ଗୋପାଳ ତିଆରି କରିଛି ନିଜ ପରି ଆହୁରି ଅନେକ ଗୋପାଳ, ଯେଉଁମାନେ ମନରେ ରାଗରଖି ବୁଲୁଛନ୍ତି…

ଜାନୁଆରୀ ୨୯ ରବିବାର ଦିନ ଝାରସୁଗୁଡା ବ୍ରଜରାଜନଗରରେ ଏଏସଆଇ ଗୋପାଳ କୃଷ୍ଣ ଦାସ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଦେଲେ। ରକ୍ତତ ଅବସ୍ଥାରେ ନବ କିଶୋରଙ୍କୁ ଅପୋଲ ହସ୍ପିଟାଲ ନିଆଗଲା କିନ୍ତୁ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କଲେ। ତାପରେ ଝାରସୁଗୁଡ଼ା ପୋଲିସ୍ ଗୋପାଳଙ୍କୁ ଗିରଫ କରି ଝାରସୁଗୁଡ଼ା ବିମାନ ବନ୍ଦରର କୁ ନେଲେ।

ଗୋପାଳ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋରଙ୍କ ପିଏସ୍ଓ ଥିଲେ। ସେ ସବୁବେଳେ ମନ୍ତ୍ରୀଙ୍କ ପାଖେ ପାଖେ ରୁହନ୍ତି। ଏବଂ ମନ୍ତ୍ରୀଙ୍କର ସବୁ ଆଇନ ଗାତ କାମ କରନ୍ତି। କିନ୍ତୁ ଏମିତି ହଠାତ୍ ଦିନେ ଗୋପାଳ ମନ୍ତ୍ରୀଙ୍କ ଏକା ରହିବାର ସୁଯୋଗ ନେଇ ଗୁଳି କରି ଦେବା କଥା କେହି ସ୍ବପ୍ନରେ ବି ଭାବି ନଥିବେ।

ଗୋପାଳ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋରଙ୍କୁ ମାରିବା ପାଇଁ ବହୁତ୍ ଦିନରୁ ଅପେକ୍ଷା କରିଥିଲେ କିନ୍ତୁ ତାଙ୍କୁ ସେମିତି କିଛି ଭଲ ସୁଯୋଗ ମିଳିନଥିଲା। ସେଥିପାଇଁ ସେ ସବୁବେଳେ ମନ୍ତ୍ରୀଙ୍କ ପାଖେ ପାଖେ ରହି ଗୋଟେ ଭଲ ସୁଯୋଗକୁ ଅପେକ୍ଷା କରିଥିଲେ। ଏବଂ ଜାନୁଆରୀ ୨୯ ତାରିଖ ୧୨.୧୦ ରେ ନବ କିଶୋରଙ୍କୁ ଏକା ଗାଡ଼ି ଭିତରେ ଦେଖି ସେ ତାଙ୍କୁ ଗୁଳି କରି ହତ୍ୟା କରିଦେଲେ।

ଗୋପାଳ ଗିରଫ ହେବାପରେ ଗୋପାଳଙ୍କ ଘର ଲୋକ କହିଛନ୍ତି କିଛି ଦିନ ହେବ ତାଙ୍କ ମାନସିକ ଅବସ୍ଥା ଭଲ ନଥିଲା। ସେଥିପାଇଁ ସେ ମେଡ଼ିସିନ ଖାଉଥିଲେ। ନବ କିଶୋର ତାଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିବା ପରେ ସେ ବହୁତ୍ ଭାଙ୍ଗି ପଡିଥିଲେ ଏବଂ ବହୁତ୍ ଚାପରେ ରହୁଥିଲେ। ତାଙ୍କୁ ବହୁତ୍ ମାନସିକ ନିର୍ଯାତନା ଦିଆ ଯାଉଥିଲ।

ଗୋପାଳଙ୍କ ଘରଲୋକଙ୍କ କଥା ଶୁଣି ସାରିବା ପରେ ଆମ ରାଜ୍ୟରେ ଆହୁରି ଅନେକ ଗୋପାଳ ଗଢି ଉଠିଛନ୍ତି। କାରଣ ଗୋପାଳଙ୍କ ପରି ଏମିତି ଅନେକ ପୋଲିସ୍ ଅଫିସର୍ ଅଛନ୍ତି ଯେଉଁ ମାନେ ଅନେକ ଚାପ ଏବଂ ମାନସିକ ନିର୍ଯାତନା ଦେଇ କାମ କରୁଛନ୍ତି। ସେଥିପାଇଁ ଏବେ ମନ୍ତ୍ରୀଙ୍କ ସହିତ ସାଧାରଣ ଲୋକଙ୍କୁ ମଧ୍ୟ ପୋଲିସ୍ ଅଫିସର୍ ମାନଙ୍କୁ ଡର ଲାଗୁଛି। ସେଥିପାଇଁ ଆଇପିଏସ୍ ଏବଂ ଆଇଇଏସ୍ ଙ୍କ ପରି ସାଧାରଣ ପୋଲିସ୍ ଅଫିସରଙ୍କର ମଧ୍ୟ ସବୁବେଳେ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *