ଭଣ୍ଡ ବାବାଙ୍କ ହାବୁଡ଼ରେ ପଡିଗଲେ ସ୍ଵାମୀ ସ୍ତ୍ରୀ , ତିନି ମାସ ମଧ୍ୟରେ ସନ୍ତାନ ପ୍ରାପ୍ତି କରାଇ ଦେବ କହି ଲୁ-ଟି ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କା

ଆଜିର ଦୁନିଆଁର କାହା ଉପରେ ଭରସା କରିବା ଏତେ ସହଜ ନୁହେଁ । ସମସ୍ତେ ଠକିବା ପାଇଁ ଅନାଇ ବସିଛନ୍ତି ଆଉ ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ତେବେ କାହାକୁ ବା ଭରସା କରିବ ଏ କଙ୍କ ସମାଜ । ସମସ୍ତେ ନିଜ ନିଜ ସ୍ବାର୍ଥରେ ଅନ୍ଧ ହୋଇ ଯାଇଛି ଆଉ ଏପରି କିଛି କାମ କରି ଚାଲିଛି , ଯାହାଦ୍ଵାରା କେବଳ ନିଜର ଲାଭ ହେବ ଆଉ କାହାର ନୁହେଁ । ତେବେ ଏପରି ମଣିଷ ବିଷୟରେ ଦୁନିଆଁ ତ ଜାଣିଛି ।

ଯିଏ କେବଳ ନିଜ ସ୍ବାର୍ଥର ଡୋରିରେ ବାନ୍ଧି ହୋଇ ଯାଇଛି ଆଉ ଲୋକଙ୍କୁ ଭଣ୍ଡା-ଇବାରେ ଲାଗିଛି । ତେବେ ଅନ୍ୟ ପକ୍ଷ ରେ କହିବାକୁ ଗଲେ , ଏ ଦୁନିଆଁରେ କେହି ବି ବିଶ୍ୱାସଯୋଗ୍ୟ ନୁହଁନ୍ତି । ସମସ୍ତେ ସ୍ୱାର୍ଥର ପୋଷାକ ପିନ୍ଧି ବସି ପଡିଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏପର କିଛି କଥା କହିବୁ , ଯାହା ଆପଣଙ୍କୁ ଭ-ୟଭୀ-ତ କରାଇ ଦେବ ।

ଏ ଦୁନିଆଁରେ ଭଣ୍ଡ ବାବାଙ୍କ ଅ-ଭାବ ନାହିଁ । ପ୍ରତିଦିନ ଏପରି ବାବାଙ୍କ ସଂସ୍ପର୍ଶରେ ମଣିଷ ଆସୁଛି , ଯିଏ ତାକୁ ଠକି ଦେଇ ଚାଲି ଯାଉଛି । ତେବେ ଏହି ଭଣ୍ଡ ବାବା ମାନେ ଲୋକଙ୍କୁ ଭୁଲାଇ ଦେଇ ସେମାନଙ୍କ ଠାରୁ ଟଙ୍କା ଲୁ-ଟିବାକୁ ଆଉ କିଛି ବାବା ମାନେ କିଛି ଖରାପ କାମ କରିବାକୁ ଅନାଇ ବସିଥାନ୍ତି । ତେଣୁ ସବୁବେଳେ କୁହାଯାଏ , ଏପରି ଲୋକଙ୍କୁ ସାବଧାନ ।

ଏମାନେ ଦିନ ଦ୍ୱିପ୍ରହରରେ କଳା କନା ବୁଲାଇ ଦେବେ । ତେବେ ଏପରି କିଛି ବାବା ମା-ତିଛନ୍ତି ଆମ ଓଡ଼ିଶାରେ । ଯିଏ ସନ୍ତାନ ନଥିବା ଦମ୍ପତିଙ୍କ ସନ୍ତାନ କରାଇ ଦେବେ ବୋଲି କହି ଲୁ-ଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା । ଆଉ ବିଚରା ଏହି ଦମ୍ପତି ମାନେ ମଧ୍ୟ ସନ୍ତାନ ପାଇବା ଆଶାରେ ଦେଇ ଚାଲିଥିଲେ ଟଙ୍କା । ତେବେ ବର୍ତ୍ତମାନ ଏହାର ସବୁ ପ-ର୍ଡାଫା-ଶ ହୋଇଛି ଆଉ ଧରା ପଡ଼ି ଯାଇଛନ୍ତି ଏହି ଭଣ୍ଡ ବାବା ।

କଟକ ଜିଲ୍ଲାରେ ନିଜର ଆସର ମେଲାଇ ଥିବା ଏହି ବାବା ତିନି ବର୍ଷ ହେଲାଣି ଜଣେ ନି ସନ୍ତାନ ଦମ୍ପତିଙ୍କୁ ଭୁଆ ବୁଲାଇ ଆସୁଥିଲେ । ଆଉ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଦମ୍ପତି ଜଣକ ଥା-ନାର ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ , ଏହି ବାବା ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା କ୍ଷେତ୍ରପାଲ ଅଞ୍ଚଳର ସିଦ୍ଧେଶ୍ଵର ସାମନ୍ତରାୟ । ଯିଏ କେବଳ କଟକ ନୁହେଁ , ଅନେକ ଜାଗାରେ ଛାଇ ହୋଇ ରହିଥିଲେ ।

ତେବେ ଏହାରି ମଧ୍ୟରେ ତାଙ୍କ ଜା-ଲରେ ଫସି ଯାଇଥିଲେ କଟକ ଯାଞ୍ଜିମଙ୍ଗଳା ଅଞ୍ଚଳର ସଂଗ୍ରାମ ଦାସ । ଯାହାଙ୍କର ଅନେକ ବର୍ଷ ହେଲାଣି ଛୁଆ ପିଲା ହେଉ ନଥିଲା । ତେବେ ଏହାପରେ ତିନି ମାସ ମଧ୍ୟରେ ସନ୍ତାନ ସୁଖ ପ୍ରାପ୍ତ ହେବ ବୋଲି କହି ସେ ତାଙ୍କ ଠାରୁ ୩ ଲକ୍ଷ ୯୦ ହଜାର ଟଙ୍କା ନେଇ ଯାଇଥିଲା ।

ଏପରିକି ଅନେକ ଜାଗାକୁ ସ୍ଵାମୀ ସ୍ତ୍ରୀଙ୍କୁ ନେଇ ଯାଇଥିଲା ଆଉ ଖପୁରୀ ରଖି ମଧ୍ୟ ପୂଜା କରିଥିଲା । ନିଜ ହାତ କାଟି ର-କ୍ତ ପକାଇଥିଲା ଆଉ ସେମାନଙ୍କୁ ପୋଡ଼ା କାଠ ଖାଇବାକୁ ଦେଉଥିଲା । ଯାହା ସବୁ ଖାଇବା ପରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କର ଦେହ ଅତ୍ୟନ୍ତ ଖରାପ ହୋଇ ଯାଇଥିଲା ଆଉ ସେମାନଙ୍କ ସନ୍ତାନ ମଧ୍ୟ ପ୍ରାପ୍ତ ହୋଇ ନଥିଲା । ତେବେ ବର୍ତ୍ତମାନ ଉଭୟ ସ୍ଵାମୀ ସ୍ତ୍ରୀ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଆଉ ତାଙ୍କ ବିରୁ-ଦ୍ଧରେ ଥା-ନାରେ ଅଭି-ଯୋଗ କରିଛନ୍ତି ।

ତେବେ ଏହାପରେ ଭଣ୍ଡ ବାବା ଜଣକ ନିଜ ଭୁଲ ମଧ୍ୟ ସ୍ୱୀକାର କରି ନାହାଁନ୍ତି । ଆଉ କହିଛନ୍ତି କି , ତାଙ୍କର କିଛି ଭୁଲ ନାହିଁ । ସେ ନି-ର୍ଦ୍ଦୋଷ । ସେ ଏପରି କାମ କରି ଅନେକ ଦମ୍ପତିଙ୍କ କୋଳକୁ ସନ୍ତାନ ଦେଉଛନ୍ତି ଆଉ ଏଥର ଏମାନଙ୍କର ହେଲା ନାହିଁ ବୋଲି ସେ କଣ କରିପାରିବେ । ତେବେ ବର୍ତ୍ତମାନ ପୋ-ଲିସ ଏହି ଘଟ-ଣାର ତ-ଦନ୍ତ କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *