ସ୍ୱାମୀକୁତ ବାନ୍ଧିଲେ, ହେଲେ ଶଶୁରକୁ ଛାଡିଦେଲେ ଏବେ ସେ ଆମକୁ ଧମକୁଛି ମାରିବାକୁ…

ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଭାଇରଲ ହେଉଛି , ଯେଉଁଠି ଜଣେ ମହିଳା ନିଜ ସ୍ୱାମୀ ଏବଂ ଶ୍ୱଶୁର ନାମରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ତେବେ ଖୁସବୁ ଝା ନାମକ ଜଣେ ମହିଳା , ଯାହାଙ୍କ ଘର ବିହାରରେ । କିନ୍ତୁ ସେ ଓଡ଼ିଶାରେ ରହୁଥିବା ସୂଚନା ରହିଛି । ତାଙ୍କ ସ୍ୱାମୀ ବାଳକୃଷ୍ଣ ତାଙ୍କୁ ଧୋକା ଦେବାଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୁସବୁ ।

ବାଳକୃଷ୍ଣ ଅନୁଗୁଳ ଜିଲ୍ଲା ନାଲକୋରେ ଟାଟା ଷ୍ଟିଲ କମ୍ପାନୀରେ ଚାକିରୀ କରୁଥିବା ବେଳେ ସେ ଗତ ଆଠ ବର୍ଷ ତଳେ ବୈଦିକ ରୀତିନୀତି ଅନୁଯାୟୀ ଖୁସବୁ ଝାଙ୍କୁ ବିବାହ କରିଥିଲେ । ବିବାହ ପରେ ଦେଢ଼ ବର୍ଷ ସବୁକିଛି ଠିକ ଚାଲିଥିଲା । ମାତ୍ର ଏହାପରେ ତାଙ୍କ ଜୀବନରେ ଯେମିତି ଅନ୍ଧକାରର କଳା ବାଦଲ ଘୋଟି ଆସିଲା ।

ତାଙ୍କ ଶ୍ୱଶୁର ଏବଂ ତାଙ୍କ ସ୍ୱାମୀ ମିଶି ତାଙ୍କୁ ନିର୍ଯାତନା ଦେଲେ । ଏପରିକି ଛଅ ବର୍ଷରୁ ଅଧିକ ହେବ ଖୁସବୁ ନିଜ ବାପାଙ୍କ ଘରେ ରହି ଆସୁଥିଲେ । ମାତ୍ର ଏହାପରେ ଖୁସବୁ ଆଉ ନିଜ ବାପାଙ୍କ ଘରେ ନରହି ନିଜ ସ୍ୱାମୀଙ୍କ ଘରେ ଆସି ରହିବାକୁ ଜିଦ କଲେ । ଆଉ ଏହାପରେ ସ୍ୱାମୀ ବାଳକୃଷ୍ଣ ଖୁସବୁଙ୍କୁ ଆଣି ନାଲକୋ ଅଞ୍ଚଳର କହ୍ନେଇନଗରରେ ଭଡ଼ାଘରେ ରଖିଥିଲେ । କିନ୍ତୁ ସେପଟେ ବିହାର ଯାଇ ବାଳକୃଷ୍ଣ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଯେଉଁଥିପାଇଁ ଖୁସବୁଙ୍କ ନିକଟକୁ କୋର୍ଟରୁ ଏକ ନୋଟିସ ଆସିଥିଲା ।

ଏହାପରେ ଖୁସବୁ ବିହାର ଯାଇଥିବା ବେଳେ ରହୁଥିବା ଭଡ଼ା ଘରେ କେହି କଳା କନା ବୁଲାଇ ଦେଇଥିବା ଅଭିଯୋଗ ଆଣିଛନ୍ତି । ଏପରିକି ସେ ରଖିଥିବା ସୁନା , ରୁପା , ଦରକାରୀ କାଗଜପତ୍ର ମଧ୍ୟ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି ।

ସେପଟେ ଘର ମାଲିକ ମଧ୍ୟ ଅତି ନିର୍ଦୋୟ ଭାବରେ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ଯେଉଁ କାରଣରୁ ବର୍ତ୍ତମାନ ଖୁସବୁ ମୁଣ୍ଡ ଗୁଞ୍ଜିବା ପାଇଁ ବାର ଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି । ଯାହାକୁ ନେଇବ ଖୁସବୁ କହିଛନ୍ତି ଯେ ତାଙ୍କୁ ବିହାରରୁ ଏକ ନୋଟିସ ଆସିଥିଲା । ଯାହାକି ଛାଡ଼ପତ୍ର ନୋଟିସ ବୋଲି ସେ କହିଛନ୍ତି । ତେଣୁ ସେ ବିହାର ଯାଇଥିଲେ ।

ଏହାପରେ ଘରକୁ ଫେରି ଦେଖିଛନ୍ତି ତାଙ୍କ ଘରର ସବୁ ଜିନିଷ ଗାଏବ ଅଛି । ଯେଉଁ କାରଣରୁ ସେ ଅନୁଗୋଳ ଜିଲ୍ଲା ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ତେବେ ତାଙ୍କ କହିବା ଅନୁଯାୟୀ ଅଭିଯୋଗ ପରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯାଇଛି । କିନ୍ତୁ ତାଙ୍କ ଶ୍ୱଶୁରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ତେବେ ଏହାକୁ ନେଇ ଖୁସବୁ ଯେତେବେଳେ ପ୍ରଶ୍ନ କରିଛନ୍ତି ସେତେବେଳେ ଥାନା ଅଧିକାରୀ ଜବାବ ଦେଇଛନ୍ତି ଯେ , ଯେହେତୁ ତାଙ୍କ ସ୍ୱାମୀ ଏହି ମାମଲାରେ ଅଧିକ ଜଡ଼ିତ ଅଛନ୍ତି ତେଣୁ ତାଙ୍କୁ ଗିରଫ କରାଯାଇଛି । ପରେ ଯଦି ଶ୍ୱଶୁରଙ୍କର କିଛି ଭୁଲ ଥିବା ସାମ୍ନାକୁ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଅନ୍ୟପଟେ ନାଲକୋ ପୋଲିସ ବାଳକୃଷ୍ଣଙ୍କୁ ଚୋରୀ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ , ତାଙ୍କ ଶ୍ୱଶୁର ଏବେ ବଜାରରେ ଖୁଲମଖୁଲା ବୁଲୁଛନ୍ତି । ଏପରିକି ଖୁସବୁଙ୍କୁ ତାଙ୍କ ଶ୍ୱଶୁର ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *