ହ-ତ୍ୟା କରିଥିବା ସ୍ଥାନକୁ ଗୋପାଳକୁ ନେଇଗଲା କ୍ରାଇମବ୍ରାଞ୍ଚ… କଣ ଓଗାଳିଦେବ ସବୁ ସତ…?

ନବ ଦାସ ହ-ତ୍ୟା ମାମଲାର ଚର୍ଚ୍ଚିତ ଚେହେରା ଗୋପାଳ ଦାସ , ଯାହାଙ୍କୁ ନେଇ ସବୁଠାରେ ଚର୍ଚ୍ଚା। ହ-ତ୍ୟା ପଛରେ କେଉଁ ସଡଯନ୍ତ୍ର ରଚିଥିଲା ଗୋପାଳ ଆଉ କିପରି ଏତେ ଲୋକ ରହିଥିବା ସତ୍ବେ ମଧ୍ୟ ସେ ବନ୍ଧୁକ ଗୁ-ଳିରେ ଉଡାଇ ଦେଇଥିଲା ନବ ଦାସଙ୍କୁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି । ଜଣେ ପୋଲିସ ଅଫିସର ଏତେ ବଡ ନେତାଙ୍କୁ ହ-ତ୍ୟା କରିବା କିଛି ବି ସାଧାରଣ କଥା ନୁହେଁ ।

ଜଣେ ସୁରକ୍ଷାକର୍ମୀ ହଠାତ୍ ଜଣଙ୍କର ଜୀବନ ନେଇଯିବା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଜଣେ ପୋଲିସ କର୍ମଚାରୀ କାହିଁକି ଏବଂ କେଉଁ ପରିସ୍ଥିତିରେ ଏପରି ପଦକ୍ଷେପ ନେଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲୋକେ ହତ୍ୟା ପଛର ମୁଖ୍ୟ କାରଣ ଜାଣିବା ପାଇଁ ଅନାଇ ବସିଛନ୍ତି ।

ସେଦିନ ଘଟଣା ସ୍ଥଳରୁ ଖସି ଯାଇ ପାରିନଥିଲା ଗୋପାଳ । ସେହି ସ୍ଥାନରୁ ଖସି ଯିବା ପୂର୍ବରୁ ଲୋକଲୋଚନକୁ ଆସି ଯାଇଥିଲା ସେ । ଆଉ ତାପରେ ଲୋକଙ୍କ ପାଖରୁ ମାଡ଼ ମଧ୍ୟ ଖାଇଥିଲା । ତେବେ ତାକୁ ସେଦିନ ସୁରକ୍ଷା ଯୋଗାଇ ପୋଲିସ ମାନେ ସେଠାରୁ ନେଇ ଆସିଥିଲେ । ଆଉ ବର୍ତ୍ତମାନ କଡା ସୁରକ୍ଷା ବଳରେ ରହିଛି ଗୋପାଳ । କ୍ରାଇମବ୍ରାଞ୍ଚ୍ ଦଳ ତାର ତଦନ୍ତ ଆରମ୍ଭ କରି ଦେଇଛି ।

ହ-ତ୍ୟା ପଛରେ କେବଳ ଗୋପାଳ ନା ଆଉ କିଏ କିଏ ଥିଲେ , ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚର ଦଳ ପୁରାପୁରି ସଜାଗ ହୋଇ ଯାଇଛନ୍ତି । ଯାହା ହେଉ ପଛକେ ହତ୍ୟା ପଛରେ ରହିଥିବା ସମସ୍ତ ଲୋକଙ୍କୁ ଧରି ତାଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା ଚଳାଇଛି । ତେବେ ଦେଖାଯାଉ ଆଗକୁ କେଉଁ ପରିସ୍ଥିତି ଦେଖା ଦେଉଛି ।

ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆଉ କିଛି କଥା , ଯାହା ଲୋକଙ୍କ ମନରେ ପ୍ରଶ୍ନ ହୋଇ ଉଙ୍କି ମାରୁଛି । ବର୍ତ୍ତମାନ ସମୟରେ କ୍ରାଇମବ୍ରାଞ୍ଚ ଦଳ ଗୋପାଳକୁ ଧରି ନେଇ ଯାଇଛି । ଆଉ ତାକୁ ନେଇ ସେହି ସ୍ଥାନରେ ପହଞ୍ଚି ଯାଇଛି , ଯେଉଁଠାରେ ସେ ପୋଲିସ ଭାବରେ କାର୍ଯ୍ୟରତ ଥିଲେ । ଝାରସୁଗୁଡ଼ା ଗାନ୍ଧୀନଗର ଅଞ୍ଚଳରେ କାମ କରୁଥିବା ଗୋପାଳ ମନରେ ଏତେ ନିଆଁ ଥିଲା ବୋଲି କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସମୟରେ ଜାଣିବାକୁ ପାଉଛି ।

କାହିଁକି ସେ ନିଆଁ ଏତେ କୁହୁଳି ଉଠିଲା , ତାହା ସେହି ଗୋପାଳ ହିଁ ଜାଣିଛନ୍ତି । ତେବେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଗାନ୍ଧୀନଗର ଅଞ୍ଚଳରେ ପହଞ୍ଚି ଯାଇଛି ଆଉ ସେଠାରେ ସୃଷ୍ଟି କରିଛି କ୍ରାଇମ୍ ସିନ । ସେଦିନ କେଉଁଠି ଗୋପାଳ ଥିଲା ଆଉ କେଉଁଠି ରହି ସେ ଗୁଳି ଚଳାଇଲା , ସେ ସବୁକୁ ଗୋଟି ଗୋଟି କରି ସେ କ୍ରାଇମବ୍ରାଞ୍ଚକୁ ବତାଇଛି ।

ଏହା ବ୍ୟତୀତ ବର୍ତ୍ତମାନ ଗୋପାଳକୁ ନେଇ କ୍ରାଇମବ୍ରାଞ୍ଚ ବ୍ରହ୍ମପୁରରେ ରହିଥିବା ତାର ଘରେ ପହଞ୍ଚି ଯାଇଛି । ଆଉ ସେଠାରେ ମଧ୍ୟ ତଦନ୍ତ କରିବାରେ ଲାଗିଛି । କେବଳ ଏତିକି ନୁହେଁ , ହତ୍ୟା ପଛରେ ଗୋପାଳର ବଡ ଭାଇର ହାତ ରହିଥିବା କଥା ମଧ୍ୟ ଆଲୋଚନା ହେଉଥିବା ବେଳେ ପୋଲିସ ତାଙ୍କୁ ମଧ୍ୟ ଉଠାଇ ନେଇଛି । ବର୍ତ୍ତମାନ ସବୁ ଗୁମର ଫିଟିବ ବୋଲି ଆଲୋଚନା ହେଉଛି ।

ଆଉ ଗୋଟିଏ ଗୋଟିଏ ସତ୍ୟ ସବୁ ସାମ୍ନାକୁ ଆସିଯିବ । କାହିଁକି ଏପରି କାଣ୍ଡ କରିଲା ଗୋପାଳ , ଯାହା ପୁରା ଓଡ଼ିଶାକୁ ହଇଚଇ କରି ରଖିଦେଲା , ତାହା ଜାଣିବା ପାଇଁ ଲୋକେ ଅନାଇ ବସିଛନ୍ତି । ଜଣେ ପୋଲିସ କର୍ମଚାରୀ ହୋଇ ମଧ୍ୟ ଏପରି କାଣ୍ଡ କରିଥିବା କାରଣରୁ ଲୋକେ ତାଙ୍କୁ ସମାଲୋଚନା କରିବାରେ ଲାଗି ପଡିଛନ୍ତି ।

Leave a Reply

Your email address will not be published. Required fields are marked *