ଦୀର୍ଘ ଦୁଇ ବର୍ଷ ପରେ ଘର ସିଡ଼ି ତଳୁ ନିଖୋଜ ଥିବା ଛଅ ବର୍ଷର ଝିଅ ଉଦ୍ଧାର, ଘଟଣା ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ :-

ଗତ ୨ ବର୍ଷ ଧରି ୪ ବର୍ଷର ଶିଶୁ କନ୍ୟାକୁ ଖୋଜି ଆସୁଛି ପୋଲିସ । କିନ୍ତୁ ନିକଟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ଯାହା ଅନୁଯାୟୀ ସେହି ଶିଶୁ କନ୍ୟାଙ୍କୁ ନିଜ ଘରର ସିଡ଼ି ତଳୁ ପୋଲିସ ଉଦ୍ଧାର କରିଛି । ତେବେ ଝିଅଟି ସେଠାରେ ପହଞ୍ଚିଲା କେମିତି ? ବାସ୍ତବରେ ଝିଅର ବାପା ମା ଝିଅକୁ ଦୀର୍ଘ ଦୁଇ ବର୍ଷ ହେବ ସେଠାରେ ଲୁଚାଇ ରଖିଥିବା ସୂଚନା ମିଳିଛି । ନିଜର ଅଭିଭାବକ ଝିଅକୁ ୪ ବର୍ଷ ଥିବା ସମୟରେ ଅପହରଣ କରି ଘରର ସିଡ଼ି ତଳେ ଏକ ଚ୍ୟାମ୍ବର ରେ ଲୁଚାଇ ରଖିଥିଲେ ମାତ୍ର ବର୍ତ୍ତମାନ ଝିଅର ବୟସ ୬ ବର୍ଷ ହୋଇଛି ।

ସୂଚନା ଅନୁଯାୟୀ ଝିଅଟି ୨୦୧୯ ରୁ ନିଖୋଜ ଥିଲେ ହେଁ ପୋଲିସ ଖୋଜିବା ଜାରି ରଖିଥିଲା । କିନ୍ତୁ ସୂଚନା ପାଇବା ମାତ୍ରେ ନ୍ୟୁୟର୍କ ହଡସନ ସ୍ଥିତ ଘରର ସିଡ଼ି ତଳୁ ପୋଲିସ ଝିଅକୁ ଉଦ୍ଧାର କରିଛି । ଉଦ୍ଧାର ପରେ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ପ୍ରକାଶ ମଧ୍ୟ ପାଇଛି । ଦୀର୍ଘ ଦୁଇ ବର୍ଷ ପରେ ପୋଲିସ ଝିଅକୁ ସୁରକ୍ଷିତ ସହିତ ଉଦ୍ଧାର କରିବାରେ ସଫଳ ହୋଇଛି । ଝିଅର ନାମ ପ୍ୟାସଲି ଶୁଲ୍ଟିସ ଏବଂ ତାଙ୍କୁ ଅପହରଣ କରିଥିବା ବ୍ୟକ୍ତି ଦୁହେଁ ତାଙ୍କର ଜୈବିକ ବାପା ମା ବୋଲି ଜଣା ଯାଇଛି ।

ପ୍ୟାସଲିଙ୍କ ଜୈବିକ ବାପା ମା କିମ୍ବର୍ଲେ କୁପର ଏବଂ କିର୍କ ଶୁଲ୍ଟିସ ଝିଅକୁ ଅପହରଣ କରିବାର କାରଣ ଏହା ଥିଲା ଯେ ସେମାନଙ୍କୁ ଅବିଭାବକତ୍ଵ ମିଳି ନଥିଲା । ଅର୍ଥାତ ଝିଅକୁ ରଖିବା ପାଇଁ ତାଙ୍କ ପାଖରେ କୌଣସି ଆଇନ ଗତ ଅଧିକାର ନଥିଲା ତେଣୁ ସେମାନେ ବାଧ୍ୟ ହୋଇ ୨୦୧୯ ଠାରୁ ଝିଅକୁ ଅପହରଣ କରି ନିଜ ଘରର ସିଡ଼ି ତଳେ ଥିବା ଏକ ଗୁପ୍ତ ଚ୍ୟାମ୍ବର ରେ ରଖିଥିଲେ । ପୋଲିସ ଅନୁଯାୟୀ ସେହି ଚ୍ୟାମ୍ବର ଖୁବ ଛୋଟ , ଥଣ୍ଡା ଏବଂ ଓଦାଳିଆ ଥିବା ଜଣା ପଡ଼ିଛି ।

ବାସ୍ତବରେ ପୋଲିସ ପ୍ୟାସଲି ପାଖରେ ପହଞ୍ଚିବା ଜରିଆ ଏହା ଥିଲା ଯେ ଦୀର୍ଘ ୨ ବର୍ଷ ମଧ୍ୟରେ ପୋଲିସ କୁ କୌଣସି ସନ୍ଧାନ ମିଳି ନଥିଲା । କିନ୍ତୁ ପ୍ୟାସଲି ଙ୍କ ଆଇନଗତ ବାପା ମା ଅଭିଯୋଗ ଆଣିଥିଲେ ଯେ ତାଙ୍କ ଝିଅକୁ କୁପର ପେନ୍ସିଲଭାନିଆ ନେଇ ଯାଇଛି । କିନ୍ତୁ ବାସ୍ତବରେ ସେପରି ହୋଇ ନଥିଲା । ପୋଲିସ କୁ କୌଣସି ପ୍ରକାରେ ସନ୍ଧାନ ମିଳିବା ପରେ ପୋଲିସ ଜୈବିକ ପିତା ମାତାଙ୍କ ଘରେ ସର୍ଚ୍ଚ କଲା ଏବଂ ଝିଅକୁ ଉଦ୍ଧାର କଲା । ସିଡ଼ି ଘରର ପାହାଚ ଉପରେ ରଖା ଯାଇଥିବା କାଠ କୁ ଉଠାଇବା ଦ୍ୱାରା ପୋଲିସ କୁ ଝିଅର ଗୋଡ଼ ଦେଖା ଯାଇଥିଲା ଯାହାଦ୍ୱାରା ପୋଲିସ ଝିଅକୁ ଖୋଜି ନେଇଥିଲା । ଏହାପରେ ପୋଲିସ ଝିଅର ମାଆ ବାପା ବିରୋଧରେ ମାମଲା ରୁଜ୍ଜୁ କରିବା ସହିତ ଝିଅର ଆଇନଗତ ପିତା ମାତାଙ୍କୁ ଝିଅଟିକୁ ହସ୍ତାନ୍ତର କରିଛି ।

Leave a Reply

Your email address will not be published. Required fields are marked *