ଘରେ ଟଙ୍କା ଖର୍ଚ ହେଇଯାଉଥିଲେ ସଙ୍ଗେ ସଙ୍ଗେ କରି ଦିଅନ୍ତୁ ଏହି ଉପାୟ….

ବର୍ତ୍ତମାନର କଳିଯୁଗରେ ମନୁଷ୍ୟ ଯେତେ ଜ୍ଞାନୀ ହୋଇଥାଉ ନା କାହିଁକି ଅର୍ଥ ନଥିଲେ ସବୁକିଛି ନିରର୍ଥକ ଅଟେ ଏବଂ କେହିବି ନିର୍ଦ୍ଧନ ଲୋକଙ୍କୁ ସମ୍ମାନ ଦିଅନ୍ତି ନାହିଁ । ଧନ ଦ୍ୱାରା ହିଁ ବ୍ୟକ୍ତି ସବୁଠି ପରିଚିତ ହୁଏ । ଆଜି ଆମେ ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି ବିଷୟରେ କହିବୁ । ସେଥିପାଇଁ ଏକ ଖାସ ଉପାୟ ବିଷୟରେ କହିବୁ ।

ଧନ ପ୍ରାପ୍ତି ପାଇଁ ସାଧରଣତଃ ଅନେକ ଉପାୟ ଅଛି । କିନ୍ତୁ ଏକ ଖାସ ଉପାୟ ଅନୁଯାୟୀ ନିଜ ଉଚ୍ଚତା ସହିତ ସାତ ଥର ସମାନ ଏକ ଧଳା ସୂତା ନିଅନ୍ତୁ । ଏହାକୁ କୌଣସି ଦିନ ସୂର୍ଯ୍ୟାସ୍ତ କିମ୍ବା ସନ୍ଧ୍ୟାକାଳରେ କୌଣସି ଦେବ ବୃକ୍ଷ ଯଥା ବେଲଗଛ କିମ୍ବା ଅଁଳାଗଛ କିମ୍ବା ବରଗଛ କିମ୍ବା ଅଶ୍ୱତ୍ଥ ଗଛରେ ତାହାକୁ ବାନ୍ଧି ଦିଅନ୍ତୁ ।

ବାନ୍ଧିବା ସମୟରେ ସେଥିରେ ସାତୋଟି ଗଣ୍ଠି ପକାଇ ନିଜର ମନସ୍କାମନା କହିଦିଅନ୍ତୁ । ଏହା କରିବା ପରଠାରୁ ହିଁ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କ ଭାଗ୍ୟ ଚମକିବ । ଏହାବ୍ୟତୀତ ମାତା ଲକ୍ଷ୍ମୀଙ୍କ କୃପା କାରଣରୁ ଆପଣଙ୍କୁ ଧନବାନ ହେବାରେ କେହିବି ଅଟକାଇ ପାରିବେ ନାହିଁ । କୌଣସି ବ୍ୟକ୍ତି ଯଦି ନିଜ ଭାଗ୍ୟକୁ ବଦଳାଇବାକୁ ଚାହୁଁଛନ୍ତି ତେବେ ପାରଦ ଗୋଟିକା ନିଶ୍ଚିତ ଧାରଣ କରିବା ଆବଶ୍ୟକ । ଏହା ଖୁବ ପ୍ରଭାବଶାଳୀ ହୋଇଥାଏ ଯାହାକି ଆପଣଙ୍କ ଭାଗ୍ୟକୁ ବଦଳାଇ ଦେଇଥାଏ । ଏହା ଆପଣଙ୍କ ଜୀବନର ବଡ଼ ବଡ଼ ସମସ୍ୟାକୁ ଅତି ସହଜରେ ଦୂର କରି ଦେଇଥାଏ ।

କଳାଯାଦୁ କିମ୍ବା ନଜର ଦୋଷରୁ ମୁକ୍ତ କରିଥାଏ । କାରଣ ଏହା ମହାଦେବ ଶିବଙ୍କର ଅଂଶ ହୋଇଥାଏ । ଆକସ୍ମିକ ଧନ ପ୍ରାପ୍ତି ନିମିତ୍ତ ଏକ କଳା ରଙ୍ଗର ମାଠିଆ ମନସ୍କାମନା କହି ଶନି ଯନ୍ତ୍ର ସହିତ କୋଇଲା ଭରି ଦିଅନ୍ତୁ । ସେହି ମାଠିଆକୁ କଲା କପଡ଼ାରେ ବାନ୍ଧି ଶନିବାର ଦିନ ନଦୀରେ ପ୍ରବାହିତ କରି ଦିଅନ୍ତୁ ।

ମାନ୍ୟତା ଅନୁଯାୟୀ ଏହି ଉପାୟ ଦ୍ୱାରା ଆକସ୍ମିକ ଧନ ପ୍ରାପ୍ତି ହୋଇଥାଏ । କାରଣ କଳା ମାଠିଆର ସ୍ୱାମୀ ଶନି ମହାରାଜଙ୍କୁ ମାନା ଯାଇଥାଏ । ଜୀବନର ସବୁ ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ଏକ ମୁଠା ବିରି ନେଇ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ତାହାକୁ ନିଆଁରେ ପକାଇ ଦିଅନ୍ତୁ । ଏହାଦ୍ବାରା ତନ୍ତ୍ର ମନ୍ତ୍ର ପ୍ରଭାବ ମଧ୍ୟ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *