଅନ୍ୟ ପକ୍ଷରେ ସମସ୍ତେ ଆସି ଏ ରାଜଧାନୀ ଉପରେ ଏକତ୍ରିତ ହୋଇଥାନ୍ତି । ସେ ଗାଆଁରୁ ଆସି ଥାଆନ୍ତୁ କି ସହରରୁ ସମସ୍ତେ ନିଜ ମନ ମୁତାବକ କାମ କରିବାରେ ଲାଗିଥାଆନ୍ତି । ତେବେ ଏହାରି ମଧ୍ୟରେ ସବୁଦିନ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଥାଏ । ଯାହାକୁ ଦେଖିବା ପରେ ବାସ୍ତବରେ ପାଟିରୁ ଶବ୍ଦ ବାହାରି ନଥାଏ ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ରାଜଧାନୀ ଭୁବନେଶ୍ଵରର ଜଣେ ମହିଳାଙ୍କ ନିଶାଶକ୍ତ ଅବସ୍ଥାରେ ରହିଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ , ଆପଣ ସମସ୍ତେ ଜାଣିଥିବେ କି , ଏଇ ମାତ୍ର ଗୋଟିଏ ଦିନ ପୂର୍ବରୁ ହୋଲିର ମାହୋଲ ଯାଇଛି ଆଉ ସମସ୍ତେ ହୋଲିକୁ ଅନେକ ଉପାୟରେ ଉପଭୋଗ କରିଥାନ୍ତି । କିଏ ଗାଆଁରେ ମନ ଖୋଲି ସାଙ୍ଗ ସାଥୀମାନଙ୍କ ସହିତ ଖେଳି ଥାଆନ୍ତି ।

ଆଉ ପୁଣି କିଏ ସହରରେ ସାଙ୍ଗ ସାଥୀ ମାନଙ୍କ ସହିତ ଯାଇ ମଦ ପିଇ ଜୀବନକୁ ଉପଭୋଗ କରିଥାନ୍ତି । ତେବେ ଏପରି କିଛି ଅବସ୍ଥା ଆଉ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ ମଧ୍ୟ ରାତିରେ । ଆଉ ତାହା ପୁଣି ଜଣେ ଯୁବତୀଙ୍କ ସହିତ । ଏତେ ରାତିରେ ଡର ଭୟ ସବୁ ଭୁଲି ଯାଇ ଯୁବତୀ ଏପରି କାଣ୍ଡ କରିଛନ୍ତି , ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।

ଜଣେ ଯୁବତୀ ହୋଇ କାହାକୁ ଭୟ ନାହିଁ । ତାହା ପୁଣି ଏତେ ରାତିରେ ନିଜର ସବୁ ଡର ଭୟ ଘରେ ଛାଡ଼ି ଦେଇ ଆସି ନିଶାରେ ପୁରା ଟଳଟଳ ହୋଇ ଯୁବତୀ ଜଣକ ରାସ୍ତା ଉପରେ ଚାଲି ଚାଲି ଯାଉଛନ୍ତି । ଯେଉଁ ରାଜଧାନୀ ରାସ୍ତା ଉପରକୁ ରାତି ହେଲେ ଲୋକ ବାହାରିବାକୁ ଭୟ କରନ୍ତି । ସେହି ରାଜଧାନୀ ରାସ୍ତା ଉପରେ ବିଳମ୍ବିତ ରାତିରେ ଯୁବତୀ ଜଣକ ନିଜର ସବୁ ଡର ହରାଇ ଦେଇ ଏକୁଟିଆ ନିର୍ଦ୍ଵନ୍ଦରେ ଚାଲି ଚାଲି ଆଗକୁ ବଢିବାରେ ଲାଗିଛନ୍ତି।

ତେବେ ତାଙ୍କୁ ପୋଲିସ ଅଟକାଇ ଦେଇଥିଲେ । କାହିଁକି ନା ସେ ଭଲ ଭାବରେ ଚାଲି ପାରୁ ନଥିଲେ । ଆଉ ଏତେ ରାତିରେ ଚୋର ଏବଂ ଗୁଣ୍ଡା ମାନଙ୍କର ଭୟ ଲାଗି ରହିଥିଲା। ଏହା ଛଡ଼ା ସେ ଏପରି ଟଳ ଟଳ ହେଉଥିଲେ , ଯାହାକୁ ଦେଖିବା ପରେ ଲାଗୁଥିଲା କି , କେଉଁଠି ଦୁର୍ଘଟଣା ଘଟିଯିବ ।

ତେବେ ଏପରି ଦୃଶ୍ୟ ଗତକାଲି ରାତିରେ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା । ପୋଲିସ ବାବୁ ଯୁବତୀ ଜଣକୁ ଅଟକାଇ ପଚରା ଉଚରା କରୁଥିବା ମଧ୍ୟରେ ଜଣା ପଡିଥିଲା କି , ସେ ଯାଜପୁରରୁ ଆସି ଭୁବନେଶ୍ଵରର ଏକ ହଷ୍ଟେଲରେ ରହି ଏକ ବେସରକାରୀ ଅଫିସରେ ଚାକିରୀ କରୁଛନ୍ତି । ଆଉ ଗତକାଲି ହୋଲି ଥିବା ବେଳେ ସେ ଟିକିଏ ମଜା କରିବା ପାଇଁ ମଦ ପିଇ ଦେଇଛନ୍ତି ।

ତେବେ ପୋଲିସ ବାବୁ ତାଙ୍କୁ ଟିକିଏ ଅଧିକ ପଚରା ଉଚରା କରିବା ଯୋଗୁଁ ସେ ରାଗି ଯାଇ ନିଜ ଫୋନ୍ ମଧ୍ୟ ତଳେ ଫୋପାଡ଼ି ଦେଇଥିଲେ । ଯାହା ସମସ୍ତଙ୍କୁ ଆହୁରି ଆଶ୍ଚର୍ୟ୍ଯ କରି ଦେଇଥିଲା । ତେବେ ଏହାପରେ ଯୁବତୀ ଙ୍କର ପୋଲିସ ବାବୁଙ୍କ ସହିତ ଅନେକ ଝଗଡା ହୋଇଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *